ଜିରୋ ନାଇଟ ପାଇଁ ପୋଲିସ କମିଶନରଙ୍କ ଚେତାବନୀ: ରାତି ୧୨ଟା ପରେ ମ୍ୟୁଜିକ୍ ମନା, ମଦ ପିଇ ଗାଡ଼ି ଚଳାଇଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ଜିରୋ ନାଇଟ ପାଇଁ ପୋଲିସ କମିଶନରଙ୍କ ଚେତାବନୀ । ମଦ ପିଇ ଉତ୍ପାତ ନ କରି ନିୟମ ପାଳିବାକୁ ପରାମର୍ଶ । ଜିରୋ ନାଇଟରେ ଅମାନିଆ ହେଲେ ଥାନାରେ କଟିବ ରାତି । ରାଜଧାନୀରେ ୧୮ଟି ସ୍ଥାନରେ ନାକାବନ୍ଦୀ ରହିବ । ୧୮ ପ୍ଲାଟୁନ ଫୋର୍ସ ସାରା ଭୁବନେଶ୍ୱର ଦାୟିତ୍ୱରେ ରହିବେ। ୨୯ଟି ଛକରେ ୱାଚ ଟିମ୍ ପକ୍ଷରୁ ଚେକିଂ କରାଯିବ। ଜିରୋ ନାଇଟରେ ୧୨ଟାରେ ବୁଲିବ କ୍ୱିକ୍ ରିଆକସନ ଟିମ୍ । ହୋଟେଲ, ବାର ପବକୁ ୧୨ ଯାଏଁ ପ୍ରୋଗ୍ରାମ ନିମନ୍ତେ ଅନୁମତି ମିଳିଛି । ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ଓ ମଦ୍ୟପ ଚାଳକ ଉପରେ ଲଗାମ ଲଗାଇବା ପାଇଁ ଡିସିପିଙ୍କ ନେତୃତ୍ବରେ ୫ ଜଣ ଅତିରିକ୍ତ ଡିସିପି, ୮ ଏସିପି, ୩୦ ଇନ୍ସପେକ୍ଟର, ୯୬ ଜଣ ସବଇନ୍ସପେକ୍ଟର ଓ ଏଏସଆଇ ଓ ୫୮ କନଷ୍ଟେବଳ ନିୟୋଜିତ ହେବେ। ଯେଉଁମାନେ ନିଜ କ୍ୟାମ୍ପସ ଯେପରିକି ଆପାର୍ଟମେଣ୍ଟ ବା କଲୋନୀ ଭିତରେ ସେଲିବ୍ରେସନ କରିବାକୁ ଚାହୁଁଛନ୍ତି, ସେମାନେ ନିୟମାବଳୀ ମାନିବାକୁ ବାଧ୍ୟ । ଡିଜେ ବଜାଇବାକୁ କାହାରିକୁ ମଧ୍ୟ ଅନୁମତି ମିଳିନାହିଁ । ସେହିପରି ନନ୍ଦନକାନନ, ଧଉଳି, ଲିଙ୍ଗରାଜ ମନ୍ଦିର ଓ ଖଣ୍ଡଗିରିରେ ପର୍ଯ୍ୟଟକଙ୍କ ଭିଡକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ସେହିପରି ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ । ଅସୁରକ୍ଷିତ ସ୍ଥାନକୁ ନଯିବା ପାଇଁ ପରାମର୍ଶ ଦେଇଛନ୍ତି କମିଶନର ।