ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ଟ୍ୱିନ୍ ସିଟିରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

Madhusudan Das Picture
Published On

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଜିଠୁ ୫ ତାରିଖ ଯାଏଁ ୩ ଦିନିଆ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଟ୍ବିନ୍ ସିଟି ଭୁବନେଶ୍ୱର ଓ କଟକରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀମତୀ ମୁର୍ମୁ ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ବାହାରି ଅପରାହ୍ଣରେ ଭୁବନେଶ୍ୱରରେ ପହଞ୍ଚିବେ। ଲୋକଭବନରେ କିଛି ସମୟ ବିତାଇବା ପରେ ସଡ଼କ ପଥରେ କଟକ ଜିଲା ଡମପଡ଼ା ତହସିଲ ଅନ୍ତର୍ଗତ ବାଆଁରା ନିକଟସ୍ଥ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରୁ ଫେରିବା ପରେ ଲୋକଭବନରେ ରାତ୍ର ରହଣି କରିବେ। ମଙ୍ଗଳବାର ଓ ବୁଧବାର ଗଞ୍ଜାମ ଜିଲା ଗସ୍ତରେ ଯିବେ ମହାମହିମ।

ଆହୁରି ପଢ଼ନ୍ତୁ: କଲେଜ ପିଲା ପଢ଼ିବେ ସେୟାର ମାର୍କେଟ୍‌ ପାଠ: ମାଗଣାରେ ମିଳିବ ମ୍ୟୁଚୁଆଲ ଫଣ୍ଡ, ଇନ୍ୟୁରାନ୍ସ ଓ ଆର୍ଥିକ କାରବାରର ତାଲିମ

୪ ତାରିଖ ସକାଳେ ଭୁବନେଶ୍ୱର ରେଳଷ୍ଟେସନରୁ ସ୍ବତନ୍ତ୍ର ଟ୍ରେନ ଯୋଗେ ବ୍ରହ୍ମପୁର ଯିବେ। ପୂର୍ବାହ୍ନ ୧୧ଟା ୩୦ରେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବା ପରେ ସେଠାରୁ ସଡ଼କପଥରେ ତପ୍ତପାଣି ଯିବେ। ରାଷ୍ଟ୍ରପତି ୪ ନଂ ପ୍ଲାଟଫର୍ମରୁ ବାହାରି ଗୋସାଇଁନୂଆଗାଁ, ଅନ୍ଧପସରାରୋଡ୍‌, ହରିଡ଼ାଖଣ୍ଡି, ଦିଗପହଣ୍ଡି ରୋଡ୍‌ ହୋଇ ତପ୍ତପାଣିରେ ପହଞ୍ଚିବେ। ତପ୍ତପାଣି ଉଷ୍ମପ୍ରସ୍ରବଣ ପରିଦର୍ଶନ ପରେ ରାଷ୍ଟ୍ରପତି ଏହି ରାସ୍ତାରେ ପୁଣି ବ୍ରହ୍ମପୁର ​ଫେରି ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜରେ ରାତ୍ରିଯାପନ କରିବେ। ରାଷ୍ଟପତିଙ୍କ ଗସ୍ତ ପାଇଁ ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ତଥା ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ଯେଉଁ ସଡ଼କପଥରେ ଯାତ୍ରା କରିବେ ଏବଂ ଯେଉଁ ଅଞ୍ଚଳରେ ରହିବେ, ସେହି ସମସ୍ତ ଅଞ୍ଚଳକୁ ‘ନୋ-ଫ୍ଲାଇଂ-ଜୋନ୍‌ ଓ ନୋ-ଡ୍ରୋନ-ଜୋନ୍‌’ ଘୋଷଣା କରାଯାଇଛି।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷା ଯୋଗୁଁ ଓଡ଼ିଶାରେ ବନ୍ୟା ବିଭୀଷିକା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି, ବିଭିନ୍ନ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି

03 Aug 2026 By Madhusudan Das

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ଟ୍ୱିନ୍ ସିଟିରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଜିଠୁ ୫ ତାରିଖ ଯାଏଁ ୩ ଦିନିଆ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଟ୍ବିନ୍ ସିଟି ଭୁବନେଶ୍ୱର ଓ କଟକରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀମତୀ ମୁର୍ମୁ ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ବାହାରି ଅପରାହ୍ଣରେ ଭୁବନେଶ୍ୱରରେ ପହଞ୍ଚିବେ। ଲୋକଭବନରେ କିଛି ସମୟ ବିତାଇବା ପରେ ସଡ଼କ ପଥରେ କଟକ ଜିଲା ଡମପଡ଼ା ତହସିଲ ଅନ୍ତର୍ଗତ ବାଆଁରା ନିକଟସ୍ଥ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରୁ ଫେରିବା ପରେ ଲୋକଭବନରେ ରାତ୍ର ରହଣି କରିବେ। ମଙ୍ଗଳବାର ଓ ବୁଧବାର ଗଞ୍ଜାମ ଜିଲା ଗସ୍ତରେ ଯିବେ ମହାମହିମ।

୪ ତାରିଖ ସକାଳେ ଭୁବନେଶ୍ୱର ରେଳଷ୍ଟେସନରୁ ସ୍ବତନ୍ତ୍ର ଟ୍ରେନ ଯୋଗେ ବ୍ରହ୍ମପୁର ଯିବେ। ପୂର୍ବାହ୍ନ ୧୧ଟା ୩୦ରେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବା ପରେ ସେଠାରୁ ସଡ଼କପଥରେ ତପ୍ତପାଣି ଯିବେ। ରାଷ୍ଟ୍ରପତି ୪ ନଂ ପ୍ଲାଟଫର୍ମରୁ ବାହାରି ଗୋସାଇଁନୂଆଗାଁ, ଅନ୍ଧପସରାରୋଡ୍‌, ହରିଡ଼ାଖଣ୍ଡି, ଦିଗପହଣ୍ଡି ରୋଡ୍‌ ହୋଇ ତପ୍ତପାଣିରେ ପହଞ୍ଚିବେ। ତପ୍ତପାଣି ଉଷ୍ମପ୍ରସ୍ରବଣ ପରିଦର୍ଶନ ପରେ ରାଷ୍ଟ୍ରପତି ଏହି ରାସ୍ତାରେ ପୁଣି ବ୍ରହ୍ମପୁର ​ଫେରି ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜରେ ରାତ୍ରିଯାପନ କରିବେ। ରାଷ୍ଟପତିଙ୍କ ଗସ୍ତ ପାଇଁ ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ତଥା ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ଯେଉଁ ସଡ଼କପଥରେ ଯାତ୍ରା କରିବେ ଏବଂ ଯେଉଁ ଅଞ୍ଚଳରେ ରହିବେ, ସେହି ସମସ୍ତ ଅଞ୍ଚଳକୁ ‘ନୋ-ଫ୍ଲାଇଂ-ଜୋନ୍‌ ଓ ନୋ-ଡ୍ରୋନ-ଜୋନ୍‌’ ଘୋଷଣା କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର