ସଟଡାଉନ୍ ସମୟରେ ଟ୍ବିନ୍ ସିଟିର ୬୮ ଜାଗାରେ ହେବ ନାକାବନ୍ଦୀ, ନିୟମ ଭାଙ୍ଗିଲେ ଦୃଢ କାର୍ଯ୍ଯାନୁଷ୍ଠାନ

The Sakala Picture
Published On

ଭୁବନେଶ୍ବର: ଆସନ୍ତାକାଲିଠୁ ଅର୍ଥାତ ଶନିବାର ସକାଳୁ ରାଜ୍ଯର ସମସ୍ତ ସହରାଞ୍ଚଳରେ ଲାଗୁ ହେବାକୁ ଯାଉଛି ସଟଡାଉନ୍ ।  ଏହି ସଟଡାଉନ ସମୟରେ ଟ୍ବିନସିଟିରେ ମଧ୍ଯ ନିୟମ କଡ଼ାକଡ଼ି କରାଯାଇଛି। ଏନେଇ ଆଜି ଜନସାଧାରଣଙ୍କୁ ସତର୍କ କରାଇବା ସହିତ ନିୟମ ଅନୁପାଳନ କରିବାକୁ ପରାମର୍ଶ ଦେଇଛନ୍ତି ପୁଲିସ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ । ଏହି ସଟଡାଉନ ସମୟରେ ଚେକିଂ ଜୋରଦାର କରାଯିବ । ତେଣୁ ସମସ୍ତେ ନିୟମ ଅନୁପାଳନ କରିବା ସହିତ ପୁଲିସଙ୍କୁ ସାହାଯ୍ୟ କରିବାକୁ ସିପି ଅନୁରୋଧ […]

ଭୁବନେଶ୍ବର: ଆସନ୍ତାକାଲିଠୁ ଅର୍ଥାତ ଶନିବାର ସକାଳୁ ରାଜ୍ଯର ସମସ୍ତ ସହରାଞ୍ଚଳରେ ଲାଗୁ ହେବାକୁ ଯାଉଛି ସଟଡାଉନ୍ ।  ଏହି ସଟଡାଉନ ସମୟରେ ଟ୍ବିନସିଟିରେ ମଧ୍ଯ ନିୟମ କଡ଼ାକଡ଼ି କରାଯାଇଛି। ଏନେଇ ଆଜି ଜନସାଧାରଣଙ୍କୁ ସତର୍କ କରାଇବା ସହିତ ନିୟମ ଅନୁପାଳନ କରିବାକୁ ପରାମର୍ଶ ଦେଇଛନ୍ତି ପୁଲିସ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ । ଏହି ସଟଡାଉନ ସମୟରେ ଚେକିଂ ଜୋରଦାର କରାଯିବ । ତେଣୁ ସମସ୍ତେ ନିୟମ ଅନୁପାଳନ କରିବା ସହିତ ପୁଲିସଙ୍କୁ ସାହାଯ୍ୟ କରିବାକୁ ସିପି ଅନୁରୋଧ କରିଛନ୍ତି । କଟକରେ ୨୫ ଜାଗାରେ ନାକା କରାଯିବ। ସେହିପରି ଭୁବନେଶ୍ୱରରେ ୪୩ ଜାଗାରେ ନାକାବନ୍ଦୀ କରାଯିବ ବୋଲି ସିପି କହିଛନ୍ତି।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ଅନ୍ୟପଟେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସକାଳ ୫ଟାରୁ ୬ ଯାଏଁ ଲୋକମାନେ ମଣ୍ଣିଂ ୱାକ୍ କରିପାରିବେ । ସଟଡାଉନରୁ ବାଦ ପଡିଥିବା ଲୋକମାନେ ମଧ୍ୟ ସେମାନଙ୍କର ଆବଶ୍ୟକୀୟ ପରଚୟ ପତ୍ର ଦେଇ ଯା ଆସ କରିପାରିବେ ବୋଲି ପୁଲିସ କମିଶନର କହିଛନ୍ତି ।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

କଟକରେ ୧୨ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବାକୁ ଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଚେକିଂ କଡାକଡି ପାଇଁ ୨୦ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୧୫୦ ଅଫିସର ନିଯୁକ୍ତ ହେବେ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର