ପରଲୋକରେ ପ୍ରଫୁଲ୍ଲ କର

The Sakala Picture
Published On

ଭୁବନେଶ୍ୱର : ବିଶିଷ୍ଟ ସଙ୍ଗୀତଜ୍ଞ, ଗାୟକ, ଗୀତିକାର, ଗାଳ୍ପିକ ଓ ସ୍ତମ୍ଭକାର ତଥା କମଳ ଦେଶର ରାଜକୁମାର ନାମରେ ଖ୍ୟାତ ପଦ୍ମଶ୍ରୀ ପ୍ରଫୁଲ୍ଲ କର ଆଉ ନାହାନ୍ତି। ରବିବାର ରାତିରେ ଭୁବନେଶ୍ୱର ସତ୍ୟନଗରସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୮୩ବର୍ଷ ବୟସ ହୋଇଥିଲା। ଆସନ୍ତାକାଲି ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ହେବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି। ବହୁ କାଳଜୟୀ ସଙ୍ଗୀତର ସ୍ରଷ୍ଟା ପ୍ରଫୁଲ୍ଲ କର ୧୯୩୯ ମସିହା ଫେବୃଆରୀ ୧୬ ତାରିଖରେ ଶ୍ରୀେକ୍ଷତ୍ର […]

ଭୁବନେଶ୍ୱର : ବିଶିଷ୍ଟ ସଙ୍ଗୀତଜ୍ଞ, ଗାୟକ, ଗୀତିକାର, ଗାଳ୍ପିକ ଓ ସ୍ତମ୍ଭକାର ତଥା କମଳ ଦେଶର ରାଜକୁମାର ନାମରେ ଖ୍ୟାତ ପଦ୍ମଶ୍ରୀ ପ୍ରଫୁଲ୍ଲ କର ଆଉ ନାହାନ୍ତି। ରବିବାର ରାତିରେ ଭୁବନେଶ୍ୱର ସତ୍ୟନଗରସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୮୩ବର୍ଷ ବୟସ ହୋଇଥିଲା। ଆସନ୍ତାକାଲି ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ହେବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି। ବହୁ କାଳଜୟୀ ସଙ୍ଗୀତର ସ୍ରଷ୍ଟା ପ୍ରଫୁଲ୍ଲ କର ୧୯୩୯ ମସିହା ଫେବୃଆରୀ ୧୬ ତାରିଖରେ ଶ୍ରୀେକ୍ଷତ୍ର ପୁରୀରେ ପିତା ବୈଦ୍ୟନାଥ କର ଓ ମାତା ସୁଶିଳା କରଙ୍କ କୋଳମଣ୍ଡନ କରିଥିଲେ। ପୁରୀର ଗଦାଧର ହାଇସ୍କୁଲ ଓ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ଶିକ୍ଷାଗ୍ରହଣ ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ କଳା ଓ ଆଇନ୍‍ରେ ସ୍ନାତକ ଉପାଧି ଲାଭ କରିଥିଲେ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ପରେ ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟ, ମହାରାଷ୍ଟ୍ରରୁ ଗୁରୁ ମାର୍କଣ୍ଡେୟ ମହାପାତ୍ର, ପଣ୍ଡିତ କେ. ଆଦିନାରାୟଣ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ସଙ୍ଗୀତ ବିଶାରଦ ଉପାଧି ପାଇଥିଲେ। ପ୍ରଫୁଲ୍ଲ କର ୧୯୬୦ ମସିହାରେ ଆରମ୍ଭ କରିଥିଲେ ସଙ୍ଗୀତଜୀବନ। ସେ ଆକାଶବାଣୀରେ ଗ୍ରେଡ୍‌ -ଏ ଆର୍ଟିଷ୍ଟ, ଟେଲିଭିଜନର ଜଣେ ପ୍ରତିଷ୍ଠିତ ସଙ୍ଗୀତକାର, ଗାୟକ ଓ ଗୀତିକାର ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ। ପ୍ରାୟ ୭୦ରୁ ଊର୍ଦ୍ଧ୍ବ ଓଡ଼ିଆ ସିନେମା ଓ ୪ଟି ବଙ୍ଗଳା ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ତଥା ପାରମ୍ପରିକ ଓଡ଼ିଶୀ ଲୋକଗୀତର ବହୁଳ ବ୍ୟବହାର ଦେଖିବାକୁ ମିଳେ। ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ସେ ୮ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଓଡ଼ିଆ ଭାଗବତରେ ୭ଟି ଅଡ଼ିଓ କ୍ୟାସେଟ୍‍, ଓଡ଼ିଶୀ ଛନ୍ଦ, କୃତାଞ୍ଜଳି, ଦେଶାତ୍ମବୋଧକ ସଙ୍ଗୀତ, ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ମଧ୍ୟ ତାଙ୍କ ଅବଦାନ ଅତୁଳନୀୟ। ବିଭିନ୍ନ ଓଡ଼ିଶୀ ନୃତ୍ୟଗୁରୁମାନଙ୍କ ସହ ମିଶି ସେ ବହୁ ଓଡ଼ିଶୀ ନୃତ୍ୟନାଟିକାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ସଙ୍ଗୀତ ବ୍ୟତିତ ସାହିତ୍ୟକ୍ଷେତ୍ରରେ ମଧ୍ୟ ତାଙ୍କର ବହୁ ଅବଦାନ ରହିଥିଲା। ଦୈନିକ ଖବରକାଗରେ ତାଙ୍କର ନିୟମିତ ସ୍ତମ୍ଭ ପ୍ରକାଶ ପାଉଥିଲା। ଏହି ଲେଖାଗୁଡ଼ିକ ‘ସାଉଁଟା କାହାଣୀ’ ନାମକ ପୁସ୍ତକରେ ମଧ୍ୟ ପ୍ରକାଶ ପାଇଥିଲା। ‘ଆଜ୍ଞାମାଳ’ ଓ ‘କୃପାଜଳ’ ନାମରେ ତାଙ୍କ ରଚିତ ୨ଟି ଭଜନ ପୁସ୍ତକ ମଧ୍ୟ ପ୍ରକାଶ ପାଇଛି। ୨୦୦୭ ମସିହାରୁ ତାଙ୍କ ନାମରେ ଏକ ଫାଉଣ୍ଡେସନ୍‍ ଗଠନ କରାଯାଇଥିଲା ଏବଂ ୨୦୦୮ ମସିହାରୁ ଏହି ଫାଉଣ୍ଡେସନ ତରଫରୁ ‘ପ୍ରଫୁଲ୍ଲ କର ସମ୍ମାନ’ ପ୍ରଦାନ କରାଯାଉଛି।

ଆହୁରି ପଢ଼ନ୍ତୁ: ଗାଧୋଇବା ହେଲା କାଳ, ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

୧୯୯୫ ମସିହାରେ ‘ମମତା’ , ୧୯୭୬ରେ ‘ଶେଷ ଶ୍ରାବଣ’, ‘ସିନ୍ଦୂର ବିନ୍ଦୁ’, ‘ବତୀଘର’, ୧୯୭୭ ମସିହାରେ ‘ମୁକ୍ତି’, ୧୯୭୮ରେ ‘ସୁଜାତା’, ‘ସତୀ ଅନସୂୟା’, ‘ବଳିଦାନ’, ‘ମଥୁରା’, ମା ଓ ମମତା, ହିସାବ ନିକାଶ, ଜନନୀ, ସ୍କୁଲ ମାଷ୍ଟର, ସମୟ ବଡ଼ ବଳବାନ, ସଂସାର, ଛ’ ମାଣ ଆଠଗୁଣ୍ଠ, ତୁଣ୍ଡବାଇଦ, ନାଗ ପଞ୍ଚମୀ, ଏମିତି ଭାଇ ଜଗତେ ନାହିଁ ଆଦି କଥାଚିତ୍ରରେ ସଙ୍ଗୀତ ଗାନ କରିଥିଲେ। ପ୍ରାୟ ୭୦ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଛନ୍ତି। ସଙ୍ଗୀତ ଓ ସାହିତ୍ୟ ଜଗତକୁ ଅନନ୍ୟ ଅବଦାନ ରଖୀଥିବା ପ୍ରଫୁଲ୍ଲ କରଙ୍କୁ ୨୦୧୫ ମସିହାରେ ଭାରତ ସରକାର ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଥିଲେ। ତାଙ୍କ ବିୟୋଗରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।

18 Apr 2022 By The Sakala

ପରଲୋକରେ ପ୍ରଫୁଲ୍ଲ କର

ଭୁବନେଶ୍ୱର : ବିଶିଷ୍ଟ ସଙ୍ଗୀତଜ୍ଞ, ଗାୟକ, ଗୀତିକାର, ଗାଳ୍ପିକ ଓ ସ୍ତମ୍ଭକାର ତଥା କମଳ ଦେଶର ରାଜକୁମାର ନାମରେ ଖ୍ୟାତ ପଦ୍ମଶ୍ରୀ ପ୍ରଫୁଲ୍ଲ କର ଆଉ ନାହାନ୍ତି। ରବିବାର ରାତିରେ ଭୁବନେଶ୍ୱର ସତ୍ୟନଗରସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୮୩ବର୍ଷ ବୟସ ହୋଇଥିଲା। ଆସନ୍ତାକାଲି ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ହେବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି। ବହୁ କାଳଜୟୀ ସଙ୍ଗୀତର ସ୍ରଷ୍ଟା ପ୍ରଫୁଲ୍ଲ କର ୧୯୩୯ ମସିହା ଫେବୃଆରୀ ୧୬ ତାରିଖରେ ଶ୍ରୀେକ୍ଷତ୍ର ପୁରୀରେ ପିତା ବୈଦ୍ୟନାଥ କର ଓ ମାତା ସୁଶିଳା କରଙ୍କ କୋଳମଣ୍ଡନ କରିଥିଲେ। ପୁରୀର ଗଦାଧର ହାଇସ୍କୁଲ ଓ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ଶିକ୍ଷାଗ୍ରହଣ ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ କଳା ଓ ଆଇନ୍‍ରେ ସ୍ନାତକ ଉପାଧି ଲାଭ କରିଥିଲେ।

ପରେ ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟ, ମହାରାଷ୍ଟ୍ରରୁ ଗୁରୁ ମାର୍କଣ୍ଡେୟ ମହାପାତ୍ର, ପଣ୍ଡିତ କେ. ଆଦିନାରାୟଣ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ସଙ୍ଗୀତ ବିଶାରଦ ଉପାଧି ପାଇଥିଲେ। ପ୍ରଫୁଲ୍ଲ କର ୧୯୬୦ ମସିହାରେ ଆରମ୍ଭ କରିଥିଲେ ସଙ୍ଗୀତଜୀବନ। ସେ ଆକାଶବାଣୀରେ ଗ୍ରେଡ୍‌ -ଏ ଆର୍ଟିଷ୍ଟ, ଟେଲିଭିଜନର ଜଣେ ପ୍ରତିଷ୍ଠିତ ସଙ୍ଗୀତକାର, ଗାୟକ ଓ ଗୀତିକାର ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ। ପ୍ରାୟ ୭୦ରୁ ଊର୍ଦ୍ଧ୍ବ ଓଡ଼ିଆ ସିନେମା ଓ ୪ଟି ବଙ୍ଗଳା ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ତଥା ପାରମ୍ପରିକ ଓଡ଼ିଶୀ ଲୋକଗୀତର ବହୁଳ ବ୍ୟବହାର ଦେଖିବାକୁ ମିଳେ। ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ସେ ୮ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି।

