ଦୀପାବଳି ପାଇଁ ପୁଲିସ ପ୍ରସ୍ତୁତ: ରାଜଧାନୀ ଜଗିବେ ୧୦ ପ୍ଲାଟୁନ ଫୋର୍ସ, ଗ୍ରୀନ୍‍ ବାଣ ବିକ୍ରି ଲାଗି କୌଣସି ବ୍ୟବସାୟୀ ନେଇନାହାନ୍ତି ଅନୁମତି

The Sakala Picture
Published On

ଭୁବନେଶ୍ୱର: ଦିନକ ପରେ ଆଲୋକର ପର୍ବ ଦୀପାବଳି। ଏହାକୁ ଦୃଷ୍ଟିରେ ରଖି କମିସନରେଟ୍‍ ପୁଲିସ ପକ୍ଷରୁ ସହରର ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ଦୀପାବଳି ଲାଗି ସହରରେ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ। ଏଥିସହିତ ସମସ୍ତ ଥାନାକୁ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ଲାଗି କୁହାଯାଇଛି। ଏଥିସହିତ ଆଉ କେତେକ ଥାନାକୁ ପାଟ୍ରୋଲିଂ ପାଇଁ ଅଧିକ ଗାଡ଼ି ଦିଆଯିବ। ସେଭଳି ଥାନାର ଅଧିକାରୀ ଓ ଜୋନ୍‍ ଏସିପିଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି। ସେହିପରି ଦୀପାବଳିରେ ଗ୍ରୀନ୍‍ କ୍ରାକର […]

ଭୁବନେଶ୍ୱର: ଦିନକ ପରେ ଆଲୋକର ପର୍ବ ଦୀପାବଳି। ଏହାକୁ ଦୃଷ୍ଟିରେ ରଖି କମିସନରେଟ୍‍ ପୁଲିସ ପକ୍ଷରୁ ସହରର ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ଦୀପାବଳି ଲାଗି ସହରରେ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ। ଏଥିସହିତ ସମସ୍ତ ଥାନାକୁ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ଲାଗି କୁହାଯାଇଛି। ଏଥିସହିତ ଆଉ କେତେକ ଥାନାକୁ ପାଟ୍ରୋଲିଂ ପାଇଁ ଅଧିକ ଗାଡ଼ି ଦିଆଯିବ। ସେଭଳି ଥାନାର ଅଧିକାରୀ ଓ ଜୋନ୍‍ ଏସିପିଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି। ସେହିପରି ଦୀପାବଳିରେ ଗ୍ରୀନ୍‍ କ୍ରାକର ବା ସବୁଜ ବାଣ ବିକ୍ରି ଓ ଫୁଟାଇବା ଲାଗି ହାଇକୋର୍ଟ ସବୁଜ ସଙ୍କେତ ଦେଇଥିଲେ। କିନ୍ତୁ ସବୁଜ ବାଣ ବିକ୍ରି ଲାଗି ପେଟ୍ରୋଲିୟମ ଆଣ୍ଡ୍‍ ଏକ୍ସଫ୍ଲୋସିଭ୍‍ ସେଫ୍ଟି ଅର୍ଗାନାଇଜେସନ (ପିଇଏସ୍‍ଓ/ପେସୋ) ଦ୍ୱାରା ସୀକୃତ ସବୁଜ ବାଣ ବିକ୍ରି କରିପାରିବେ ବୋଲି କୁହାଯାଇଥିଲା। ତେବେ ରାଜଧାନୀରେ କୌଣସି ବାଣ ବ୍ୟବସାୟୀ ପୁଲିସ ଠାରୁ ଏପର୍ଯ୍ୟନ୍ତ ଅନୁମତି ନେଇନାହାନ୍ତି। ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ସବୁଜ ବାଣ ବିକ୍ରି ଲାଗି ପେସୋର ସାର୍ଟିଫିକଟ୍‍ ଆଣି ଡିସିପି କାର୍ଯ୍ୟାଳୟରେ ଜମା କଲେ ସେମାନଙ୍କୁ ବାଣ ବିକ୍ରି ଲାଗି ଅନୁମତି ଦିଆଯିବ। କିନ୍ତୁ ଏଯାଏଁ କୌଣସି ବାଣ ବ୍ୟବସାୟୀ ପେସୋ ସାର୍ଟିଫିକେଟ୍‍ ଦାଖଲ କରିନାହାନ୍ତି। ସେହିପରି ବେଆଇନ୍‍ ବାଣ ବିକ୍ରି ଉପରେ କଟକଣା ଲଗାଯାଇଛି। ଯଦି ବେଆଇନ୍‍ ଭାବେ ବାଣ ବିକ୍ରି କରାଯାଉଥିବାର ନଜରକୁ ଆସିଲେ ଚଢ଼ଉ କରାଯିବ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି। ଏଥିସହିତ ବାଣ ଫୁଟାଇବା ଲାଗି ଜାରି କରାଯାଇଥିବା କଟକଣାକୁ ମାନିବାକୁ ସହରବାସୀଙ୍କୁ ଡିସିପି ଅପିଲ କରିଛନ୍ତି। ଏହାସହ ରାତି ୧୦ଟା ପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଚେତାଇ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର