ପୋଲିସ ବାବୁଙ୍କ ନାଁରେ ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ଗିରଫ ହେଲେ ପୋଲିସ ଏସଆଇ ବିଜୟ ସାହୁ

The Sakala Picture
Published On

ଜଳେଶ୍ଵର: ପୁଣି ଖାକିରେ କଳଙ୍କ । ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରି ଗର୍ଭବତୀ କରି ଧୋକା ଦେଲେ ମାଲକାନଗିରି SOGର ଟ୍ରେନିଂ ପ୍ରାପ୍ତ ସବଇନ୍ସପେକଟର ବିଜୟ କୁମାର ସାହୁ । ଯୁବତୀଙ୍କ ଅଭିଯୋଗ ପରେ ଗରିଫ କଲା ବାଲିଆପାଳ ପୋଲିସ । ସବଇନ୍ସପେକଟର ବିଜୟଙ୍କ ଘର ବାଲିଆପାଳ ବ୍ଳକ୍ ବଡତାଳ ପଦା ଗାଁରେ ବୋଲି ଜଣାପଡିଛି । ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଦୁଷ୍କର୍ମ କରିବା ସହ ଗର୍ଭବତୀ କରିଛନ୍ତି ପୋଲିସ ଏସଆଇ ଜଣକ । ପରେ ବିବାହ […]

ଜଳେଶ୍ଵର: ପୁଣି ଖାକିରେ କଳଙ୍କ । ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରି ଗର୍ଭବତୀ କରି ଧୋକା ଦେଲେ ମାଲକାନଗିରି SOGର ଟ୍ରେନିଂ ପ୍ରାପ୍ତ ସବଇନ୍ସପେକଟର ବିଜୟ କୁମାର ସାହୁ । ଯୁବତୀଙ୍କ ଅଭିଯୋଗ ପରେ ଗରିଫ କଲା ବାଲିଆପାଳ ପୋଲିସ । ସବଇନ୍ସପେକଟର ବିଜୟଙ୍କ ଘର ବାଲିଆପାଳ ବ୍ଳକ୍ ବଡତାଳ ପଦା ଗାଁରେ ବୋଲି ଜଣାପଡିଛି । ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଦୁଷ୍କର୍ମ କରିବା ସହ ଗର୍ଭବତୀ କରିଛନ୍ତି ପୋଲିସ ଏସଆଇ ଜଣକ । ପରେ ବିବାହ କରିବାକୁ କଲେ ମନା କରିଥିବା ନେଇ ଥାନାରେ ଅଭିଯୋଗ ପରେ ପୋଲିସ ବାବୁଙ୍କୁ ଗିରଫ କରିଛି ପୋଲିସ ।

ଆହୁରି ପଢ଼ନ୍ତୁ: OUSSSC ପକ୍ଷରୁ ୭୨୬୮ କନେଷ୍ଟବଳ ଏବଂ ଅଗ୍ନିଶମ କର୍ମଚାରୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ବଡ଼ ତାଳପଦା ଗ୍ରାମର ବିଜୟ ସାହୁ ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ । ହେଲେ ବିଜୟ ପୋଲିସ ଚାକିରି କରିବା ପରେ ଯୁବତୀଙ୍କୁ ବିବାହ କରିବାକୁ ମନା କରିଥିଲେ । ଏହାକୁ ନେଇ ଯୁବତୀ ଜଣଙ୍କ ବାଲିଆପାଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ ବିଜୟଙ୍କୁ ଗିରଫ କରିଛି ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ପାଇଁ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତରେ ପରିବର୍ତ୍ତନ, ନଭେମ୍ୱର ୪ରେ ଆସିପାରନ୍ତି ରାଷ୍ଟ୍ରପତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର