ନିଜ ଜନ୍ମଦିନରେ ନବୀନଙ୍କ ଫ୍ୟାନ୍‌ ଖଗେଶ୍ବରଙ୍କୁ ବାଇକ୍ ଉପହାର ଦେଲେ ପ୍ରଣବ ପ୍ରକାଶ ଦାସ

The Sakala Picture
Published On

ଭୁବନେଶ୍ୱର: ନୂଆ ଗାଡି ଚଢିବେ ମୁଖ୍ୟମନ୍ତ୍ରୀ ନବୀନଙ୍କ ବଡ ଫ୍ୟାନ ଖଗେଶ୍ବର । ନିଜ ଜନ୍ମଦିନରେ ପ୍ରଣବ ପ୍ରକାଶ ଦେଲେ ଏହି ଉପହାର । ଏକ ଭିନ୍ନ ଢ଼ଙ୍ଗରେ ନିଜ ଜନ୍ମଦିନ ପାଳିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଫ୍ୟାନ୍ ତଥା ବିଜୁ ଜନତା ଦଳର ଦୃଢ଼ ସମର୍ଥକ ଖଗେଶ୍ୱରଙ୍କୁ ଏକ ମୋଟର ସାଇକେଲ ଗିଫ୍ଟ କରିଛନ୍ତି ପ୍ରଣବ । ବିଜେଡି ସାଂଗଠନିକ ସମ୍ପାଦକଙ୍କ ଠାରୁ ଏହି […]

ଭୁବନେଶ୍ୱର: ନୂଆ ଗାଡି ଚଢିବେ ମୁଖ୍ୟମନ୍ତ୍ରୀ ନବୀନଙ୍କ ବଡ ଫ୍ୟାନ ଖଗେଶ୍ବର । ନିଜ ଜନ୍ମଦିନରେ ପ୍ରଣବ ପ୍ରକାଶ ଦେଲେ ଏହି ଉପହାର । ଏକ ଭିନ୍ନ ଢ଼ଙ୍ଗରେ ନିଜ ଜନ୍ମଦିନ ପାଳିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଫ୍ୟାନ୍ ତଥା ବିଜୁ ଜନତା ଦଳର ଦୃଢ଼ ସମର୍ଥକ ଖଗେଶ୍ୱରଙ୍କୁ ଏକ ମୋଟର ସାଇକେଲ ଗିଫ୍ଟ କରିଛନ୍ତି ପ୍ରଣବ । ବିଜେଡି ସାଂଗଠନିକ ସମ୍ପାଦକଙ୍କ ଠାରୁ ଏହି ଗିଫ୍ଟ ପାଇଁ ଖଗେଶ୍ୱର ବେଶ୍ ଖୁସି ହୋଇଥିବା ବେଳେ ଅନ୍ୟକର୍ମୀଙ୍କୁ ମଧ୍ୟ ଏହା ବେଶ୍ ଉତ୍ସାହିତ କରିଛି ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ସମସ୍ତଙ୍କ ନିକଟରେ ନବୀନଙ୍କ ଫ୍ୟାନ୍‌ ଭାବେ ପରିଚିତ ଖଗେଶ୍ୱର ସର୍ବଦା ବିଜେଡିର ଲୋଗୋ ଏବଂ ବିଜୁ ଜନତା ଦଳ ଲେଖା ଥିବା ପୋଷାକ ପିନ୍ଧୁଥିବା ବେଳେ ସେ ବ୍ୟବହାର କରୁଥିବା ବାଇକ୍ ମଧ୍ୟ ବିଜେଡି ପତାକା ରଙ୍ଗର । ସେ ଦଳର କୌଣସି ପଦ ପଦବୀରେ ନଥିଲେ ମଧ୍ୟ ଦଳୀୟ ସମାବେଶ ଓ ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳେ । ହାତରେ ବିଜେଡି ପତାକା ଧରି ନବୀନଙ୍କ ଗୁଣଗାନ କରୁଥିବା ପ୍ରାୟ ସମସ୍ତେ ଶୁଣିଛନ୍ତି ଓ ଦେଖିଛନ୍ତି । ଏଭଳି ଜଣେ ନିସ୍ୱାର୍ଥପର ସମର୍ଥକଙ୍କୁ ପ୍ରଣବଙ୍କ ଏହି ଉପହାର ଅନ୍ୟ କର୍ମୀ ଓ ଖଗେଶ୍ୱରଙ୍କୁ ବେଶ୍ ଉତ୍ସାହିତ କରିଛି । ଅପରପକ୍ଷରେ ଏହି ଫଟୋଟି ସୋସିଆଲ ମିଡିଆରେ ମଧ୍ୟ ଲୋକଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଛି । ଏଭଳି କାର୍ଯ୍ୟକୁ ସାମାଜିକ ଗଣମାଧ୍ୟମାରେ ଲୋକେ ବେଶ୍ ପ୍ରଶଂସା କରିଥିବା ବେଳେ ପ୍ରଣବଙ୍କୁ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

28 Jun 2022 By The Sakala

ନିଜ ଜନ୍ମଦିନରେ ନବୀନଙ୍କ ଫ୍ୟାନ୍‌ ଖଗେଶ୍ବରଙ୍କୁ ବାଇକ୍ ଉପହାର ଦେଲେ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର: ନୂଆ ଗାଡି ଚଢିବେ ମୁଖ୍ୟମନ୍ତ୍ରୀ ନବୀନଙ୍କ ବଡ ଫ୍ୟାନ ଖଗେଶ୍ବର । ନିଜ ଜନ୍ମଦିନରେ ପ୍ରଣବ ପ୍ରକାଶ ଦେଲେ ଏହି ଉପହାର । ଏକ ଭିନ୍ନ ଢ଼ଙ୍ଗରେ ନିଜ ଜନ୍ମଦିନ ପାଳିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଫ୍ୟାନ୍ ତଥା ବିଜୁ ଜନତା ଦଳର ଦୃଢ଼ ସମର୍ଥକ ଖଗେଶ୍ୱରଙ୍କୁ ଏକ ମୋଟର ସାଇକେଲ ଗିଫ୍ଟ କରିଛନ୍ତି ପ୍ରଣବ । ବିଜେଡି ସାଂଗଠନିକ ସମ୍ପାଦକଙ୍କ ଠାରୁ ଏହି ଗିଫ୍ଟ ପାଇଁ ଖଗେଶ୍ୱର ବେଶ୍ ଖୁସି ହୋଇଥିବା ବେଳେ ଅନ୍ୟକର୍ମୀଙ୍କୁ ମଧ୍ୟ ଏହା ବେଶ୍ ଉତ୍ସାହିତ କରିଛି ।

ସମସ୍ତଙ୍କ ନିକଟରେ ନବୀନଙ୍କ ଫ୍ୟାନ୍‌ ଭାବେ ପରିଚିତ ଖଗେଶ୍ୱର ସର୍ବଦା ବିଜେଡିର ଲୋଗୋ ଏବଂ ବିଜୁ ଜନତା ଦଳ ଲେଖା ଥିବା ପୋଷାକ ପିନ୍ଧୁଥିବା ବେଳେ ସେ ବ୍ୟବହାର କରୁଥିବା ବାଇକ୍ ମଧ୍ୟ ବିଜେଡି ପତାକା ରଙ୍ଗର । ସେ ଦଳର କୌଣସି ପଦ ପଦବୀରେ ନଥିଲେ ମଧ୍ୟ ଦଳୀୟ ସମାବେଶ ଓ ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳେ । ହାତରେ ବିଜେଡି ପତାକା ଧରି ନବୀନଙ୍କ ଗୁଣଗାନ କରୁଥିବା ପ୍ରାୟ ସମସ୍ତେ ଶୁଣିଛନ୍ତି ଓ ଦେଖିଛନ୍ତି । ଏଭଳି ଜଣେ ନିସ୍ୱାର୍ଥପର ସମର୍ଥକଙ୍କୁ ପ୍ରଣବଙ୍କ ଏହି ଉପହାର ଅନ୍ୟ କର୍ମୀ ଓ ଖଗେଶ୍ୱରଙ୍କୁ ବେଶ୍ ଉତ୍ସାହିତ କରିଛି । ଅପରପକ୍ଷରେ ଏହି ଫଟୋଟି ସୋସିଆଲ ମିଡିଆରେ ମଧ୍ୟ ଲୋକଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଛି । ଏଭଳି କାର୍ଯ୍ୟକୁ ସାମାଜିକ ଗଣମାଧ୍ୟମାରେ ଲୋକେ ବେଶ୍ ପ୍ରଶଂସା କରିଥିବା ବେଳେ ପ୍ରଣବଙ୍କୁ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

https://www.thesakala.in/latest-odisha-news/pranab-prakash-gifted-a-bike-to-naveens-big-fan-khageswar/article-12846
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର