ମାର୍ଚ୍ଚ ୩୧ ତାରିଖ ଯାଏଁ ଚାଲିବ ଆବାସ ସର୍ଭେ, ବର୍ତ୍ତମାନ ସୁଦ୍ଧା ହୋଇଛି ୧୯ ଲକ୍ଷ ପଞ୍ଜୀକରଣ

The Sakala Picture
Published On

ଭୁବନେଶ୍ବର : ଜାନୁଆରୀ ୨୪ରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ-ଗ୍ରାମୀଣ ଯୋଜନାର ସର୍ଭେ ମାର୍ଚ୍ଚ ୩୧ ତାରିଖ ଯାଏଁ ଚାଲିବ। ଏନେଇ ସୂଚନା ଦେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି ବର୍ତ୍ତମାନ ସୁଦ୍ଧା ସର୍ଭେରେ ୧୯ ଲକ୍ଷ ପଞ୍ଜୀକରଣ ହୋଇଛି। ଶେଷ ତାରିଖକୁ ଆହୁରି ୧୭, ୧୮ ଦିନ ଥିବାରୁ ଅଧିକ ଲୋକ ସାମିଲ୍‌ ହେବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରୁ ବାଦ୍‌‌ ପଡ଼ିଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଏହି ସର୍ଭେ ପ୍ରକ୍ରିୟାରେ […]

ଭୁବନେଶ୍ବର : ଜାନୁଆରୀ ୨୪ରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ-ଗ୍ରାମୀଣ ଯୋଜନାର ସର୍ଭେ ମାର୍ଚ୍ଚ ୩୧ ତାରିଖ ଯାଏଁ ଚାଲିବ। ଏନେଇ ସୂଚନା ଦେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି ବର୍ତ୍ତମାନ ସୁଦ୍ଧା ସର୍ଭେରେ ୧୯ ଲକ୍ଷ ପଞ୍ଜୀକରଣ ହୋଇଛି। ଶେଷ ତାରିଖକୁ ଆହୁରି ୧୭, ୧୮ ଦିନ ଥିବାରୁ ଅଧିକ ଲୋକ ସାମିଲ୍‌ ହେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରୁ ବାଦ୍‌‌ ପଡ଼ିଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଏହି ସର୍ଭେ ପ୍ରକ୍ରିୟାରେ ଚିହ୍ନଟ କରାଯାଉଛି। ଏହି ହିତାଧିକାରୀମାନଙ୍କୁ ଆୱାସ ପ୍ଲସ୍‌‌ ମୋବାଇଲ ଆପ୍‌‌ ମାଧ୍ୟମରେ ଚିହ୍ନଟ କରାଯାଉଛି। ପୂର୍ବରୁ ବାଇକ୍‌, ଫ୍ରିଜ୍‌ ଓ ଲ୍ୟାଣ୍ଡଲାଇନ ଫୋନ୍‌ ଥିଲେ ଆବାସ ଘର ମିଳିବନି ବୋଲି ନିୟମ ଥିଲା। କିନ୍ତୁ ଏହାକୁ ବଦଳା ଯାଇଛି । ଏ ସବୁ ଥିଲେ ବି ଆବାସ ଘର ଦିଆଯିବ। ପୂର୍ବରୁ ପରିବାରର ମାସିକ ଆୟ ସୀମା ସର୍ବାଧିକ ୧୦ ହଜାର ରହିଥିଲା । ଏହାକୁ ୧୫ ହଜାର କରାଯାଇଛି । ଏହି ଯୋଜନାରେ ଦିବ୍ୟାଙ୍ଗ ଓ ବିଧବାମାନଙ୍କୁ ଅଗ୍ରାଧିକାର ଦିଆଯାଉଛି। ଏହି ଅବଧି ମଧ୍ୟରେ ଆବେଦନ ଓ ଅନଲାଇନ୍ ମାଧ୍ୟମରେ ସେସବୁର ଯାଞ୍ଚ୍ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର