ସମୁଦ୍ର କୂଳରେ ପ୍ରାତଃ ଭ୍ରମଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

The Sakala Picture
Published On

ପୁରୀ: ସୋମବାର ସକାଳୁ ସମୁଦ୍ର କୂଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରାତଃ ଭ୍ରମଣ କରୁଥିବାର ଦେଖିବାକୁ ମିଳିଛି। ପୁରୀ ରାଜଭବନ ପଛ ପାଖରେ ଥିବା ବ୍ଲୁ ଫ୍ଲାଗ ବିଚରେ ରାଷ୍ଟ୍ରପତି ମର୍ଣ୍ଣିଂ ୱାକ୍ କରିଛନ୍ତି। ସମୁଦ୍ର କୂଳରେ ରାଷ୍ଟ୍ରପତି ଅନେକ ବାଟ ଚାଲିଥିଲେ । ସମୁଦ୍ର ବାଲିରେ ବୁଲି କିଛି ସମୟ ବିତାଇବା ପରେ ପୁଣି ରାଜଭବନକୁ ଫେରିଯାଇଥିଲେ । ଏହି ସମୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ରାଷ୍ଟ୍ରପତିଙ୍କ ପ୍ରାତଃ ଭ୍ରମଣ ସମୟରେ କୌଣସି […]

ପୁରୀ: ସୋମବାର ସକାଳୁ ସମୁଦ୍ର କୂଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରାତଃ ଭ୍ରମଣ କରୁଥିବାର ଦେଖିବାକୁ ମିଳିଛି। ପୁରୀ ରାଜଭବନ ପଛ ପାଖରେ ଥିବା ବ୍ଲୁ ଫ୍ଲାଗ ବିଚରେ ରାଷ୍ଟ୍ରପତି ମର୍ଣ୍ଣିଂ ୱାକ୍ କରିଛନ୍ତି। ସମୁଦ୍ର କୂଳରେ ରାଷ୍ଟ୍ରପତି ଅନେକ ବାଟ ଚାଲିଥିଲେ । ସମୁଦ୍ର ବାଲିରେ ବୁଲି କିଛି ସମୟ ବିତାଇବା ପରେ ପୁଣି ରାଜଭବନକୁ ଫେରିଯାଇଥିଲେ । ଏହି ସମୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ରାଷ୍ଟ୍ରପତିଙ୍କ ପ୍ରାତଃ ଭ୍ରମଣ ସମୟରେ କୌଣସି ପର୍ଯ୍ୟଟକଙ୍କୁ ସମୁଦ୍ର କୂଳକୁ ଯିବାକୁ ଅନୁମତି ଦିଆଯାଇନଥିଲା ।

ଆହୁରି ପଢ଼ନ୍ତୁ: ମନ୍ଦ ଉଦ୍ଦେଶ୍ୟରେ ଆସିଥିବା ଡିଲିମିଟେସନ ବିଲ୍‌ କାଟ୍‌ ଖାଇଲା: ବିଜେଡି

ପ୍ରାତଃଭ୍ରମଣର ପରେ ମହାମହିମ କହିଛନ୍ତି ଯେ, ଏମିତି କିଛି ସ୍ଥାନ ରହିଛି ଯେଉଁଠି ଆମକୁ ମାନସିକ ଶାନ୍ତି ମିଳିବା ସହ ଅଦ୍ଭୁତ ଆନନ୍ଦ ଆଣିଦିଏ । ପର୍ବତ, ଜଙ୍ଗଲ, ନଦୀ ଏବଂ ସମୁଦ୍ର କୂଳ ଆମ ଭିତରେ କିଛି ଗଭୀରତାକୁ ଆକର୍ଷିତ କରେ । ଆଜି ସମୁଦ୍ର କୂଳରେ ଭ୍ରମଣ ବେଳେ କୋମଳ ପବନ, ସମୁଦ୍ରର ଗର୍ଜନ ଏବଂ ଜଳର ବିସ୍ତାର ଏକ ଅଦ୍ଭୁତ ମିଳନ ଅନୁଭବ କରିଲି । ଗତକାଲି ମହାପ୍ରଭୁଙ୍କ ଦର୍ଶନ କରି ମୋ ଭିତରେ ଏକ ଗଭୀର ଆଭ୍ୟନ୍ତରୀଣ ଶାନ୍ତି ଆଣି ଦେଇଥିଲା ।

ଆହୁରି ପଢ଼ନ୍ତୁ: ଆଜ୍ଞାମାଳ ବିଜେ ପରେ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ହେଲା ରଥକାଠ ଅନୁକୂଳ

08 Jul 2024 By The Sakala

ସମୁଦ୍ର କୂଳରେ ପ୍ରାତଃ ଭ୍ରମଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀ: ସୋମବାର ସକାଳୁ ସମୁଦ୍ର କୂଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରାତଃ ଭ୍ରମଣ କରୁଥିବାର ଦେଖିବାକୁ ମିଳିଛି। ପୁରୀ ରାଜଭବନ ପଛ ପାଖରେ ଥିବା ବ୍ଲୁ ଫ୍ଲାଗ ବିଚରେ ରାଷ୍ଟ୍ରପତି ମର୍ଣ୍ଣିଂ ୱାକ୍ କରିଛନ୍ତି। ସମୁଦ୍ର କୂଳରେ ରାଷ୍ଟ୍ରପତି ଅନେକ ବାଟ ଚାଲିଥିଲେ । ସମୁଦ୍ର ବାଲିରେ ବୁଲି କିଛି ସମୟ ବିତାଇବା ପରେ ପୁଣି ରାଜଭବନକୁ ଫେରିଯାଇଥିଲେ । ଏହି ସମୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ରାଷ୍ଟ୍ରପତିଙ୍କ ପ୍ରାତଃ ଭ୍ରମଣ ସମୟରେ କୌଣସି ପର୍ଯ୍ୟଟକଙ୍କୁ ସମୁଦ୍ର କୂଳକୁ ଯିବାକୁ ଅନୁମତି ଦିଆଯାଇନଥିଲା ।

ପ୍ରାତଃଭ୍ରମଣର ପରେ ମହାମହିମ କହିଛନ୍ତି ଯେ, ଏମିତି କିଛି ସ୍ଥାନ ରହିଛି ଯେଉଁଠି ଆମକୁ ମାନସିକ ଶାନ୍ତି ମିଳିବା ସହ ଅଦ୍ଭୁତ ଆନନ୍ଦ ଆଣିଦିଏ । ପର୍ବତ, ଜଙ୍ଗଲ, ନଦୀ ଏବଂ ସମୁଦ୍ର କୂଳ ଆମ ଭିତରେ କିଛି ଗଭୀରତାକୁ ଆକର୍ଷିତ କରେ । ଆଜି ସମୁଦ୍ର କୂଳରେ ଭ୍ରମଣ ବେଳେ କୋମଳ ପବନ, ସମୁଦ୍ରର ଗର୍ଜନ ଏବଂ ଜଳର ବିସ୍ତାର ଏକ ଅଦ୍ଭୁତ ମିଳନ ଅନୁଭବ କରିଲି । ଗତକାଲି ମହାପ୍ରଭୁଙ୍କ ଦର୍ଶନ କରି ମୋ ଭିତରେ ଏକ ଗଭୀର ଆଭ୍ୟନ୍ତରୀଣ ଶାନ୍ତି ଆଣି ଦେଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର