ଭୁବନେଶ୍ୱରର ଡିସିପି ଭାବେ ଦାୟିତ୍ଵ ଗ୍ରହଣ କଲେ ପ୍ରତୀକ ସିଂ: ଅପରାଧ ଦମନ ପାଇଁ ହେବ ସ୍ୱତନ୍ତ୍ର ପ୍ଲାନ୍, ସାଧାରଣ ଲୋକଙ୍କ ନିକଟତର ହେବ ପୁଲିସ

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଆଇପିଏସ ପ୍ରତୀକ ସିଂ । ୨୦୧୪ ବ୍ୟାଚର ଆଇପିଏସ୍ ପ୍ରତୀକ ସିଂଙ୍କୁ ଡିସିପି ଅଫିସରେ ଅତିରିକ୍ତ ଡିସିପି, ଏସିପି ଓ ଆଇଆଇସିମାନେ ସ୍ୱାଗତ କରିଥିଲେ । ଭୁବନେଶ୍ୱରରେ କାମ କରିବା ଚ୍ୟାଲେଞ୍ଜ ହେବ ବୋଲି କହିଛନ୍ତି ପ୍ରତୀକ ସିଂ । କିନ୍ତୁ କଟକରେ ଡିସିପି ଭାବେ ଯେଉଁ ଅଭିଜ୍ଞତା ଅଛି ତାହା କାମ କରିବ ବୋଲି ସେ କହିଛନ୍ତି । ଭୁବନେଶ୍ୱରର ସମସ୍ତ ଥାନା ଅଧିକାରୀ ଓ […]

ଭୁବନେଶ୍ୱର: ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଆଇପିଏସ ପ୍ରତୀକ ସିଂ । ୨୦୧୪ ବ୍ୟାଚର ଆଇପିଏସ୍ ପ୍ରତୀକ ସିଂଙ୍କୁ ଡିସିପି ଅଫିସରେ ଅତିରିକ୍ତ ଡିସିପି, ଏସିପି ଓ ଆଇଆଇସିମାନେ ସ୍ୱାଗତ କରିଥିଲେ । ଭୁବନେଶ୍ୱରରେ କାମ କରିବା ଚ୍ୟାଲେଞ୍ଜ ହେବ ବୋଲି କହିଛନ୍ତି ପ୍ରତୀକ ସିଂ । କିନ୍ତୁ କଟକରେ ଡିସିପି ଭାବେ ଯେଉଁ ଅଭିଜ୍ଞତା ଅଛି ତାହା କାମ କରିବ ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ଭୁବନେଶ୍ୱରର ସମସ୍ତ ଥାନା ଅଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦିଆଯିବ । ଭୁବନେଶ୍ୱରରେ ଅପରାଧ ଓ ଅପରାଧୀ ଦମନ, ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ଉପରେ ମୁଖ୍ୟତଃ ଫୋକସ୍‌ ରହିବ । ୫ଟି ଅନୁସାରେ ଲୋକମାନଙ୍କୁ ସେବା ଯୋଗାଇ ଦିଆଯିବ । ପୁଲିସ କିଭଳି ସାଧାରଣ ଲୋକଙ୍କ ନିକଟତର ହୋଇପାରିବ ସେ ଦିଗରେ ବିଶେଷ ଧ୍ୟାନ ଦିଆଯିବ । ଥାନାକୁ ଆସୁଥିବା ଲୋକେ ଯେପରି ନିରାଶ ନହେବେ ସେ ଦିଗରେ ପୋଲିସ କାର୍ଯ୍ଯ କରିବ । ଥାନାର ଭିତ୍ତିଭୂମି ଉପରେ ଗୁରୁତ୍ୱ ଦିଆଯିବ । ଅପରାଧ ଦମନ ପାଇଁ ସ୍ୱତନ୍ତ୍ର ପ୍ଲାନ୍ ହୋଇଛି ବୋଲି ନୂଆ ଡିସିପି କହିଛନ୍ତି ।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର