ଆଦିବାସୀ ଗରିବ ଝିଅକୁ ରାଷ୍ଟ୍ରପତି କରାଇଛି ଗଣତନ୍ତ୍ର, ଏହା ଭାରତୀୟ ଗଣତନ୍ତ୍ରର ମହକ- ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ

The Sakala Picture
Published On

ନୂଆଦିଲ୍ଲୀ: ଭାରତର ଗଣତାନ୍ତ୍ରିକ ଇତିହାସରେ ଯୋଡ଼ି ହେଲା ନୂଆ ଅଧ୍ୟାୟ । ରାଷ୍ଟ୍ରପତି ଭାବେ ଶପଥ ନେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡିଆ ଝିଅ ଦ୍‌ରୌପଦୀ ମୁର୍ମୁ ଆଜି ଶପଥ ନେଇଛନ୍ତି । ଶପଥ ଗ୍ରହଣ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତଙ୍କୁ ଜୁହାର ଅଭିଭାଷଣ ଆରମ୍ଭ କରିଥିଲେ। ସାଂସଦ ଓ ବଧାୟକଙ୍କୁ ଧନ୍ଯାବଦ ଜଣାଇଥିଲେ। ଏକ ଆଦିବାସୀ ଗାଁରୁ ଆରମ୍ଭ କରିଥିଲି ରାଜନୀତି ଜୀବନ। ମୋତେ ଏଯାଏଁ […]

ନୂଆଦିଲ୍ଲୀ: ଭାରତର ଗଣତାନ୍ତ୍ରିକ ଇତିହାସରେ ଯୋଡ଼ି ହେଲା ନୂଆ ଅଧ୍ୟାୟ । ରାଷ୍ଟ୍ରପତି ଭାବେ ଶପଥ ନେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡିଆ ଝିଅ ଦ୍‌ରୌପଦୀ ମୁର୍ମୁ ଆଜି ଶପଥ ନେଇଛନ୍ତି । ଶପଥ ଗ୍ରହଣ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତଙ୍କୁ ଜୁହାର ଅଭିଭାଷଣ ଆରମ୍ଭ କରିଥିଲେ। ସାଂସଦ ଓ ବଧାୟକଙ୍କୁ ଧନ୍ଯାବଦ ଜଣାଇଥିଲେ।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ଏକ ଆଦିବାସୀ ଗାଁରୁ ଆରମ୍ଭ କରିଥିଲି ରାଜନୀତି ଜୀବନ। ମୋତେ ଏଯାଏଁ ଆଣିଛି ଗଣତନ୍ତ୍ରର ଶକ୍ତି । ମୁଁ ଗାଁର ପ୍ରଥମ କଲେଜ ଯାଇଥିବା ଝିଅ । କାଉନସିଲରରୁ ରାଷ୍ଟ୍ରପତି ହେବାର ସୌଭାଗ୍ୟ ମିଳିଛି । ନୂଆ ଭାରତରେ ଗରିବ, ଦଳିତ ଅବହେଳିତ ନୁହେଁ। ଦେଶବାସୀଙ୍କ ହିତରେ କାମ କରିବି ବୋଲି ଦ୍ରୌପଦୀ ମୁର୍ମୁ କହିଥିଲେ। ନୂଆ ଦାୟିତ୍ବ ମୋ ପାଇଁ ସୌଭାଗ୍ଯ ବୋଲି ଦ୍ରୌପଦୀ ମୁର୍ମୁ କହିଥିଲେ। ସ୍ବାଧୀନତାରେ ୭୫ ବର୍ଷରେ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଛି ଦେଶ । ମୋତେ ନୂଆ ଦିୟିତ୍ବ ମିଳିଛି। ନିଷ୍ଠାର ସହ ପାଳନ କରିବି ବୋଲି କହିଛନ୍ତି। ଓଡ଼ିଶାର ଏକ ଛୋଟ ଆଦିବାସୀ ଗାଁରୁ ମୋର ଜୀବନ ଯାତ୍ରା ବୋଲି ନବ ନିର୍ବାଚିତ ତଥା ନୂଆ ରାଷ୍ଟ୍ରପତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ କହିଛନ୍ତି। ଅନେକ ବାଧା ପ୍ରତିବନ୍ଧକ ମଧ୍ଯରେ ସଙ୍କଳ୍ପରେ ଦୃଢ ରହିଛି। ଗଣତନ୍ତ୍ରର ଶକ୍ତି ମୋତେ ରାଷ୍ଟ୍ରପତି ପଦାସୀନ କରିଛି। ଜଣେ ଆଦିବାସୀ ଗରିବ ଝିଅକୁ ରାଷ୍ଟ୍ରପତି କରାଇଛି ଆମ ଗଣତନ୍ତ୍ର। ଏହା ଭାରତୀୟ ଗଣତନ୍ତ୍ରର ମହକ। ଭାରତ ଗରିବ ସ୍ବପ୍ନ ଦେଖିପାରେ ଓ ପୂରଣ କରିପାରେ। ମୁଁ ରାଷ୍ଟ୍ରପତି ନିର୍ବାଚିତ ହେବା ଏହା ପ୍ରମାଣ କରୁଛି ବୋଲି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଭାରତର ଯୁବପିଢି ଓ ମହିଳାଙ୍କ ହିତ ମୋର ସର୍ବୋଚ୍ଚ ଦାୟିତ୍ବ  ରହିବ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ଅଭିଭାଷଣରେ ସନ୍ଥ କବି ଭୀମଭୋଇଙ୍କ କବିତା ଆବୃତ୍ତି କରିଥିଲେ ଦ୍ରୌପଦୀ। ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ କହିଥିଲେ। ଜଗତ କଲ୍ୟାଣ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ସମସ୍ତେ ଏକଜୁଟ ହୋଇ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ କାର୍ଯ୍ୟ କରିବା ବୋଲି ଦ୍ରୌପଦୀ ମୁର୍ମୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର