ଗାନ୍ଧୀ ମାର୍ଗରେ ଗଡ଼ିବ ପ୍ରଜ୍ଞାପନ ମେଢ଼, ସାଧାରଣତନ୍ତ୍ର ଦିବସରେ ପ୍ରଦର୍ଶିତ ହେବ ରାଜ୍ଯର ଐତିହ୍ଯ ଓ ବିକାଶ

The Sakala Picture
Published On

ଭୁବନେଶ୍ବର:  ଆସନ୍ତା ରାଜ୍ଯସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନବେଳେ ଭୁବନେଶ୍ବରସ୍ଥିତ ଗାନ୍ଧୀ ମାର୍ଗରେ ପ୍ରଜ୍ଞାପନ ମେଢ଼ ଗଡ଼ିବ। ଏଥିରେ ରାଜ୍ଯର ଐତିହ୍ଯ, ପରମ୍ପରା, ଅସ୍ମିତା ଏବଂ ବିକାଶକୁ ନେଇ ଏହି ପ୍ରଜ୍ଞାପନ ମେଢ଼ ଗୁଡ଼ିକ ପ୍ରଦଶିର୍ତ ହେବ । ପ୍ଯାରେଡ୍ ପ୍ରଦର୍ଶନ ସହ ପ୍ରଜ୍ଞାପନ ମେଢ଼ ଉକ୍ତ ଉତ୍ସବର ସ୍ବତନ୍ତ୍ର ଆକର୍ଷଣ ହେବ । ଏଥି ନିମନ୍ତେ ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଏକ ପ୍ରାରମ୍ଭିକ ବୈଠକ ଗ୍ରାମ୍ଯ […]

ଭୁବନେଶ୍ବର:  ଆସନ୍ତା ରାଜ୍ଯସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନବେଳେ ଭୁବନେଶ୍ବରସ୍ଥିତ ଗାନ୍ଧୀ ମାର୍ଗରେ ପ୍ରଜ୍ଞାପନ ମେଢ଼ ଗଡ଼ିବ। ଏଥିରେ ରାଜ୍ଯର ଐତିହ୍ଯ, ପରମ୍ପରା, ଅସ୍ମିତା ଏବଂ ବିକାଶକୁ ନେଇ ଏହି ପ୍ରଜ୍ଞାପନ ମେଢ଼ ଗୁଡ଼ିକ ପ୍ରଦଶିର୍ତ ହେବ । ପ୍ଯାରେଡ୍ ପ୍ରଦର୍ଶନ ସହ ପ୍ରଜ୍ଞାପନ ମେଢ଼ ଉକ୍ତ ଉତ୍ସବର ସ୍ବତନ୍ତ୍ର ଆକର୍ଷଣ ହେବ ।

ଆହୁରି ପଢ଼ନ୍ତୁ: ଜେନ୍‌-ଜିଙ୍କ ମନୋବଳ ବଢ଼ାଇଲେ ନବୀନ; ‘ଏକ୍ସ’ରେ ଛଅ ଧାଡ଼ିଆ ପୋଷ୍ଟକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା

ଏଥି ନିମନ୍ତେ ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଏକ ପ୍ରାରମ୍ଭିକ ବୈଠକ ଗ୍ରାମ୍ଯ ଉନ୍ନୟନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏଥିରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ଚଳିତ ବର୍ଷ ବିଭିନ୍ନ ବିଭାଗ ପକ୍ଷରୁ ଏଥି ନିମନ୍ତେ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ । ରାଜ୍ଯର ଐତିହ୍ଯ ଓ ବିକାଶ ଉପରେ ମୁଖ୍ଯତଃ ଏହି ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତ କରିବାକୁ ଶ୍ରୀ ସିଂହ ବିଭାଗଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ଏହାକୁ ଅଧିକ ଆକର୍ଷଣ ଓ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରିବାକୁ ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ବିଜେପି ଶାସନରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଅସୁରକ୍ଷିତ, ମହିଳା ଓ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ: ବିଜେଡି

ଆସନ୍ତା ୨୪ ତାରିଖ ସୁଦ୍ଧା ସଂପୃକ୍ତ ବିଭାଗଗୁଡ଼ିକ ସେମାନଙ୍କ ବିଷୟବସ୍ତୁ ସମ୍ପର୍କିତ ପ୍ରଜ୍ଞାପନ ମେଢ଼ର ସଂରଚନା ପ୍ରଦାନ କରିବେ। ଏହାକୁ ଯାଞ୍ଚ କରାଯାଇ ଶ୍ରେଷ୍ଠ ନମୁନାଗୁଡ଼ିକୁ ଚୟନ କରାଯିବ। ଆଜିର ଏହି ବୈଠକରେ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦେଶକ ସରୋଜ କୁମାର ସାମଲ, ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ଶୋଭନ କୃଷ୍ଣ ସାହୁଙ୍କ ସମେତ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର