ପୋଲାଭରମ ପ୍ରକଳ୍ପ ଓଡ଼ିଶାର ସ୍ବାର୍ଥ ବିରୋଧୀ, ବହୁ ଲୋକ ହରାଇବେ ଭିଟାମାଟି: ନବୀନ

The Sakala Picture
Published On

ଭୁବନେଶ୍ବର: ପୋଲାଭରମ ପ୍ରକଳ୍ପ ଓଡ଼ିଶାର ସ୍ବାର୍ଥ ବିରୋଧୀ। ଏହି ପ୍ରକଳ୍ପ ହେଲେ ଆଦିବାସୀ ଭାଇ ଭଉଣୀ ହେବେ କ୍ଷତିଗ୍ରସ୍ତ। ବହୁ ଲୋକ ହରାଇବେ ଭିଟାମାଟି। ପୋଲାଭରମ ପ୍ରକଳ୍ପ ନେଇ ଓଡ଼ିଶାର କଥା କେନ୍ଦ୍ର ଶୁଣୁନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମାଲକାନଗିରି ମୋଟରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆୟୋଜିତ ସମାବେଶକୁ ଉଦବୋଧନ ଦେଇ  ଏକପାଖିଆ ନିଷ୍ପତ୍ତିକୁ କରିଛନ୍ତି କଡା ସମାଲୋଚନା। କାହିଁକି ଏହି ପ୍ରକଳ୍ପ ଲାଗି ୧୮ ହଜାର କୋଟି ଟଙ୍କା […]

ଭୁବନେଶ୍ବର: ପୋଲାଭରମ ପ୍ରକଳ୍ପ ଓଡ଼ିଶାର ସ୍ବାର୍ଥ ବିରୋଧୀ। ଏହି ପ୍ରକଳ୍ପ ହେଲେ ଆଦିବାସୀ ଭାଇ ଭଉଣୀ ହେବେ କ୍ଷତିଗ୍ରସ୍ତ। ବହୁ ଲୋକ ହରାଇବେ ଭିଟାମାଟି। ପୋଲାଭରମ ପ୍ରକଳ୍ପ ନେଇ ଓଡ଼ିଶାର କଥା କେନ୍ଦ୍ର ଶୁଣୁନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମାଲକାନଗିରି ମୋଟରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆୟୋଜିତ ସମାବେଶକୁ ଉଦବୋଧନ ଦେଇ  ଏକପାଖିଆ ନିଷ୍ପତ୍ତିକୁ କରିଛନ୍ତି କଡା ସମାଲୋଚନା। କାହିଁକି ଏହି ପ୍ରକଳ୍ପ ଲାଗି ୧୮ ହଜାର କୋଟି ଟଙ୍କା ଅନୁଦାନ ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି (PUCC) ନିୟମ ଉଲ୍ଲଂଘନ ପାଇଁ କମିଲା ଜରିମାନା

ସ୍ଥାନୀୟ ଅଞ୍ଚଳର ସଂଗ୍ରାମୀଙ୍କ ସମେତ ସିଲେରୁ ଓ ସାବେରୀ ନଦୀକୁ ପ୍ରଣାମ ଜଣାଇଥିଲେ ପୂର୍ବତନ ମୁଖ୍ଯମନ୍ତ୍ରୀ। ଓଡ଼ିଶାର ସ୍ବାର୍ଥ ଲାଗି ବିଜେଡି ଲଢେଇ ଜାରି ରଖିବ ବୋଲି ସେ କହିଥିଲେ।  ପ୍ରକଳ୍ପ ବିରୋଧରେ ଆଜି ହୋଇଥିଲା ଜନ ସମାବେଶ। ଭିଟାମାଟିର ହକ ଲାଗି ସାମିଲ ହୋଇଥିଲେ ଶହ ଶହ ଲୋକ। ପ୍ରକଳ୍ପ ଯୋଗୁ  ମାଲକାନଗିରି ଜିଲ୍ଲାର କାଲିମେଳା,  ପଡିଆ, ମାଥିଲି,  କୋରକୋଣ୍ଡା ଆଦି ଅଞ୍ଚଳ ବହୁମାତ୍ରାରେ କ୍ଷତିଗ୍ରସ୍ତ ହେବ। ଫଳରେ ପ୍ରକଳ୍ପ ବିରୋଧରେ ସ୍ଥାନୀୟ ଅଞ୍ଚଳରେ ପ୍ରତିବାଦର ଗର୍ଜନ ଶୁଭିଥିଲା। ମୋଟୁ ମୁଗୀ ପଏଣ୍ଟରୁ କଳସ ଓ ପ୍ଲାକାର୍ଡ ଧରି ଶୋଭାଯାତ୍ରା କରିଥିଲେ ମହିଳା। ହକ୍ ପୂରଣ ନ ହେଲେ ଦିଲ୍ଲୀ ଯିବାକୁ ଦେଇଥିଲେ ନାରା। କେବଳ ଓଡ଼ିଶା ନୁହେଁ, ଆନ୍ଧ୍ର ଓ ଛତିଶଗଡ଼ର ବହୁ ସାମାଜିକ ସଂଗଠନ ଓ ଆଦିବାସୀ ସମାଜ ଶୋଭାଯାତ୍ରାରେ ହୋଇଥିଲେ ସାମିଲ।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର