ଗ୍ରାଉଣ୍ଡ ଜିରୋରୁ ଫେରି ସଭାପତିଙ୍କୁ ରିପୋର୍ଟ ଦେଲା ବିଜେଡି ପ୍ରତିନିଧି ଦଳ: ‘ମାନଚିତ୍ରରୁ ଓଡ଼ିଶାର ଅନେକ ଗାଁକୁ ଲିଭାଇ ଦେବ ପୋଲାଭରମ୍‌‌ ପ୍ରକଳ୍ପ’

The Sakala Picture
Published On

ଭୁବନେଶ୍ୱର: ପୋଲାଭରମ୍‌‌ ପ୍ରକଳ୍ପ ପାଇଁ ଓଡ଼ିଶାର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ଫେରିବା ପରେ ବିଜେଡିର ପ୍ରତିନିଧି ଦଳ ସୋମବାର ସଂଧ୍ୟାରେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଆନ୍ଧ୍ର ସରକାରଙ୍କର ଏହି ନଦୀ ବନ୍ଧ ପ୍ରକଳ୍ପ ପାଇଁ ଓଡ଼ିଶାର ଲୋକେ କିପରି କ୍ଷତିଗ୍ରସ୍ତ ହେବେ ଏବଂ ଭବିଷ୍ୟତରେ କେତେ ସମସ୍ୟା ଦେଖା ଦେବ ତାହାର ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିପରି ପ୍ରଭାବିତ ଲୋକଙ୍କ ମତାମତ ଏବଂ […]

ଭୁବନେଶ୍ୱର: ପୋଲାଭରମ୍‌‌ ପ୍ରକଳ୍ପ ପାଇଁ ଓଡ଼ିଶାର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ଫେରିବା ପରେ ବିଜେଡିର ପ୍ରତିନିଧି ଦଳ ସୋମବାର ସଂଧ୍ୟାରେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଆନ୍ଧ୍ର ସରକାରଙ୍କର ଏହି ନଦୀ ବନ୍ଧ ପ୍ରକଳ୍ପ ପାଇଁ ଓଡ଼ିଶାର ଲୋକେ କିପରି କ୍ଷତିଗ୍ରସ୍ତ ହେବେ ଏବଂ ଭବିଷ୍ୟତରେ କେତେ ସମସ୍ୟା ଦେଖା ଦେବ ତାହାର ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିପରି ପ୍ରଭାବିତ ଲୋକଙ୍କ ମତାମତ ଏବଂ ସମସ୍ୟା ସମାଧାନ ସମ୍ପର୍କରେ ମଧ୍ୟ ଏଥିରେ ଉଲ୍ଲେଖ ରହିଛି। ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ୱରେ ବିଜେଡିର ପ୍ରତିନିଧି ଦଳ ୭ ତାରିଖରେ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରିଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

ଆଜି ରିପୋର୍ଟ ପ୍ରଦାନ କରି ନବୀନ ନିବାସରୁ ଫେରିବା ସମୟରେ ଶ୍ରୀ ନାୟକ କହିଛନ୍ତି ଯେ ପୋଲାଭରମ୍‌‌ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ମାଲକାନଗିରିର ଅନେକ ଲୋକ ବାସହରା ହୋଇଯିବେ। ଅନେକ ଗ୍ରାମ, ଜଙ୍ଗଲ, ଚାଷ ଜମି ଜଳମଗ୍ନ ହୋଇଯିବ। ମୋଟୁ ଏବଂ ପୋଡିଆ ବ୍ଲକ ଓଡ଼ିଶା ମାନଚିତ୍ରରୁ ଲିଭିଯିବ। ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଛନ୍ତି। ସେହି ଲୋକମାନେ କିପରି ଭାବେ ଥଇଥାନ ହେବେ ତାହାର କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଅପରପକ୍ଷେ ଏହି ପ୍ରକଳ୍ପ କିପରି ଶୀଘ୍ର ଶେଷ ହେବ ସେନେଇ କେନ୍ଦ୍ର ସରକାର ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ଅନୁଦାନ ଏବଂ ସହାୟତା ଦେବା ଓଡ଼ିଶାବାସୀଙ୍କ କଟା ଘା’ରେ ଚୂନ ଦେବା ସଦୃଶ ହୋଇଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ନ ଥିବା ସତ୍ତ୍ବେ ସେହି ଅଞ୍ଚଳରେ ପାଣି ମାଡି ଯାଇଛି। ଯଦି ପ୍ରକଳ୍ପ ସମ୍ପୂର୍ଣ୍ଣ ହୁଏ ତା ହେଲେ ସ୍ଥିତି ବହୁତ ଖରାପ ହେବ। ଆମ ରିପୋର୍ଟରେ ସମସ୍ତ ବିଷୟ, ବାସ୍ତବିକ ସ୍ଥିତି ସମ୍ପର୍କରେ ଉଲ୍ଲେଖ କରିଛୁ। ମାଲକାନଗିରିର ପ୍ରଭାବିତ ଲୋକଙ୍କ ସ୍ୱାର୍ଥ ପାଇଁ ବିଜେଡି ଲଢ଼େଇ କରୁଥିଲା ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ। ଓଡ଼ିଶାରୁ ଦିଲ୍ଲୀ ପର୍ଯ୍ୟନ୍ତ ଆମେ ନ୍ୟାୟ ପାଇଁ ସଂଗ୍ରାମ ଜାରି ରଖିବୁ ବୋଲି ଶ୍ରୀ ନାୟକ କହିଛନ୍ତି।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

ସୂଚନାଯୋଗ୍ୟ ଯେ ପୋଲାଭରମ୍‌‌ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ନାହିଁ, କିନ୍ତୁ ମାଲକାନଗିରି ଜିଲ୍ଲାର ପୋଡିଆ ଓ ମୋଟୁ ବ୍ଲକରେ ସ୍ଥିତି ଅସମ୍ଭାଳ ହେଲାଣି। ପ୍ରକଳ୍ପ ଶେଷ ହେଲେ ବହୁ ଜଙ୍ଗଲ, ଚାଷ ଜମି, ଗ୍ରାମ ସବୁଦିନ ପାଇଁ ପାଣିର ଅତଳ ଗହ୍ୱରକୁ ଚାଲିଯିବ। ଏହି ଆଶଙ୍କାରେ ସ୍ଥାନୀୟ ବାସିନ୍ଦା ଦିନ ଗଣୁଛନ୍ତି। ପରିସ୍ଥିତିକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ, ଜନ ପ୍ରତିନିଧି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲେ। ବାସ୍ତବ ସ୍ଥିତି ଅନୁଧ୍ୟାନ କରି ପ୍ରକଳ୍ପ ବନ୍ଦ ପାଇଁ ସେମାନେ ଶ୍ରୀ ପଟ୍ଟନାୟକଙ୍କୁ ନିବେଦନ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶକ୍ରମେ ଏକ ଫାକ୍ଟ ଫାଇଣ୍ଡିଂ ଟିମ୍‌‌ ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲେ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର