ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନରେ କେନ୍ଦ୍ର ସରକାରଙ୍କ ଅବହେଳା, ରାଜରାସ୍ତାକୁ ଓହ୍ଲାଇଲା ବିଜେଡି

The Sakala Picture
Published On

ବରଗଡ଼: ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନରେ କେନ୍ଦ୍ର ସରକାରଙ୍କ ଅବହେଳାର ପ୍ରତିବାଦ । ରାଜରାସ୍ତାକୁ ଓହ୍ଲାଇଲା ବିଜେଡି । ବରଗଡ଼ ଗାନ୍ଧୀଛକରେ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନରେ କେନ୍ଦ୍ର ସରକାରଙ୍କ ଅହେତୁକ ଅବହେଳା ବିରୋଧରେ ବିଜେଡି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ଯ ଙ୍କ ସମେତ ବହୁ ବିଜେଡି କର୍ମୀ ଓ ଚାଷୀ ବିକ୍ଷୋଭରେ ସାମିଲ ହୋଇଛନ୍ତି । ବିଭିନ୍ନ ଆଳ ଦେଖାଇ ବୀମା କମ୍ପାନୀଗୁଡ଼ିକ ଚାଷୀଙ୍କୁ ବିମାରାଶି ପ୍ରଦାନରେ […]

ବରଗଡ଼: ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନରେ କେନ୍ଦ୍ର ସରକାରଙ୍କ ଅବହେଳାର ପ୍ରତିବାଦ । ରାଜରାସ୍ତାକୁ ଓହ୍ଲାଇଲା ବିଜେଡି । ବରଗଡ଼ ଗାନ୍ଧୀଛକରେ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନରେ କେନ୍ଦ୍ର ସରକାରଙ୍କ ଅହେତୁକ ଅବହେଳା ବିରୋଧରେ ବିଜେଡି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ଯ ଙ୍କ ସମେତ ବହୁ ବିଜେଡି କର୍ମୀ ଓ ଚାଷୀ ବିକ୍ଷୋଭରେ ସାମିଲ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ବିଜେପି ସରକାର ପ୍ରହସନ ନକରୁ: ବିଜେଡି

ବିଭିନ୍ନ ଆଳ ଦେଖାଇ ବୀମା କମ୍ପାନୀଗୁଡ଼ିକ ଚାଷୀଙ୍କୁ ବିମାରାଶି ପ୍ରଦାନରେ ଅବହେଳା କରି ଆସୁଛନ୍ତି । ଫଳରେ ଫସଲ ନଷ୍ଟ ହେଲେ ମଧ୍ୟ ବୀମାରାଶି ପାଇପାରୁ ନାହାନ୍ତି ଚାଷୀ । ପ୍ରଧାନମନ୍ତ୍ରୀ ବୀମାରାଶି ବାବଦରେ କୋଟି କୋଟି ଟଙ୍କା ବୀମା କମ୍ପାନୀଗୁଡ଼ିକ ଉପରେ ବାକି ପଡ଼ିଛି । ପଶ୍ଚମ ଓଡ଼ିଶାର ଚାଷୀମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି । ଏଥିପାଇଁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଶୁଣୁନାହିଁ କେନ୍ଦ୍ର । କେନ୍ଦ୍ର ପାଖକୁ ରାଜ୍ୟ ସରକାର ପଠାଇଥିବା ୧୮୯ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ମାମଲାର ସମାଧାନ ହୋଇନି । କେନ୍ଦ୍ର ସରକାରଙ୍କ ଏପରି ଚାଷୀ ମାରଣ ନୀତି ବିରୋଧରେ ଜୋରଦାର ହୋଇଛି ଆନ୍ଦୋଳନ। ବୀମା ପ୍ରଦାନରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ବିରୋଧରେ ରାଜ୍ୟ ସରକାର ବାରମ୍ବାର ବର୍ଷିଛନ୍ତି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀକୁ ଛୁରାମାଡ଼ କଲା ନୃଶଂସ ସ୍ୱାମୀ

ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଦିଲ୍ଲୀ ଯାଇ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟି ଶୀଘ୍ର ଫସଲ ବୀମା ଦେବାକୁ ଦାବି କରିଛନ୍ତି । କିନ୍ତୁ କେନ୍ଦ୍ରର କୁମ୍ଭକର୍ଣ୍ଣ ନିଦ ଭାଙ୍ଗୁନାହିଁ । ବୀମା କମ୍ପାନୀଗୁଡ଼ିକ କେନ୍ଦ୍ର ଅଧୀନରେ ଅଛନ୍ତି ଓ ଯୋଜନା ମଧ୍ୟ କେନ୍ଦ୍ର ସରକାରଙ୍କର । ଏହା ସତ୍ତ୍ବେ ବୀମାରାଶି ପ୍ରଦାନ ପାଇଁ କମ୍ପାନୀଗୁଡ଼ିକୁ କେନ୍ଦ୍ର ନିର୍ଦ୍ଦେଶ ନଦେବା ସମସ୍ତଙ୍କୁ ଚକିତ କରିଛି । ପ୍ରାକୃତିକ ବିପର୍ଯ୍ଯୟରେ ସନ୍ତୁଳି ହେଉଥିବା ଚାଷୀଙ୍କୁ ବୀମା ରାଶି ପ୍ରଦାନ ପାଇଁ ବିଜେଡି ଶେଷରେ ରାଜରାସ୍ତାକୁ ଓହ୍ଲାଇଛି ।

ଆହୁରି ପଢ଼ନ୍ତୁ:  INS ଚିଲିକାରେ ଆଉ ଜଣେ ଅଗ୍ନିବୀରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

15 Nov 2022 By The Sakala

ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନରେ କେନ୍ଦ୍ର ସରକାରଙ୍କ ଅବହେଳା, ରାଜରାସ୍ତାକୁ ଓହ୍ଲାଇଲା ବିଜେଡି

ବରଗଡ଼: ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନରେ କେନ୍ଦ୍ର ସରକାରଙ୍କ ଅବହେଳାର ପ୍ରତିବାଦ । ରାଜରାସ୍ତାକୁ ଓହ୍ଲାଇଲା ବିଜେଡି । ବରଗଡ଼ ଗାନ୍ଧୀଛକରେ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନରେ କେନ୍ଦ୍ର ସରକାରଙ୍କ ଅହେତୁକ ଅବହେଳା ବିରୋଧରେ ବିଜେଡି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ଯ ଙ୍କ ସମେତ ବହୁ ବିଜେଡି କର୍ମୀ ଓ ଚାଷୀ ବିକ୍ଷୋଭରେ ସାମିଲ ହୋଇଛନ୍ତି ।

ବିଭିନ୍ନ ଆଳ ଦେଖାଇ ବୀମା କମ୍ପାନୀଗୁଡ଼ିକ ଚାଷୀଙ୍କୁ ବିମାରାଶି ପ୍ରଦାନରେ ଅବହେଳା କରି ଆସୁଛନ୍ତି । ଫଳରେ ଫସଲ ନଷ୍ଟ ହେଲେ ମଧ୍ୟ ବୀମାରାଶି ପାଇପାରୁ ନାହାନ୍ତି ଚାଷୀ । ପ୍ରଧାନମନ୍ତ୍ରୀ ବୀମାରାଶି ବାବଦରେ କୋଟି କୋଟି ଟଙ୍କା ବୀମା କମ୍ପାନୀଗୁଡ଼ିକ ଉପରେ ବାକି ପଡ଼ିଛି । ପଶ୍ଚମ ଓଡ଼ିଶାର ଚାଷୀମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି । ଏଥିପାଇଁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଶୁଣୁନାହିଁ କେନ୍ଦ୍ର । କେନ୍ଦ୍ର ପାଖକୁ ରାଜ୍ୟ ସରକାର ପଠାଇଥିବା ୧୮୯ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ମାମଲାର ସମାଧାନ ହୋଇନି । କେନ୍ଦ୍ର ସରକାରଙ୍କ ଏପରି ଚାଷୀ ମାରଣ ନୀତି ବିରୋଧରେ ଜୋରଦାର ହୋଇଛି ଆନ୍ଦୋଳନ। ବୀମା ପ୍ରଦାନରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ବିରୋଧରେ ରାଜ୍ୟ ସରକାର ବାରମ୍ବାର ବର୍ଷିଛନ୍ତି ।

ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଦିଲ୍ଲୀ ଯାଇ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟି ଶୀଘ୍ର ଫସଲ ବୀମା ଦେବାକୁ ଦାବି କରିଛନ୍ତି । କିନ୍ତୁ କେନ୍ଦ୍ରର କୁମ୍ଭକର୍ଣ୍ଣ ନିଦ ଭାଙ୍ଗୁନାହିଁ । ବୀମା କମ୍ପାନୀଗୁଡ଼ିକ କେନ୍ଦ୍ର ଅଧୀନରେ ଅଛନ୍ତି ଓ ଯୋଜନା ମଧ୍ୟ କେନ୍ଦ୍ର ସରକାରଙ୍କର । ଏହା ସତ୍ତ୍ବେ ବୀମାରାଶି ପ୍ରଦାନ ପାଇଁ କମ୍ପାନୀଗୁଡ଼ିକୁ କେନ୍ଦ୍ର ନିର୍ଦ୍ଦେଶ ନଦେବା ସମସ୍ତଙ୍କୁ ଚକିତ କରିଛି । ପ୍ରାକୃତିକ ବିପର୍ଯ୍ଯୟରେ ସନ୍ତୁଳି ହେଉଥିବା ଚାଷୀଙ୍କୁ ବୀମା ରାଶି ପ୍ରଦାନ ପାଇଁ ବିଜେଡି ଶେଷରେ ରାଜରାସ୍ତାକୁ ଓହ୍ଲାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର