ଆଗାମୀ ୩ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଘନକୁହୁଡ଼ି ସହ ହାଲୁକା ବର୍ଷା ସମ୍ଭାବନା

The Sakala Picture
Published On

ଭୁବନେଶ୍ବର: ଓଡିଶା ଉପକୂଳସ୍ଥ ବଙ୍ଗୋପସାଗରରେ ସକ୍ରିୟ ରହିଛି ଗୁରୁଚାପ ବଳୟ । ଏହାରି ପ୍ରଭାବରେ ଉପକୂଳ ଓଡିଶା ସମେତ ଉତ୍ତର ଓଡିଶାର କିଛି ଜିଲ୍ଲାରେ କୋହଲା ପାଗ ଜାରି ରହିଛି । ଏହା ସହ କିଛି ଜିଲ୍ଲାରେ ଘନକୁହୁଡି ଦୃଶ୍ୟମାନ ହୋଇଛି ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଗୁରୁଚାପ ପ୍ରଭାବ ଯୋଗୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟ ଭିତରକୁ ପ୍ରବେଶ କରୁଥିବାରୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ କିଛି ସ୍ଥାନରେ […]

ଭୁବନେଶ୍ବର: ଓଡିଶା ଉପକୂଳସ୍ଥ ବଙ୍ଗୋପସାଗରରେ ସକ୍ରିୟ ରହିଛି ଗୁରୁଚାପ ବଳୟ । ଏହାରି ପ୍ରଭାବରେ ଉପକୂଳ ଓଡିଶା ସମେତ ଉତ୍ତର ଓଡିଶାର କିଛି ଜିଲ୍ଲାରେ କୋହଲା ପାଗ ଜାରି ରହିଛି । ଏହା ସହ କିଛି ଜିଲ୍ଲାରେ ଘନକୁହୁଡି ଦୃଶ୍ୟମାନ ହୋଇଛି ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଗୁରୁଚାପ ପ୍ରଭାବ ଯୋଗୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟ ଭିତରକୁ ପ୍ରବେଶ କରୁଥିବାରୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ କିଛି ସ୍ଥାନରେ ଘନକୁହୁଡି ଦୃଶ୍ୟମାନ ହେବା ସହ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଦକ୍ଷିଣ ଓଡିଶାରେ କିଛି ଜିଲ୍ଲାରେ ଘନ କୁହୁଡି ପରିଲକ୍ଷିତ ଥିବାରୁ ୟେଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ କେନ୍ଦ୍ର । ଆଜି ଭୋରରୁ ବଲାଙ୍ଗୀର, ନୟାଗଡ, କଟକ ସମେତ ୫ଟି ସ୍ଥାନରେ ଘନକୁହୁଡି ପରିଲକ୍ଷିତ ହୋଇଥିଲା । ସେହିପରି ଗତ ୨୪ ଘଣ୍ଟାରେ ମୟୁରଭଞ୍ଜ ଜାମଡାରେ ସର୍ବାଧିକ ୩୨ ମିଲିମିଟର ଓ କେନ୍ଦୁଝରର ଯୋଡ଼ା ଠାରେ ୨୭.୨ ମିଲିମିଟର ବର୍ଷା ରେକଡ଼ କରିଛି ପାଣିପାଗ କେନ୍ଦ୍ର। ତେବେ ଆସନ୍ତା ୭ଦିନ ଯାଏ ତାପମାତ୍ରାରେ କୌଣସି ବୃଦ୍ଧି ହେବାର ସମ୍ବାବନା ନାହିଁ ଓ ଶୀତ କମ ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

 

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର