ପ୍ରଣବଙ୍କ ଟାର୍ଗେଟରେ କେନ୍ଦ୍ର ସରକାର: ଭବିଷ୍ୟତ ପିଢ଼ି ପାଇଁ ତିଆରି ହେଉଛି ଓଡ଼ିଶା, କିନ୍ତୁ ସବୁ ବିକି ଦେବାକୁ ବସିଛନ୍ତି କେନ୍ଦ୍ର ସରକାର

The Sakala Picture
Published On

ନବରଙ୍ଗପୁର: ବିଜେଡି ସାଂଗଠନିକ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଟାର୍ଗେଟରେ କେନ୍ଦ୍ର ସରକାର । କହିଲେ, ଭାଷଣରେ ନୁହେଁ କାମରେ ବିଶ୍ବାସ କରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭବିଷ୍ୟତ ପିଢ଼ି ପାଇଁ ତିଆରି ହେଉଛି ଓଡିଶା । କିନ୍ତୁ ସବୁ ବିକି ଦେବାକୁ ବସିଛନ୍ତି କେନ୍ଦ୍ର ସରକାର । ଭାତ ହାଣ୍ଡିରେ ଆସି ମାଡ଼ ପଡ଼ିଲାଣି । ଏଭଳି ସରକାର ବିରୋଧରେ ନବରଙ୍ଗପୁରର ଉପାନ୍ତ ରାୟଘରରୁ ମୟୂରଭଞ୍ଜ ରାସଗୋବିନ୍ଦପୁର ଯାଏଁ ଆନ୍ଦୋଳନ ହେବ ଚେତାଇ […]

ନବରଙ୍ଗପୁର: ବିଜେଡି ସାଂଗଠନିକ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଟାର୍ଗେଟରେ କେନ୍ଦ୍ର ସରକାର । କହିଲେ, ଭାଷଣରେ ନୁହେଁ କାମରେ ବିଶ୍ବାସ କରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭବିଷ୍ୟତ ପିଢ଼ି ପାଇଁ ତିଆରି ହେଉଛି ଓଡିଶା । କିନ୍ତୁ ସବୁ ବିକି ଦେବାକୁ ବସିଛନ୍ତି କେନ୍ଦ୍ର ସରକାର । ଭାତ ହାଣ୍ଡିରେ ଆସି ମାଡ଼ ପଡ଼ିଲାଣି । ଏଭଳି ସରକାର ବିରୋଧରେ ନବରଙ୍ଗପୁରର ଉପାନ୍ତ ରାୟଘରରୁ ମୟୂରଭଞ୍ଜ ରାସଗୋବିନ୍ଦପୁର ଯାଏଁ ଆନ୍ଦୋଳନ ହେବ ଚେତାଇ ଦେଇଛନ୍ତି ପ୍ରଣବ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ, ୧୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ

ଶନିବାର ନବରଙ୍ଗପୁରରେ ଆୟୋଜିତ ମିଶ୍ରଣ ପର୍ବରେ ସେ ଆହୁରି କହିଛନ୍ତି, ବିଜେଡି ଏକମାତ୍ର ଦଳ ଯିଏ ସମସ୍ତଙ୍କୁ ଆଦର କରେ ଆଉ ସମ୍ମାନ ଦିଏ । ୨୪ ଘଣ୍ଟା ଲୋକଙ୍କ ପାଇଁ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ର ସରକାର ଷୋଷଣର ସରକାର । ୧୯୯୯ ମହାବାତ୍ୟା ଆଉ ଏବେର ଓଡିଶାକୁ ଦେଖିଲେ ସ୍ପଷ୍ଟ ଜଣାଡୁଛି । ଯେଉଁ ଜାହାଜରେ ଦିନେ ରାଜ୍ୟବାସୀଙ୍କ ପାଇଁ ଚିରା ଲୁଗା ଆସୁଥିଲା ସେହି ଜାହାଜରେ ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯାଉଛି । କାଳିଆ, ମମତା ଭଳି ରାଜ୍ୟର ଯୋଜନାକୁ କେନ୍ଦ୍ର ଅନୁକରଣ କରୁଛି । ଖୁବଶୀଘ୍ର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ଅନୁକରଣ କରିବ କେନ୍ଦ୍ର । ଏକମାତ୍ର ବିଜେଡି ହିଁ ଲୋକଙ୍କୁ ସଶକ୍ତ କରୁଛି । କେବଳ ଭାଷଣରେ ବିଶ୍ବାସ କରୁଥିବା ଦଳ ନୁହେଁ ବିଜେଡି । ଚାଷୀଙ୍କ କଷ୍ଟ ଉପାର୍ଜିତ ଚାଉଳ ଉଠାଉନାହିଁ କେନ୍ଦ୍ର । ଚାଷୀଙ୍କୁ ଦେଶରୁ ସଫା କରିଦେବାକୁ ବସିଲେଣି । ଗତ ଦେଢ ବର୍ଷ ହେଲା ଦିଲ୍ଲୀରେ ଯାହା ଚାଲିଛି ତାହା ସାରା ଦେଶ ଦେଖୁଛି । ସମୟ ଆସିଛି ଏବେ ବିଜେପି ନେତାଙ୍କୁ ଭୋଟ ନେଇଛ ହକ ଫେରାଅ ବୋଲି ଦାବି ହେଉ । କେବଳ ବଡ ବଡ ଭାଷଣ ଦେଇଦେଲେ ହେବନି ବୋଲି କହିଛନ୍ତି ପ୍ରଣବ ।

ଆହୁରି ପଢ଼ନ୍ତୁ: ବରମୁଣ୍ଡା ବସ ଟର୍ମିନାଲରେ ଅପହରଣ ଉଦ୍ୟମ ପଣ୍ଡ: ଏନଜିଓ କର୍ମୀଙ୍କ କବଳରୁ ଉଦ୍ଧାର ହେଲେ ନାବାଳିକାଙ୍କ ସମେତ ୩ ମହିଳା

ସାର କାହାର ଦାୟିତ୍ବ । କାହିଁକି ଚାଷୀଙ୍କୁ ସାର ମିଳୁନି ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେପିକୁ କେବଳ କ୍ଷମତା ଦରକାର । କ୍ଷମତା ମିଳିଲେ ବିମାନବନ୍ଦର ବିକି ଦେବେ, ଏୟାର ଇଣ୍ଡିଆ ବିକ୍ରି ହେବ, ନାଲକୋ ବି ବିକ୍ରି ହୋଇଯିବ । ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟ ହେଉଛି କଥା କମ କାମ ବେଶି । ବିଜେପିର ଆଭିମୁଖ୍ୟ କାମ ନାହିଁ, ଭାଷଣ ବେଶି । ରାଜ୍ୟର ସାଢେ ଚାରି କୋଟି ଲୋକଙ୍କୁ ନିଜ ମାଲିକ ଓ ପରିବାର ବୋଲି ଭାବନ୍ତି ନବୀନ । ବିଜେପିଙ୍କୁ କଡା ସମାଲୋଚନା କରି ସେ କହିଛନ୍ତି ଯେ, ଲୋକଙ୍କ ହୃଦୟରେ ରହୁଥିବା ଲୋକଙ୍କୁ ବାସନ୍ଦ କରିବାର ଧମକ ଦେଉଛନ୍ତି ବିରୋଧୀ । କେବଳ ଶୁଖିଲା ଭାଷଣର ଦଳ ହେଉଛି ବିଜେପି । କେବଳ ଟ୍ବିଟ କରି ବାହାବା ନେବା ହିଁ ଏକମାତ୍ର ଲକ୍ଷ୍ୟ । କେନ୍ଦ୍ରୀୟ ସହଯୋଗ ପ୍ରସଙ୍ଗରେ ପ୍ରଣବ କହିଛନ୍ତି ଯେ, ଆମ ପଇସା ଆମକୁ ଦେଉଛ, କିଛି ଦାନ କରୁନ ।

ଆହୁରି ପଢ଼ନ୍ତୁ: ଲୁଡୁ ଖେଳକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼, ଦୁଇ ଅଟକ

06 Nov 2021 By The Sakala

ପ୍ରଣବଙ୍କ ଟାର୍ଗେଟରେ କେନ୍ଦ୍ର ସରକାର: ଭବିଷ୍ୟତ ପିଢ଼ି ପାଇଁ ତିଆରି ହେଉଛି ଓଡ଼ିଶା, କିନ୍ତୁ ସବୁ ବିକି ଦେବାକୁ ବସିଛନ୍ତି କେନ୍ଦ୍ର ସରକାର

ନବରଙ୍ଗପୁର: ବିଜେଡି ସାଂଗଠନିକ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଟାର୍ଗେଟରେ କେନ୍ଦ୍ର ସରକାର । କହିଲେ, ଭାଷଣରେ ନୁହେଁ କାମରେ ବିଶ୍ବାସ କରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭବିଷ୍ୟତ ପିଢ଼ି ପାଇଁ ତିଆରି ହେଉଛି ଓଡିଶା । କିନ୍ତୁ ସବୁ ବିକି ଦେବାକୁ ବସିଛନ୍ତି କେନ୍ଦ୍ର ସରକାର । ଭାତ ହାଣ୍ଡିରେ ଆସି ମାଡ଼ ପଡ଼ିଲାଣି । ଏଭଳି ସରକାର ବିରୋଧରେ ନବରଙ୍ଗପୁରର ଉପାନ୍ତ ରାୟଘରରୁ ମୟୂରଭଞ୍ଜ ରାସଗୋବିନ୍ଦପୁର ଯାଏଁ ଆନ୍ଦୋଳନ ହେବ ଚେତାଇ ଦେଇଛନ୍ତି ପ୍ରଣବ ।

ଶନିବାର ନବରଙ୍ଗପୁରରେ ଆୟୋଜିତ ମିଶ୍ରଣ ପର୍ବରେ ସେ ଆହୁରି କହିଛନ୍ତି, ବିଜେଡି ଏକମାତ୍ର ଦଳ ଯିଏ ସମସ୍ତଙ୍କୁ ଆଦର କରେ ଆଉ ସମ୍ମାନ ଦିଏ । ୨୪ ଘଣ୍ଟା ଲୋକଙ୍କ ପାଇଁ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ର ସରକାର ଷୋଷଣର ସରକାର । ୧୯୯୯ ମହାବାତ୍ୟା ଆଉ ଏବେର ଓଡିଶାକୁ ଦେଖିଲେ ସ୍ପଷ୍ଟ ଜଣାଡୁଛି । ଯେଉଁ ଜାହାଜରେ ଦିନେ ରାଜ୍ୟବାସୀଙ୍କ ପାଇଁ ଚିରା ଲୁଗା ଆସୁଥିଲା ସେହି ଜାହାଜରେ ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯାଉଛି । କାଳିଆ, ମମତା ଭଳି ରାଜ୍ୟର ଯୋଜନାକୁ କେନ୍ଦ୍ର ଅନୁକରଣ କରୁଛି । ଖୁବଶୀଘ୍ର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ଅନୁକରଣ କରିବ କେନ୍ଦ୍ର । ଏକମାତ୍ର ବିଜେଡି ହିଁ ଲୋକଙ୍କୁ ସଶକ୍ତ କରୁଛି । କେବଳ ଭାଷଣରେ ବିଶ୍ବାସ କରୁଥିବା ଦଳ ନୁହେଁ ବିଜେଡି । ଚାଷୀଙ୍କ କଷ୍ଟ ଉପାର୍ଜିତ ଚାଉଳ ଉଠାଉନାହିଁ କେନ୍ଦ୍ର । ଚାଷୀଙ୍କୁ ଦେଶରୁ ସଫା କରିଦେବାକୁ ବସିଲେଣି । ଗତ ଦେଢ ବର୍ଷ ହେଲା ଦିଲ୍ଲୀରେ ଯାହା ଚାଲିଛି ତାହା ସାରା ଦେଶ ଦେଖୁଛି । ସମୟ ଆସିଛି ଏବେ ବିଜେପି ନେତାଙ୍କୁ ଭୋଟ ନେଇଛ ହକ ଫେରାଅ ବୋଲି ଦାବି ହେଉ । କେବଳ ବଡ ବଡ ଭାଷଣ ଦେଇଦେଲେ ହେବନି ବୋଲି କହିଛନ୍ତି ପ୍ରଣବ ।

ସାର କାହାର ଦାୟିତ୍ବ । କାହିଁକି ଚାଷୀଙ୍କୁ ସାର ମିଳୁନି ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେପିକୁ କେବଳ କ୍ଷମତା ଦରକାର । କ୍ଷମତା ମିଳିଲେ ବିମାନବନ୍ଦର ବିକି ଦେବେ, ଏୟାର ଇଣ୍ଡିଆ ବିକ୍ରି ହେବ, ନାଲକୋ ବି ବିକ୍ରି ହୋଇଯିବ । ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟ ହେଉଛି କଥା କମ କାମ ବେଶି । ବିଜେପିର ଆଭିମୁଖ୍ୟ କାମ ନାହିଁ, ଭାଷଣ ବେଶି । ରାଜ୍ୟର ସାଢେ ଚାରି କୋଟି ଲୋକଙ୍କୁ ନିଜ ମାଲିକ ଓ ପରିବାର ବୋଲି ଭାବନ୍ତି ନବୀନ । ବିଜେପିଙ୍କୁ କଡା ସମାଲୋଚନା କରି ସେ କହିଛନ୍ତି ଯେ, ଲୋକଙ୍କ ହୃଦୟରେ ରହୁଥିବା ଲୋକଙ୍କୁ ବାସନ୍ଦ କରିବାର ଧମକ ଦେଉଛନ୍ତି ବିରୋଧୀ । କେବଳ ଶୁଖିଲା ଭାଷଣର ଦଳ ହେଉଛି ବିଜେପି । କେବଳ ଟ୍ବିଟ କରି ବାହାବା ନେବା ହିଁ ଏକମାତ୍ର ଲକ୍ଷ୍ୟ । କେନ୍ଦ୍ରୀୟ ସହଯୋଗ ପ୍ରସଙ୍ଗରେ ପ୍ରଣବ କହିଛନ୍ତି ଯେ, ଆମ ପଇସା ଆମକୁ ଦେଉଛ, କିଛି ଦାନ କରୁନ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର