ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବଜାଇଲେ ପ୍ରଣବ, କେନ୍ଦୁଝରରେ ଦଳୀୟ କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର

The Sakala Picture
Published On

ପାଟଣା : ୨୦୨୨କୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବ। ନିର୍ବାଚନକୁ ଆଉ କେଇ ମାସ ବାକି ରହିଥିବା ବେଳେ ଏବେଠାରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହେଇଗଲାଣି। ପଞ୍ଚାୟତ ଦଖଲ ପାଇଁ ତୃଣମୂଳ ସ୍ତରରୁ ରଣନୀତି ପ୍ରସ୍ତୁତ କରି ଜନତାମୁହାଁ ହେଲଣି ରାଜ୍ୟର ୩ ପ୍ରମୁଖ ଦଳ । ଏହାରି ମଧ୍ୟରେ ବିଜୁ ଜନତା ଦଳର ସଙ୍ଗଠନ ସମ୍ପାଦକ ତଥା କେନ୍ଦୁଝର ଜିଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ କେନ୍ଦୁଝର ଜିଲା ଗସ୍ତକରି ଆଗାମୀ ପଞ୍ଚାୟତ ନିର୍ବାଚନ […]

ପାଟଣା : ୨୦୨୨କୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବ। ନିର୍ବାଚନକୁ ଆଉ କେଇ ମାସ ବାକି ରହିଥିବା ବେଳେ ଏବେଠାରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହେଇଗଲାଣି। ପଞ୍ଚାୟତ ଦଖଲ ପାଇଁ ତୃଣମୂଳ ସ୍ତରରୁ ରଣନୀତି ପ୍ରସ୍ତୁତ କରି ଜନତାମୁହାଁ ହେଲଣି ରାଜ୍ୟର ୩ ପ୍ରମୁଖ ଦଳ । ଏହାରି ମଧ୍ୟରେ ବିଜୁ ଜନତା ଦଳର ସଙ୍ଗଠନ ସମ୍ପାଦକ ତଥା କେନ୍ଦୁଝର ଜିଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ କେନ୍ଦୁଝର ଜିଲା ଗସ୍ତକରି ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଦଳୀୟ କର୍ମୀଙ୍କୁ  ଗୁରୁମନ୍ତ୍ର ଦେଇଛନ୍ତି। ପାଟଣା ନିର୍ବାଚନ ମଣ୍ଡଳୀ ସାହାରପଡା ବ୍ଲକ ଉଦୟପୁର ବିରାଜା ମନ୍ଦିର ପରିସରରେ ମଙ୍ଗଳବାର ବିଜେଡିର ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ଦଳିୟ କର୍ମକର୍ତ୍ତାଙ୍କୁ ଗୁରୁ ମନ୍ତ୍ର ଦେବା ସହ ନିର୍ବାଚନ ମଣ୍ଡଳୀର ସମୁଦାୟ ସାତଟି ଜିଲ୍ଲା ପରିଷଦ ଆସନରେ ଯେମିତି ବିଜୁ ଜନତା ଦଳ ନିଶ୍ଚିତ ବିଜୟ ହାସଲ କରିବ ସେ ନେଇ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି । ପାଟଣା ନିର୍ବାଚନ ମଣ୍ଡଳୀର ବିକାଶକୁ ଆହୁରି ତୀବ୍ର କରିବାକୁ ସେ ନିଜେ ଧ୍ୟାନ ଦେଉଥିବା ଶ୍ରୀ ଦାସ ମତ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ଓ ସ୍ବାସ୍ଥ୍ୟ ରକ୍ଷା ପାଇଁ ପ୍ରଚଳିତ ନୂଆ ସ୍ମାର୍ଟକାର୍ଡ ସମ୍ପର୍କରେ ସୂଚନା ଦେଇଥିଲେ । ସେ ଦଳକୁ ସଫଳତା ଆଣିଦେବା ପାଇଁ ମଣ୍ଡଳୀସ୍ତରରେ କର୍ମକର୍ତ୍ତାଙ୍କୁ ପୃଥକ ଭେଟିବେ ବୋଲି ମଧ୍ୟ ସୂଚନା ଦେଇଥିଲେ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ାରେ ଏନକାଉଣ୍ଟର, ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନ ଆହତ

ଏହି ବୈଠକରେ ସମ୍ମାନିତ ଅତିଥି ଭାବେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ,ପାଟଣା ବିଧାୟକ  ଜଗନ୍ନାଥ ନାଏକ, ସାହାରପଡ଼ା ବ୍ଲକ ବିଜେଡ଼ି ସଭାପତି ଗୋବିନ୍ଦ ମହାନ୍ତ, ପାଟଣା ବ୍ଲକ ବିଜେଡ଼ି ସଭାପତି ମାଧବା ନନ୍ଦ ପୃଷ୍ଟି, ବିଜୁ କୃଷକ ଜନତା ଦଳ ଜିଲ୍ଲା ସଭାପତି ଦୀପକ କୁମାର ରାଜ, ସାହାରପଡା ବ୍ଲକ ଅଧ୍ୟକ୍ଷା ରମ୍ଭାବତି ଦେହୁରୀ ଓ ଉପାଧ୍ୟକ୍ଷା କୀରଣବାଲା ସିଂହ, ଜିଲ୍ଲା ପରିଷଦ ସଦସ୍ୟ କୌଶଲ୍ୟା ନାଏକ ଅତିଥି ଭାବେ ମଞ୍ଚାସିନ ଥିବା ବେଳେ ଦୀପକ ରାଜ ନିର୍ବାଚନ ମଣ୍ଡଳୀ ରେ ସମସ୍ୟା ସମ୍ପର୍କ ରେ ମୁଖ୍ୟ ଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନିର୍ବାଚନ ମଣ୍ଡଳୀର ୫୬ ଟି ପଞ୍ଚାୟତରୁ ଦଳୀୟ କର୍ମକର୍ତ୍ତା ଙ୍କ ସହ ଛାତ୍ର ବିଜୁ ଜନତା ଦଳ, ଯୁବ ବିଜେଡ଼ି ଓ ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାମାନେ ବୈଠକରେ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଅସୁରକ୍ଷିତ ରାଜଧାନୀ: ଡେଲିଭରୀ ବୟଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ଆହୁରି ପଢ଼ନ୍ତୁ: ବଲାଙ୍ଗୀରରେ ପୋଖରୀ ପୁନରୁଦ୍ଧାର କାମକୁ ନେଇ ବିଜେଡି-କଂଗ୍ରେସ ମୁହାମୁହିଁ

24 Aug 2021 By The Sakala

ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବଜାଇଲେ ପ୍ରଣବ, କେନ୍ଦୁଝରରେ ଦଳୀୟ କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର

ପାଟଣା : ୨୦୨୨କୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବ। ନିର୍ବାଚନକୁ ଆଉ କେଇ ମାସ ବାକି ରହିଥିବା ବେଳେ ଏବେଠାରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହେଇଗଲାଣି। ପଞ୍ଚାୟତ ଦଖଲ ପାଇଁ ତୃଣମୂଳ ସ୍ତରରୁ ରଣନୀତି ପ୍ରସ୍ତୁତ କରି ଜନତାମୁହାଁ ହେଲଣି ରାଜ୍ୟର ୩ ପ୍ରମୁଖ ଦଳ । ଏହାରି ମଧ୍ୟରେ ବିଜୁ ଜନତା ଦଳର ସଙ୍ଗଠନ ସମ୍ପାଦକ ତଥା କେନ୍ଦୁଝର ଜିଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ କେନ୍ଦୁଝର ଜିଲା ଗସ୍ତକରି ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଦଳୀୟ କର୍ମୀଙ୍କୁ  ଗୁରୁମନ୍ତ୍ର ଦେଇଛନ୍ତି। ପାଟଣା ନିର୍ବାଚନ ମଣ୍ଡଳୀ ସାହାରପଡା ବ୍ଲକ ଉଦୟପୁର ବିରାଜା ମନ୍ଦିର ପରିସରରେ ମଙ୍ଗଳବାର ବିଜେଡିର ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ଦଳିୟ କର୍ମକର୍ତ୍ତାଙ୍କୁ ଗୁରୁ ମନ୍ତ୍ର ଦେବା ସହ ନିର୍ବାଚନ ମଣ୍ଡଳୀର ସମୁଦାୟ ସାତଟି ଜିଲ୍ଲା ପରିଷଦ ଆସନରେ ଯେମିତି ବିଜୁ ଜନତା ଦଳ ନିଶ୍ଚିତ ବିଜୟ ହାସଲ କରିବ ସେ ନେଇ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି । ପାଟଣା ନିର୍ବାଚନ ମଣ୍ଡଳୀର ବିକାଶକୁ ଆହୁରି ତୀବ୍ର କରିବାକୁ ସେ ନିଜେ ଧ୍ୟାନ ଦେଉଥିବା ଶ୍ରୀ ଦାସ ମତ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ଓ ସ୍ବାସ୍ଥ୍ୟ ରକ୍ଷା ପାଇଁ ପ୍ରଚଳିତ ନୂଆ ସ୍ମାର୍ଟକାର୍ଡ ସମ୍ପର୍କରେ ସୂଚନା ଦେଇଥିଲେ । ସେ ଦଳକୁ ସଫଳତା ଆଣିଦେବା ପାଇଁ ମଣ୍ଡଳୀସ୍ତରରେ କର୍ମକର୍ତ୍ତାଙ୍କୁ ପୃଥକ ଭେଟିବେ ବୋଲି ମଧ୍ୟ ସୂଚନା ଦେଇଥିଲେ।

ଏହି ବୈଠକରେ ସମ୍ମାନିତ ଅତିଥି ଭାବେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ,ପାଟଣା ବିଧାୟକ  ଜଗନ୍ନାଥ ନାଏକ, ସାହାରପଡ଼ା ବ୍ଲକ ବିଜେଡ଼ି ସଭାପତି ଗୋବିନ୍ଦ ମହାନ୍ତ, ପାଟଣା ବ୍ଲକ ବିଜେଡ଼ି ସଭାପତି ମାଧବା ନନ୍ଦ ପୃଷ୍ଟି, ବିଜୁ କୃଷକ ଜନତା ଦଳ ଜିଲ୍ଲା ସଭାପତି ଦୀପକ କୁମାର ରାଜ, ସାହାରପଡା ବ୍ଲକ ଅଧ୍ୟକ୍ଷା ରମ୍ଭାବତି ଦେହୁରୀ ଓ ଉପାଧ୍ୟକ୍ଷା କୀରଣବାଲା ସିଂହ, ଜିଲ୍ଲା ପରିଷଦ ସଦସ୍ୟ କୌଶଲ୍ୟା ନାଏକ ଅତିଥି ଭାବେ ମଞ୍ଚାସିନ ଥିବା ବେଳେ ଦୀପକ ରାଜ ନିର୍ବାଚନ ମଣ୍ଡଳୀ ରେ ସମସ୍ୟା ସମ୍ପର୍କ ରେ ମୁଖ୍ୟ ଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନିର୍ବାଚନ ମଣ୍ଡଳୀର ୫୬ ଟି ପଞ୍ଚାୟତରୁ ଦଳୀୟ କର୍ମକର୍ତ୍ତା ଙ୍କ ସହ ଛାତ୍ର ବିଜୁ ଜନତା ଦଳ, ଯୁବ ବିଜେଡ଼ି ଓ ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାମାନେ ବୈଠକରେ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର