ଫିଲ୍ମ ପରେ ସେୟାର ମାର୍କେଟରେ ମଧ୍ୟ ଟଙ୍କା ଲଗାଇଥିଲେ କୁବେର ଅଫିସର ପ୍ରତାପ, ୧କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଦସ୍ତାବିଜ ଜବତ କଲା ଭିଜିଲାନ୍ସ

The Sakala Picture
Published On

ଭୁବନେଶ୍ବର : ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଥିବା ପୁଲିସ ହାଉସିଂବୋର୍ଡରେ ଡେପୁଟୀ ମ୍ୟାନେଜର ପ୍ରତାପ ସାମଲଙ୍କୁ ନେଇ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଗତ ମଙ୍ଗଳବାର ଭିଜିଲାନ୍ସ ପ୍ରତାପଙ୍କ ଘରେ ରେଡ୍‌ କରିଥିଲା। ଦିର୍ଘ ୨୨ ଘଣ୍ଟାରେ ରେଡ୍‌ ପରେ ପ୍ରତାପଙ୍କ ସମ୍ପତି ଦେଖି କାବା ହୋଇଯାଇଥିଲା ଭିଜିଲାନ୍ସ। ପ୍ରତାକଙ୍କ ନିକଟରେ  ୧୪ କୋଟି, ୮୭ ଲକ୍ଷ, ୪୧ ହଜାର ୧୯୪ ଟଙ୍କା ଆୟବର୍ହିଭୁତ ସମ୍ପତ୍ତି ମିଳିଥିଲା। ଦୀର୍ଘ […]

ଭୁବନେଶ୍ବର : ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଥିବା ପୁଲିସ ହାଉସିଂବୋର୍ଡରେ ଡେପୁଟୀ ମ୍ୟାନେଜର ପ୍ରତାପ ସାମଲଙ୍କୁ ନେଇ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଗତ ମଙ୍ଗଳବାର ଭିଜିଲାନ୍ସ ପ୍ରତାପଙ୍କ ଘରେ ରେଡ୍‌ କରିଥିଲା। ଦିର୍ଘ ୨୨ ଘଣ୍ଟାରେ ରେଡ୍‌ ପରେ ପ୍ରତାପଙ୍କ ସମ୍ପତି ଦେଖି କାବା ହୋଇଯାଇଥିଲା ଭିଜିଲାନ୍ସ। ପ୍ରତାକଙ୍କ ନିକଟରେ  ୧୪ କୋଟି, ୮୭ ଲକ୍ଷ, ୪୧ ହଜାର ୧୯୪ ଟଙ୍କା ଆୟବର୍ହିଭୁତ ସମ୍ପତ୍ତି ମିଳିଥିଲା। ଦୀର୍ଘ ସମୟ ଧରି ଭିଜିଲାନ୍ସ ଅଧିକାରୀମାନେ ପଚରାଉଚରା କରିଥିଲେ ହେଲେ ଏତେ ସମ୍ପତି ନେଇ ସନ୍ତୋଷ ଜନକ ଉତ୍ତର ନ ମିଳିବା କାରଣରୁ ବୁଧବାର ପ୍ରତାପଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ଗତକାଲି ପ୍ରତାପ ଓଡ଼ିଆ ଚଳିଚିତ୍ରରେ ମଧ୍ୟ ଟଙ୍କା ଲଗାଇଥିବା ଜଣାପଡିବା ପରେ ଆଜି ସେୟାର ମାର୍କେଟ୍ ରେ ମଧ୍ୟ ତାଙ୍କ ଟଙ୍କା ଲାଗିଥିବା ଜଣାପଡିଛି। ସେୟାର ମାର୍କେଟ୍ ରେ ୧ କୋଟି ୭ ଲକ୍ଷ ୩୭ ହଜାର ୮ଶହ ୩୧ ଟଙ୍କା ନିବେଶ କରିଛନ୍ତି ଓଡିଶା ପୋଲିସ ହାଉସିଂ ଓ୍ବେଲଫେୟାର କର୍ପୋରେସନ ଡେପୁଟି ମ୍ୟାନେଜର ଥିବା ପ୍ରତାପ ସାମଲ । ଏ ସମ୍ବନ୍ଧୀୟ ଦସ୍ତାବିଜ ଜବତ କରିଛି ଭିଜିଲାନ୍ସ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ଓଡିଶା ରାଜ୍ୟ ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ ଲିମିଟେଡ଼ର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ୧୦ରୁ ଅଧିକ ସ୍ଥାନରେ ଚଢାଉ କରାଯାଇଥିଲା । ସରକାରୀ ହିସାବରେ ୧୪ କୋଟି ୮୭ ଲକ୍ଷ ୪୧ ହଜାର ୧୯୪ ଟଙ୍କାର ସମ୍ପତ୍ତି ରହିଛି । ଯାହା ତାଙ୍କ ଆୟଠାରୁ ୧୦୨୧% ଅଧିକା । ଭିଜିଲାନ୍ସ ତାଙ୍କୁ ଗିରଫ କରିବା ପରେ ଗତକାଲି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସୂରୁପ ତାଙ୍କୁ  ଓଡ଼ିଶା ପୁଲିସ ହାଉସିଂ ବୋର୍ଡ ଆଣ୍ଡ ୱଲଫେଆର କର୍ପୋରେସନ (OPWHC)ରୁ ନିଲମ୍ବିତ କରାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

ମଙ୍ଗଳବାର ପ୍ରତାପଙ୍କ ଘର ସମେତ ୧୧ଟି ସ୍ଥାନରେ ଏକ କାଳିନ ଚଢ଼ାଉ କରିଥିଲା ଭିଜଲାନ୍ସ ବିଭାଗ । ପ୍ରତାପ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ବ୍ୟାଙ୍କରେ ଜମା ରହିଛି ୧ କୋଟି, ୬୧ ଲକ୍ଷ ୩୫ ହଜାର ୮୧୨ ଟଙ୍କା । ବୀମା ପ୍ରିମିୟମ ରାଶି ରହିଛି ୫୭ ଲକ୍ଷ ୭୨ ହଜାର ୧୫୦ ଟଙ୍କା । ଗୋଠପାଟଣାରେ ଥିବା ୫ ମହଲା ଘରର ସରକାରୀ ମୂଲ୍ୟ ୩ କୋଟି ୮୯ ଲକ୍ଷ ୬୦ ହଜାର ଟଙ୍କା । ୨୫ଟି ପ୍ଲଟର ରେଜଷ୍ଟ୍ରସନ୍ ଓ ଷ୍ଟାମ୍ପ ମୂଲ୍ୟ ସରକାରୀ ଭାବେ ୩ କୋଟି ୪୧ ଲକ୍ଷ ୫୮ ହଜାର ଟଙ୍କ । ବାସ୍ତବରେ ଏ ସବୁ ସମ୍ପତ୍ତିର ବଜାର ଦର ଢ଼େର ଅଧିକ ହେବ ବୋଲି ଆକଳନ କରିଛି ଭିଜିଲାନ୍ସ।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର