ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ, ଘରେ ଘରେ ଚାଲିଛି ସଜବାଜ

The Sakala Picture
Published On

ଭୁବନେଶ୍ବର: ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଘରେ ଘରେ ଚାଲିଛି ପ୍ରସ୍ତୁତି । ଚାଷୀ ପ୍ରଥମ ଅମଳ ଧାନକୁ ଇଷ୍ଟଦେବୀଙ୍କୁ ଅର୍ପଣ କରିବା ପରେ ସମସ୍ତେ ନିଜ ନିଜ ଘରେ ନୂଆ ଖାଇବେ । ଏହାପରେ ଜୁହାର ଭେଟ୍ ଅନୁଷ୍ଠିତ ହେବ । ଢୋଲ ନିଶାନର ତାଳେ ତାଳେ ଝୁମିବ ସାରା ପଶ୍ଚିମ ଓଡିଶା । ନୂଆଁଖାଇ ପାଇଁ ମହିଳାମାନେ ଘର ସଫା ସୁତରା କରିବା ସହିତ ଗୋବର ମାଟି ଲେପ ଦେଇଛନ୍ତି […]

ଭୁବନେଶ୍ବର: ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଘରେ ଘରେ ଚାଲିଛି ପ୍ରସ୍ତୁତି । ଚାଷୀ ପ୍ରଥମ ଅମଳ ଧାନକୁ ଇଷ୍ଟଦେବୀଙ୍କୁ ଅର୍ପଣ କରିବା ପରେ ସମସ୍ତେ ନିଜ ନିଜ ଘରେ ନୂଆ ଖାଇବେ । ଏହାପରେ ଜୁହାର ଭେଟ୍ ଅନୁଷ୍ଠିତ ହେବ । ଢୋଲ ନିଶାନର ତାଳେ ତାଳେ ଝୁମିବ ସାରା ପଶ୍ଚିମ ଓଡିଶା । ନୂଆଁଖାଇ ପାଇଁ ମହିଳାମାନେ ଘର ସଫା ସୁତରା କରିବା ସହିତ ଗୋବର ମାଟି ଲେପ ଦେଇଛନ୍ତି । ଘରର ଆସବାବ ପତ୍ର, କୁଲା, ଡାଲା ମଜାମଜି କରି ପ୍ରସ୍ତୁତି ଚଳାଇଛନ୍ତି ଘରର ମହିଳା । ଜଙ୍ଗଲରୁ କୁରେଇ, ଭେଲୁଆ ଓ ସରଗୀ ପତ୍ର ତୋଳି ଆଣି ଖଲିଦନା ପ୍ରସ୍ତୁତିରେ ଲାଗି ପଡିଛନ୍ତି ।

ଆହୁରି ପଢ଼ନ୍ତୁ: ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ କ୍ଷୋଭ: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବ ଶ୍ରୀମନ୍ଦିର ପରିଚାଳନା କମିଟି

ବସଷ୍ଟାଣ୍ଡଠୁ ରେଳ ଷ୍ଟେସନ, ସବୁଠି ଦେଖିବାକୁ ମିଳୁଛି ଲୋକଙ୍କ ଘରବାହୁଡ଼ା । ଘରେ ପହଞ୍ଚିବାକୁ ସମସ୍ତଙ୍କ ମନରେ ଦେଖିବାକୁ ମିଳୁଛି ଉତ୍ସାହ । ଅନ୍ୟଦିନରେ ଘରକୁ ଫେରୁଥିଲେ ବି ନୂଆଁଖାଇ ପାଇଁ ଘରକୁ ଫେରିବାର ମଜା କିଛି ଅଲଗା ଥାଏ । ଯେଉଁଥି ପାଇଁ ଯିଏ ଯେଉଁଠି ରହିଥିଲେ ସୁଦ୍ଧା ଘରକୁ ବାହୁଡ଼ୁଛନ୍ତି । ଉତ୍ସାହର ସହ ବୁଧବାର ପାଳନ ହେବାକୁ ଯାଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଘରେ ଘରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଥିବା ନୂଆ ପିନ୍ଧିବା ପାଇଁ ବଜାରରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଛି ।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

19 Sep 2023 By The Sakala

ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ, ଘରେ ଘରେ ଚାଲିଛି ସଜବାଜ

ଭୁବନେଶ୍ବର: ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଘରେ ଘରେ ଚାଲିଛି ପ୍ରସ୍ତୁତି । ଚାଷୀ ପ୍ରଥମ ଅମଳ ଧାନକୁ ଇଷ୍ଟଦେବୀଙ୍କୁ ଅର୍ପଣ କରିବା ପରେ ସମସ୍ତେ ନିଜ ନିଜ ଘରେ ନୂଆ ଖାଇବେ । ଏହାପରେ ଜୁହାର ଭେଟ୍ ଅନୁଷ୍ଠିତ ହେବ । ଢୋଲ ନିଶାନର ତାଳେ ତାଳେ ଝୁମିବ ସାରା ପଶ୍ଚିମ ଓଡିଶା । ନୂଆଁଖାଇ ପାଇଁ ମହିଳାମାନେ ଘର ସଫା ସୁତରା କରିବା ସହିତ ଗୋବର ମାଟି ଲେପ ଦେଇଛନ୍ତି । ଘରର ଆସବାବ ପତ୍ର, କୁଲା, ଡାଲା ମଜାମଜି କରି ପ୍ରସ୍ତୁତି ଚଳାଇଛନ୍ତି ଘରର ମହିଳା । ଜଙ୍ଗଲରୁ କୁରେଇ, ଭେଲୁଆ ଓ ସରଗୀ ପତ୍ର ତୋଳି ଆଣି ଖଲିଦନା ପ୍ରସ୍ତୁତିରେ ଲାଗି ପଡିଛନ୍ତି ।

ବସଷ୍ଟାଣ୍ଡଠୁ ରେଳ ଷ୍ଟେସନ, ସବୁଠି ଦେଖିବାକୁ ମିଳୁଛି ଲୋକଙ୍କ ଘରବାହୁଡ଼ା । ଘରେ ପହଞ୍ଚିବାକୁ ସମସ୍ତଙ୍କ ମନରେ ଦେଖିବାକୁ ମିଳୁଛି ଉତ୍ସାହ । ଅନ୍ୟଦିନରେ ଘରକୁ ଫେରୁଥିଲେ ବି ନୂଆଁଖାଇ ପାଇଁ ଘରକୁ ଫେରିବାର ମଜା କିଛି ଅଲଗା ଥାଏ । ଯେଉଁଥି ପାଇଁ ଯିଏ ଯେଉଁଠି ରହିଥିଲେ ସୁଦ୍ଧା ଘରକୁ ବାହୁଡ଼ୁଛନ୍ତି । ଉତ୍ସାହର ସହ ବୁଧବାର ପାଳନ ହେବାକୁ ଯାଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଘରେ ଘରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଥିବା ନୂଆ ପିନ୍ଧିବା ପାଇଁ ବଜାରରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର