ମନରେଗାରେ କମ୍‍ ଅର୍ଥ ପ୍ରଦାନକୁ ପ୍ରତାପ ଜେନାଙ୍କ ନାପସନ୍ଦ

The Sakala Picture
Published On

ଭୁବନେଶ୍ୱର : ଚଳିତ ୨୦୨୨-୨୩ ବଜେଟ୍‍ରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମାତ୍ର ୭୩ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ଗତ ବର୍ଷ ମିଳିଥିବା ୯୮ ହଜାର କୋଟି ଟଙ୍କା ତୁଳନାରେ ଏହା ବହୁତ କମ୍‍। ୨୦୨୧-୨୨ ବର୍ଷର ବଜେଟ ବ୍ୟୟ ଅଟକଳ ତୁଳନାରେ ଏହା ୨୫.୫୧ ପ୍ରତିଶତ କମ୍‍ ବୋଲି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ଏହା ସହିତ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ଓଡ଼ିଶାରେ […]

ଭୁବନେଶ୍ୱର : ଚଳିତ ୨୦୨୨-୨୩ ବଜେଟ୍‍ରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମାତ୍ର ୭୩ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ଗତ ବର୍ଷ ମିଳିଥିବା ୯୮ ହଜାର କୋଟି ଟଙ୍କା ତୁଳନାରେ ଏହା ବହୁତ କମ୍‍। ୨୦୨୧-୨୨ ବର୍ଷର ବଜେଟ ବ୍ୟୟ ଅଟକଳ ତୁଳନାରେ ଏହା ୨୫.୫୧ ପ୍ରତିଶତ କମ୍‍ ବୋଲି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ଏହା ସହିତ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ଓଡ଼ିଶାରେ ଶ୍ରମିକ ଦାବି ହ୍ରାସ ପାଇଥିବା କଥା ଆଦୌ ସତ୍ୟ ନୁହେଁ। କରୋନା ମହାମାରୀ ଅବସ୍ଥାକୁ ଦୃଷ୍ଟିରେ ରଖି ବାହାର ରାଜ୍ୟରୁ ଅନେକ ଲୋକ ରାଜ୍ୟକୁ ଫେରି ଆସିଛନ୍ତି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ଏମାନେ ନିଜ ନିଜ ଗ୍ରାମରେ ରହିବା ଯୋଗୁଁ ଓଡ଼ିଶାରେ ଶ୍ରମିକ ମାନଙ୍କ ଚାହିଦା ଅନେକ ମାତ୍ରାରେ ବୃଦ୍ଧି ପାଇଛି। ୨୦୨୨-୨୩ ବର୍ଷର ଅଟକଳରୁ ପ୍ରାୟ ୫୦ ପ୍ରତିଶତ ଅର୍ଥ ଗତ ବର୍ଷର ବକେୟା ଦେୟ ବାବଦକୁ ପ୍ରଦାନ କରାଯିବ। “ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଗ୍ରାମାଞ୍ଚଳରେ ଲୋକଙ୍କୁ କର୍ମ ସଂସ୍ଥାନ ଯୋଗାଇବା ବର୍ତ୍ତମାନ ସମୟର ଆବଶ୍ୟକତା ରହିଛି। ଏଥିରେ ଅଧିକ ବ୍ୟୟ ବରାଦ କରାଗଲେ ଅଧିକରୁ ଅଧିକ ଲୋକ କର୍ମ ସଂସ୍ଥାନ ପାଇବା ସହ ପ୍ରବାସୀ ଶ୍ରମିକ ସଂଖ୍ୟା ହ୍ରାସ ପାଇବା ସହ ଅନ୍ୟ ରାଜ୍ୟକୁ ଦୂରବସ୍ଥା ଜନିତ ପ୍ରବାସୀ ଶ୍ରମିକ ସଂଖ୍ୟା ହ୍ରାସ ପାଇବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

ରାଜ୍ୟରେ ୨୦୨୦-୨୧ରେ ୨୦.୮୧ କୋଟି ଶ୍ରମ ଦିବସ ସୃଷ୍ଟି କରାଯାଇଥିଲା। ଯାହାକି ୨୦୧୯-୨୦ ବର୍ଷର ୧୧.୧୪ କୋଟି ଶ୍ରମ ଦିବସ ତୁଳନାରେ ୧୮୭ ପ୍ରତିଶତ ଅଧିକ ରହିଥିଲା। ଚଳିତ ବର୍ଷ ମଧ୍ୟ ଏ ପର୍ଯ୍ୟନ୍ତ ୧୮ କୋଟିରୁ ଅଧିକ ଶ୍ରମ ଦିବସ ସୃଷ୍ଟି କରାଯାଇ ସାରିଲାଣି ଯାହାକି ବିଗତ ବର୍ଷ ତୁଳନାରେ ମଧ୍ୟ ଅଧିକ। ଏହା ସୂଚାଉଛି କି ଓଡ଼ିଶାରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଅଧିକରୁ ଅଧିକ ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର