ଜମି ଠକେଇ ଅଭିଯୋଗରେ SSB ଯବାନଙ୍କୁ ବାନ୍ଧିଲା ପୋଲିସ

Madhusudan Das Picture
Published On

ଭୁବନେଶ୍ବର: ଜମି ଠକେଇ ଅଭିଯୋଗରେ ପୋଲିସକୁ ବାନ୍ଧିଲା ପୋଲିସ । ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ(SSB)ର ଯବାନ ସଚିତ୍ର ସେନାପତିଙ୍କୁ ଗିରଫ କଲା ସହିଦନଗର ଥାନା ପୋଲିସ । ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ଜମି ଦେବା ନାଁରେ ଚୁନା ଲଗାଇଥିଲା ଏହି ଠକ । ୪୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବନ୍ଧା ହେଲା SSB ଯବାନ ସଚିତ୍ର ସେନାପତି । ତ୍ରିଶୁଳିଆରେ ୨ ହଜାର ସ୍କୋୟାର ଫୁଟ ଜମିକୁ ୩୦ ଲକ୍ଷ ବୋଲି କହି ଦେଖାଇଥିଲା ଜମି । ୨ ଟି କିସ୍ତିରେ ଅଗ୍ରୀମ ୨୦ ଲକ୍ଷ ଦେଇଥିଲେ ଏତଲାକାରୀ ସୁରେନ୍ଦ୍ର ଚନ୍ଦ୍ର ବାହୁବଳେନ୍ଦ୍ର । ପରେ ଜମି କଥା କହିବାରୁ ଚକମା ଦେଇ ଆସୁଥିଲା ଠକ ସଚିତ୍ର । ଅଭିଯୁକ୍ତକୁ ଗିରଫ ପରେ ଏକାଧିକ ଲୋକଙ୍କୁ ସେ ଠକିଥିବା ଜାଣିବାକୁ ପାଇଛି ପୋଲିସ । ଅଭିଯୁକ୍ତ ଜଣକ କିଛିଦିନ ତଳେ ଭରତପୁର ଥାନା ଅଧୀନରେ ପିସିଆର ଷ୍ଟାଫ ଭାବେ କାମ କରୁଥିଲା । ଅଭିଯୁକ୍ତର ଘର କଟକ ଜିଲ୍ଲା ବୈୟାଳିଶ ମୌଜା ଅନ୍ତର୍ଗତ ଧୁଳେଶ୍ୱରରେ ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ‘ଇଣ୍ଡିଆ’ ମେଣ୍ଟ ବୈଠକରେ ବିଜେଡି ସଂସଦୀୟ ଦଳ ନେତା; ଜାତୀୟ ରାଜନୀତିରେ ବିଜେଡି ଚର୍ଚ୍ଚା

21 Nov 2025 By Madhusudan Das

ଜମି ଠକେଇ ଅଭିଯୋଗରେ SSB ଯବାନଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ବର: ଜମି ଠକେଇ ଅଭିଯୋଗରେ ପୋଲିସକୁ ବାନ୍ଧିଲା ପୋଲିସ । ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ(SSB)ର ଯବାନ ସଚିତ୍ର ସେନାପତିଙ୍କୁ ଗିରଫ କଲା ସହିଦନଗର ଥାନା ପୋଲିସ । ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ଜମି ଦେବା ନାଁରେ ଚୁନା ଲଗାଇଥିଲା ଏହି ଠକ । ୪୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବନ୍ଧା ହେଲା SSB ଯବାନ ସଚିତ୍ର ସେନାପତି । ତ୍ରିଶୁଳିଆରେ ୨ ହଜାର ସ୍କୋୟାର ଫୁଟ ଜମିକୁ ୩୦ ଲକ୍ଷ ବୋଲି କହି ଦେଖାଇଥିଲା ଜମି । ୨ ଟି କିସ୍ତିରେ ଅଗ୍ରୀମ ୨୦ ଲକ୍ଷ ଦେଇଥିଲେ ଏତଲାକାରୀ ସୁରେନ୍ଦ୍ର ଚନ୍ଦ୍ର ବାହୁବଳେନ୍ଦ୍ର । ପରେ ଜମି କଥା କହିବାରୁ ଚକମା ଦେଇ ଆସୁଥିଲା ଠକ ସଚିତ୍ର । ଅଭିଯୁକ୍ତକୁ ଗିରଫ ପରେ ଏକାଧିକ ଲୋକଙ୍କୁ ସେ ଠକିଥିବା ଜାଣିବାକୁ ପାଇଛି ପୋଲିସ । ଅଭିଯୁକ୍ତ ଜଣକ କିଛିଦିନ ତଳେ ଭରତପୁର ଥାନା ଅଧୀନରେ ପିସିଆର ଷ୍ଟାଫ ଭାବେ କାମ କରୁଥିଲା । ଅଭିଯୁକ୍ତର ଘର କଟକ ଜିଲ୍ଲା ବୈୟାଳିଶ ମୌଜା ଅନ୍ତର୍ଗତ ଧୁଳେଶ୍ୱରରେ ବୋଲି ଜଣାପଡିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର