ଆସିଲା ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ପୋଷ୍ଟମର୍ଟମ ରିପୋର୍ଟ
ଭୁବନେଶ୍ବର : ପୁରୀ ୧୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲାରେ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ଶ୍ୱାସସୁଦ୍ଧ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ସ୍ପଷ୍ଟ କରାଯାଇଛି। ଧର୍ମେନ୍ଦ୍ରଙ୍କ ଶରୀରର ଆଉ କୌଣସି ସ୍ଥାନରେ ଆଘାତର ଚିହ୍ନ ନଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଶୁକ୍ରବାର ରାତି ୨ଟାରୁ ୪ ଟା ମଧ୍ୟରେ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। […]
ଭୁବନେଶ୍ବର : ପୁରୀ ୧୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲାରେ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ଶ୍ୱାସସୁଦ୍ଧ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ସ୍ପଷ୍ଟ କରାଯାଇଛି। ଧର୍ମେନ୍ଦ୍ରଙ୍କ ଶରୀରର ଆଉ କୌଣସି ସ୍ଥାନରେ ଆଘାତର ଚିହ୍ନ ନଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଶୁକ୍ରବାର ରାତି ୨ଟାରୁ ୪ ଟା ମଧ୍ୟରେ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି।
ତେବେ ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ସୋସିଆଲ ମିଡିଆ ଫେସ୍ବୁକ୍ରେ ଏକ ପୋଷ୍ଟ କରିଥିଲେ,ଯାହାକୁ ନେଇ ଚର୍ଚ୍ଚା ଲାଗିରହିଛି। ପୁଲିସ ଜବତ କରିଥିବା ମୋବାଇଲ ଫୋନ ହିଁ ଧର୍ମେନ୍ଦ୍ରଙ୍କ ମୃତ୍ୟୁର ଗୁମର ଖୋଲିବ।ଏହାରି ଭିତରେ ଗତକାଲି ଜବତ ହୋଇଥିବା ଧର୍ମେନ୍ଦ୍ରଙ୍କ ୨ଟି ମୋବାଇଲ୍କୁ ଯାଞ୍ଚ ପାଇଁ ରାଜ୍ୟ ଫରେନ୍ସିକ୍କୁ ପଠାଇଛି ପୁଲିସ। ଆଜି ସକାଳୁ ଏହି ଦୁଇଟି ମୋବାଇଲ୍କୁ ପୁଲିସ ପଠାଇଛି। ଏହି ମୋବାଇଲରେ ହିଁ ରହିଛି ସେହି ବିବାଦୀୟ ତଥ୍ୟ ଏବଂ ଭିଡ଼ିଓ। ଯାହାକୁ ଲୋକଲୋଚନକୁ ଆଣିବେ ବୋଲି ମୃତ୍ୟୁ ଆଗରୁ କହିଥିଲେ ଧର୍ମେନ୍ଦ୍ର ସାହୁ। ଏହି ୨ଟି ମୋବାଇଲ୍ ଭୁବନେଶ୍ୱର ଘର ନିକଟ ଏକ ପ୍ଲଟରୁ ମିଳିଥିଲା। ସନ୍ଧାନୀ କୁକୁର ସହାୟତାରେ ପୁଲିସ ମୋବାଇଲ୍କୁ ଠାବ କରିଥିଲା।
ମୋବାଇଲ୍ଟି ଘଟଣାଦିନ ରାତି ୨ଟା ୪୩ ମିନିଟ୍ରୁ ସ୍ୱିଚ୍ ଅଫ୍ ଥିବା ପୁଲିସ ସୂଚନା ଦେଇଛି। ତେବେ ଏହି ମୋବାଇଲ୍ରେ କିଛି ତଥ୍ୟ ଅଛି କି? ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ଏସବୁ ଭିତରେ ଧର୍ମେନ୍ଦ୍ରଙ୍କ ରୋଷେୟା ଏବଂ ତାଙ୍କ ପରିବାରକୁ ପୁଲିସ ସ୍କାନର୍ରେ ରଖିଛି। ଧର୍ମେନ୍ଦ୍ରଙ୍କ ରୋଷେୟା ଘର ଉପର ଫ୍ଲୋର୍ରେ ରହୁଥିଲେ। ତେବେ ଧର୍ମେନ୍ଦ୍ରଙ୍କ ରହସ୍ୟଜନକ ମୃତ୍ୟୁ ପଛର କାରଣ କ’ଣ ? ଯଦି ସେ ଆତ୍ମହତ୍ୟା କରିଛନ୍ତି, ତେବେ ତା’ର କାରଣ କ’ଣ ? ତାକୁ ନେଇ ଆଜି ବି ସସ୍ପେନ୍ସ ଲାଗିରହିଛି।
ଅନ୍ୟପଟେ ରବିବାର ସଂଧ୍ୟାରେ ଥାନା ଇନ୍ସ୍ପେକ୍ଟର ଚିତ୍ତରଞ୍ଜନ ରାଉତଙ୍କ ସମେତ ଅତିରିକ୍ତ ଡିସିପି ପ୍ରକାଶ ପାଲ ଓ ଜଣେ ମହିଳା ପୁଲିସ ଅଧିକାରୀ ପ୍ରମୁଖ ଧର୍ମେନ୍ଦ୍ରଙ୍କ ଘରେ ପହଞ୍ଚି ପତ୍ନୀ କସ୍ତୁରିବାଳା, ନାବାଳକ ପୁଅ, ତରୁଣ କୁମାର ଓ ରୋଷେୟା, ତାଙ୍କ ସହ ରହୁଥିବା ସଂପର୍କୀୟ ଓ ଅନ୍ୟ କର୍ମଚାରୀଙ୍କୁ ପଚରାଉରା କରିଥିଲେ। ତାଙ୍କ ମାନସିକ ଅଶାନ୍ତିର କାରଣ କ’ଣ ଥିଲା? କେତେ ଦିନ ହେଲା ସେ ବିବ୍ରତ ଥିଲେ? ମୋବାଇଲ ଫୋନରେ ଥିବା ରହସ୍ୟ ସଂପର୍କରେ ପରିବାର ଲୋକଙ୍କୁ ସେ ସୂଚନା ଦେଇଥିଲେ କି ନାହିଁ? ରାଜନୈତିକ ବ୍ୟକ୍ତିଙ୍କ ସଂପୃକ୍ତି ସହ ଘଟଣା ଦିନ ରାତିରେ ଘରେ କିଏ କିଏ ଥିଲେ ଆଦି ପ୍ରସଙ୍ଗ ଉପରେ ପଚରାଉଚରା କରିଥିଲା ପୁଲିସ।
ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଗତକାଲି ଏକ ପରିତ୍ୟକ୍ତ ସ୍ଥାନରୁ ଧର୍ମେନ୍ଦ୍ରଙ୍କ ମୋବାଇଲ ମିଳିଥିଲା। ଘଟଣାସ୍ଥଳରୁ ପୁଲିସ ୧୮ ହଜାର ଟଙ୍କା ସହିତ ତାଙ୍କର ସ୍ମାର୍ଟ ୱାଚ୍, ମୋବାଇଲ କଭର ଜବତ କରିଥିଲା। ଉଦ୍ଧାର ଫୋନ୍ ଦୁଇଟି ଧର୍ମେନ୍ଦ୍ର ବ୍ୟବହାର କରୁଥିଲେ ବୋଲି ତାଙ୍କ ପତ୍ନୀ କସ୍ତୁରିବାଳା ସ୍ବାଇଁ ମଧ୍ୟ ଚିହ୍ନଟ କରିଥିଲେ। ପ୍ରଶ୍ନ ଉଠୁଛି, ଘଟଣା ଘଟିଥିବା ସ୍ଥାନଠାରୁ ୧୦୦ ଫୁଟ୍ ଦୂରରେ ବୁଦାମୂଳକୁ ମୋବାଇଲ ଫୋନ୍ ଫିଙ୍ଗିଲା କିଏ? ବଡ଼ କଥା ହେଉଛି, ମୋବାଇଲରେ ଥିବା ଭିଡିଓ ଜରିଆରେ ସମସ୍ତ ଘଟଣା ପଦାକୁ ଆସିବା ଦରକାର ବୋଲି ନିଜେ ଧର୍ମେନ୍ଦ୍ର ଫେସ୍ବୁକ୍ରେ ଅପ୍ଲୋଡ୍ କରିଥିବା ଭିଡିଓରେ କହିଥିଲେ। କେହି ସନ୍ଦିଗ୍ଧ ଅଭିଯୁକ୍ତ ଧରାପଡ଼ିଯିବା ଭୟରେ ପ୍ରମାଣ ନଷ୍ଟ କରିବା ପାଇଁ ଏଭଳି ଯୋଜନା କରିଥିବା ପୁଲିସ ଅନୁମାନ କରୁଛି। ଫୋନ୍ ଦୁଇଟି ଧର୍ମେନ୍ଦ୍ରଙ୍କର ବୋଲି ଚିହ୍ନଟ ହେବା ପରେ ସେଥିରେ ଥିବା ଭିଡିଓ ଓ ସବିଶେଷ ଡାଟା ଡାଉନଲୋଡ୍ କରିବା ପାଇଁ ରସୁଲଗଡ଼ସ୍ଥିତ ରାଜ୍ୟ ଫୋରେନସିକ ଲାବରେଟୋରିକୁ ପଠାଯାଇଥିବା ଥାନା ଅଧିକାରୀ ଶ୍ରୀ ରାଉତ କହିଛନ୍ତି। ଯଦି ଧର୍ମେନ୍ଦ୍ର ଆତ୍ମହତ୍ୟା କରିବାକୁ ସ୍ଥିର କରିଥିଲେ, ତେବେ ସେ ନିଜ ମୋବାଇଲ ଫୋନ୍, ଟଙ୍କା, ସ୍ମାର୍ଟ ୱାଚ୍ ଘର ବାହାରେ ଫୋପାଡ଼ିଥିଲେ କାହିଁକି ବୋଲି ପ୍ରଶ୍ନ ଉଠିଛି।
ଅନ୍ୟ ଜଣେ ଉପରିସ୍ଥ ଅଧିକାରୀଙ୍କ ସୂଚନା ଅନୁସାରେ, ଧର୍ମେନ୍ଦ୍ରଙ୍କ ମୋବାଇଲ୍ର କଲ-ଡିଟେଲ୍ସ ରିପୋର୍ଟ ମଧ୍ୟ ମଗାଯିବ। ଧର୍ମେନ୍ଦ୍ର ମୃତ୍ୟୁର ପୂର୍ବଦିନ କାହା କାହା ସହିତ କଥା ହୋଇଥିଲେ, ଶେଷ କଲ୍ଟି କାହାକୁ ଥିଲା, ତାହାର ଯାଞ୍ଚ ହେବ। ଯେଉଁମାନଙ୍କ ସହ ଧର୍ମେନ୍ଦ୍ର କଥା ହୋଇଥିଲେ, ତାଙ୍କୁ ପୁଲିସ ପଚରାଉଚରା କରିବ।
ସୂଚନାଯୋଗ୍ୟ ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ଡଳୀର ୧୧ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଥିଲେ ଧର୍ମେନ୍ଦ୍ର ସାହୁ। ଶନିବାର ସକାଳେ ତାଙ୍କ ଝୁଲନ୍ତା ମୃତଦେହ ଭୁବନେଶ୍ୱର ଲକ୍ଷ୍ମୀବିହାର ସ୍ଥିତ ବାସଘର ସମ୍ମୁଖରୁ ଉଦ୍ଧାର କରାଯାଇଥିଲା। କମିଶନରେଟ୍ ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଆଜି ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଯେଉଁଥିରେ ଶ୍ୱାସସୁଦ୍ଧ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ସ୍ପଷ୍ଟ କରାଯାଇଛି।