ଓଡ଼ିଆ ଭାଗବତରେ ୭ଟି ଅଡ଼ିଓ କ୍ୟାସେଟ୍‍, ଓଡ଼ିଶୀ ଛନ୍ଦ, କୃତାଞ୍ଜଳି, ଦେଶାତ୍ମବୋଧକ ସଙ୍ଗୀତ, ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ମଧ୍ୟ ତାଙ୍କ ଅବଦାନ ଅତୁଳନୀୟ। ବିଭିନ୍ନ ଓଡ଼ିଶୀ ନୃତ୍ୟଗୁରୁମାନଙ୍କ ସହ ମିଶି ସେ ବହୁ ଓଡ଼ିଶୀ ନୃତ୍ୟନାଟିକାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ସଙ୍ଗୀତ ବ୍ୟତିତ ସାହିତ୍ୟକ୍ଷେତ୍ରରେ ମଧ୍ୟ ତାଙ୍କର ବହୁ ଅବଦାନ ରହିଥିଲା। ଦୈନିକ ଖବରକାଗରେ ତାଙ୍କର ନିୟମିତ ସ୍ତମ୍ଭ ପ୍ରକାଶ ପାଉଥିଲା। ଏହି ଲେଖାଗୁଡ଼ିକ ‘ସାଉଁଟା କାହାଣୀ’ ନାମକ ପୁସ୍ତକରେ ମଧ୍ୟ ପ୍ରକାଶ ପାଇଥିଲା। ‘ଆଜ୍ଞାମାଳ’ ଓ ‘କୃପାଜଳ’ ନାମରେ ତାଙ୍କ ରଚିତ ୨ଟି ଭଜନ ପୁସ୍ତକ ମଧ୍ୟ ପ୍ରକାଶ ପାଇଛି। ୨୦୦୭ ମସିହାରୁ ତାଙ୍କ ନାମରେ ଏକ ଫାଉଣ୍ଡେସନ୍‍ ଗଠନ କରାଯାଇଥିଲା ଏବଂ ୨୦୦୮ ମସିହାରୁ ଏହି ଫାଉଣ୍ଡେସନ ତରଫରୁ ‘ପ୍ରଫୁଲ୍ଲ କର ସମ୍ମାନ’ ପ୍ରଦାନ କରାଯାଉଛି।

୧୯୯୫ ମସିହାରେ ‘ମମତା’ , ୧୯୭୬ରେ ‘ଶେଷ ଶ୍ରାବଣ’, ‘ସିନ୍ଦୂର ବିନ୍ଦୁ’, ‘ବତୀଘର’, ୧୯୭୭ ମସିହାରେ ‘ମୁକ୍ତି’, ୧୯୭୮ରେ ‘ସୁଜାତା’, ‘ସତୀ ଅନସୂୟା’, ‘ବଳିଦାନ’, ‘ମଥୁରା’, ମା ଓ ମମତା, ହିସାବ ନିକାଶ, ଜନନୀ, ସ୍କୁଲ ମାଷ୍ଟର, ସମୟ ବଡ଼ ବଳବାନ, ସଂସାର, ଛ’ ମାଣ ଆଠଗୁଣ୍ଠ, ତୁଣ୍ଡବାଇଦ, ନାଗ ପଞ୍ଚମୀ, ଏମିତି ଭାଇ ଜଗତେ ନାହିଁ ଆଦି କଥାଚିତ୍ରରେ ସଙ୍ଗୀତ ଗାନ କରିଥିଲେ। ପ୍ରାୟ ୭୦ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଛନ୍ତି। ସଙ୍ଗୀତ ଓ ସାହିତ୍ୟ ଜଗତକୁ ଅନନ୍ୟ ଅବଦାନ ରଖୀଥିବା ପ୍ରଫୁଲ୍ଲ କରଙ୍କୁ ୨୦୧୫ ମସିହାରେ ଭାରତ ସରକାର ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଥିଲେ। ତାଙ୍କ ବିୟୋଗରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର