୨ ବ୍ୟାଚ୍‍ ମେଟ୍‍ଙ୍କ ଠିକଣା ବାହାର କଲା ପୁଲିସ

The Sakala Picture
Published On

ବ୍ରହ୍ମପୁର/ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଏସିଏଫ୍‍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ ଏବେ ପୁଲିସ ଏବଂ କ୍ରାଇମ୍‍ବ୍ରାଞ୍ଚ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବା ଭଳି ପରିସ୍ଥିତି ଆଣି ଦେଇଛି। ଘଟଣାକୁ ଇତି ମଧ୍ୟରେ ୧୫ ଦିନ ବିତିଯାଇଥିଲେ ମଧ୍ୟ କାହାରିକୁ ଗିରଫ କରାଯାଇନାହିଁ କି ପ୍ରକୃତ ଘଟଣା ମଧ୍ୟ ପୁଲିସ ଜାଣି ପାରିନାହିିଁ। ଆଜି ହାଇକୋର୍ଟରେ ଘଟଣାର ପର୍ଦ୍ଦାଫାସ୍‍ ପାଇଁ ଏକ ପିଆଇଏଲ୍‍ ଦାଖଲ ହେବା ପରେ ଏବେ ପୁଲିସ ଏବଂ କ୍ରାଇମ୍‍ବ୍ରାଞ୍ଚ […]

ବ୍ରହ୍ମପୁର/ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଏସିଏଫ୍‍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ ଏବେ ପୁଲିସ ଏବଂ କ୍ରାଇମ୍‍ବ୍ରାଞ୍ଚ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବା ଭଳି ପରିସ୍ଥିତି ଆଣି ଦେଇଛି। ଘଟଣାକୁ ଇତି ମଧ୍ୟରେ ୧୫ ଦିନ ବିତିଯାଇଥିଲେ ମଧ୍ୟ କାହାରିକୁ ଗିରଫ କରାଯାଇନାହିଁ କି ପ୍ରକୃତ ଘଟଣା ମଧ୍ୟ ପୁଲିସ ଜାଣି ପାରିନାହିିଁ। ଆଜି ହାଇକୋର୍ଟରେ ଘଟଣାର ପର୍ଦ୍ଦାଫାସ୍‍ ପାଇଁ ଏକ ପିଆଇଏଲ୍‍ ଦାଖଲ ହେବା ପରେ ଏବେ ପୁଲିସ ଏବଂ କ୍ରାଇମ୍‍ବ୍ରାଞ୍ଚ ଉପରେ ଚାପ ପଡ଼ିବା ସ୍ୱାଭାବିକ। ତଦନ୍ତକାରୀ ଅଧିକାରୀ ବଲାଙ୍ଗିରକୁ ଯାଇ ସେଠାରେ ବିଦ୍ୟାଙ୍କ ଦୁଇ ବ୍ୟାଚ୍‍ମେଟ୍‍ଙ୍କୁ ସନ୍ଦେହ ବଳୟରେ ରଖିଛନ୍ତି। ସେମାନଙ୍କ ଭିତରେ ଆସୁ ନାମ୍ନୀ ମହିଳା ଏବଂ ଅକ୍ଷୟ ନାମକ ପୁରୁଷ ରହିଛନ୍ତି। ଅକ୍ଷୟଙ୍କ ଘର ନବରଙ୍ଗପୁର ଅଞ୍ଚଳରେ ବୋଲି ପୁଲିସ ଜାଣିପାରିଛି। ଅତି ଶୀଘ୍ର ପୁଲିସ ଉଭୟ ବ୍ୟାଚ୍‍ମେଟ୍‍ଙ୍କୁ ଜେରା କରିବାର ସମ୍ଭାବନା ମଧ୍ୟ ରହିଛି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ସୌମ୍ୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କ ଶରୀରର ୯୫ ପ୍ରତିଶତ ପୋଡି ଯାଇଥିବା ଉଲ୍ଳେଖ ରହିଛି। ବ୍ୟବଚ୍ଛେଦର ୬ ଘଣ୍ଟା ପୂର୍ବରୁ ମୃତ୍ୟୁବରଣ କରିଥିବା ଏଥିରେ ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷରେ ବିଦ୍ୟାଙ୍କ ଆଉ ଏକ ହାତ ଲେଖା ଚିଠି ମଧ୍ୟ ଭାଇରଲ ହୋଇଛି। ସେ ନିଜ ଜୀବନ ଛି’ ବୋଲି ଚିଠିରେ ଉଲ୍ଲେଖ କରିଥିବା ବେଳେ ନିଜ ଜୀବନକୁ ନେଇ ଅନୁତାପ କରୁଥିବା ଲେଖିଛନ୍ତି। ତାଙ୍କ ଭବିଷ୍ୟତ ଅନ୍ଧକାର ବୋଲି ମଧ୍ୟ ସେ ଚିଠିରେ ଲେଖିଛନ୍ତି। ଏହି ଚିଠି ବିଦ୍ୟାଙ୍କ ହାତଲେଖା ନା ଆଉ କାହାର ସେ ନେଇ ବର୍ତ୍ତମାନ ଯାଏଁ କିଛି ସ୍ପଷ୍ଟ ହୋଇନାହିଁ। ଇତି ମଧ୍ୟରେ ବିଦ୍ୟାଙ୍କୁ ଜେରା କରାଯିବା ପାଇଁ ନୋଟିସ୍‍ ପ୍ରସ୍ତୁତ ହେଉଛି ବୋଲି ବିଶ୍ୱସ୍ଥ ସୂତ୍ରରୁ ଜଣାପଡ଼ିଛି। ଗଜପତି ଏସପି ଏହି ଘଟଣାକୁ ନେଇ ତଦନ୍ତ ଅଧିକାରୀ ଏବଂ କ୍ରାଇମ୍‍ବ୍ରାଞ୍ଚ ଟିମ୍‍ସହ ଘନଘନ ବୈଠକ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ଘଟଣା ପରଠାରୁ ପୁଲିସ ଆଜି ପର୍ଯ୍ୟନ୍ତ ଯେତେ ଜଣଙ୍କୁ ଜେରା କରିଛି ସମସ୍ତ ଘଟଣାର ଫାଇଲ୍‍ ପ୍ରସ୍ତୁତ ହୋଇଛି। ଉକ୍ତ ଫାଇଲ୍‍କୁ ଆଧାର କରି ବର୍ତ୍ତମାନ ପୁଲିସ କିଛି ନିଷ୍କର୍ସରେ ପହଞ୍ଚିଥିବା ଅନୁମାନ କରାଯାଉଛି। ସୌମ୍ୟଙ୍କ ଶରୀର ଯଦିଓ ୯୫ ଭାଗ ପୋଡି ଯାଇଥିଲା, ତେବେ ବିଦ୍ୟା ତାଙ୍କୁ ସେଠାରୁ ବିଶାଖାପାଟଣା ନ ନେଇ ବର୍ଣ୍ଣ ୟୁନିଟ୍‍ ନ ଥିବା ବ୍ରହ୍ମପୁର ବଡମେଡିକାଲ ଆଣି ସେଠାରୁ ପୁଣି କଟକ ଭଳି ଦୂରବାଟ କ’ଣ ପାଇଁ ନେଇଥିଲେ ତାହାକୁ ନେଇ ମଧ୍ୟ ବିଭିନ୍ନ ମହଲରେ ସନ୍ଦେହ ରହିଛି। କଟକ ନେବା ବେଳେ ବାଟରେ ୩/୪ ଥର ଆମ୍ବୁଲାନ୍ସକୁ ଅନେକ ସ୍ଥାନରେ ଅଟକାଯାଇଥିଲା। ତାହା ମଧ୍ୟ ନାନା ପ୍ରଶ୍ନ ସୃଷ୍ଟି କରିଛି। ଆଗାମୀ ଦିନରେ ଆହୁରି କିଛି ଜଣଙ୍କୁ ମଧ୍ୟ ଜେରା କରାଯିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର