ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଆଇଆଇଏମ୍‌ ସହ ଏକାଧିକ ପ୍ରକଳ୍ପର କରିବେ ଲୋକାର୍ପଣ

The Sakala Picture
Published On

ସମ୍ବଲପୁର/ଭୁବନେଶ୍ବର: ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଓଡ଼ିଶାର ଆସି ସମ୍ୱଲପୁରରେ ନିର୍ମିତ ଆଇଆଇଏମ୍‌ ସ୍ଥାୟୀ କ୍ୟାମ୍ପସକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ। ଶନିବାର ପୂର୍ବାହ୍ନରେ ଜନତା ମଇଦାନରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀକୁ ଉଦ୍‌ଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର୍‌ ଯୋଗେ ସମ୍ବଲପୁର ଅଭିମୁଖେ ଯାତ୍ରା କରିବେ। ଅପରାହ୍ଣ ୧.୪୦ରେ ମୁଖ୍ୟମନ୍ତ୍ରୀ […]

ସମ୍ବଲପୁର/ଭୁବନେଶ୍ବର: ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଓଡ଼ିଶାର ଆସି ସମ୍ୱଲପୁରରେ ନିର୍ମିତ ଆଇଆଇଏମ୍‌ ସ୍ଥାୟୀ କ୍ୟାମ୍ପସକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ। ଶନିବାର ପୂର୍ବାହ୍ନରେ ଜନତା ମଇଦାନରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀକୁ ଉଦ୍‌ଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର୍‌ ଯୋଗେ ସମ୍ବଲପୁର ଅଭିମୁଖେ ଯାତ୍ରା କରିବେ। ଅପରାହ୍ଣ ୧.୪୦ରେ ମୁଖ୍ୟମନ୍ତ୍ରୀ ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ସହ ଆଇଆଇଏମ୍‌ ଉଦ୍‌ଘାଟନ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଇଆଇଏମ୍‌ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ହସ୍ତଗତ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ୨ଟା ୧୫ ମିନିଟରେ ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିବେ। ସେଠାରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ବସନ୍ତପୁର ଆଇଆଇଏମ୍‌ କ୍ୟାମ୍ପସ୍‌ସ୍ଥିତ ହେଲିପ୍ୟାଡ୍‌ରେ ଅବତରଣ କରିବେ। ସେଠାରେ ନୂତନ କ୍ୟାମ୍ପସ୍‌ର ଲୋକାର୍ପଣ କରିବେ। ଆଉ ସେହି ମଞ୍ଚରୁ ହିଁ ପଶ୍ଚିମ ଓଡିଶାର ଶିକ୍ଷା, ସଡ଼କ ପରିବହନ, କୋଇଲା, ରେଳବାଇ ଓ ଖଣି ଆଦି ବିଭାଗର ପ୍ରାୟ ୬୦ ହଜାର କୋଟିର ୨୩ଟି ପ୍ରକଳ୍ପର ଲୋକାର୍ପଣ, ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତାବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ, କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର୍‌. କେ. ସିଂହ, କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ସମେତ ସ୍ଥାନୀୟ ସାଂସଦ ଓ ବିଧାୟକ ସାମିଲ ରହିବାର ସ୍ଥିର ହୋଇଛି। ଏହି ଅବସରରେ ଓଡ଼ିଶାରେ ୬୮ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବା ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଜଗଦିଶପୁର-ହଳଦିଆ, ବୋକାରୋ-ଧାମରା ପାଇପଲାଇନ ପ୍ରକଳ୍ପର ଧାମରା-ଅନୁଗୋଳ ୪୧୨ କିମି ପାଇପଲାଇନ ସେକ୍ସନକୁ ଉଦ୍‌ଘାଟନ କରିବେ। ସେହିପରି ମୁମ୍ବାଇ-ନାଗପୁର-ଝାରସୁଗୁଡ଼ା ପାଇପଲାଇନର ୬୯୨ କିମି ପାଇଁ ଭିତ୍ତିିପ୍ରସ୍ତର ରଖିବେ। ଏହାଛଡ଼ା ସମ୍ୱଲପୁର- ତାଳଚେର ରେଳପଥ ଦୋହରୀକରଣ ପ୍ରକଳ୍ପର ଲୋକାର୍ପଣ କରିବେ । ଖୋର୍ଦ୍ଧା- ବଲାଙ୍ଗିର ରେଳପଥର ଝାରତରଭାରୁ ସୋନପୁର ରେଳ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହାବାଦ୍‌ ସମ୍ୱଲପୁର ରେଳଷ୍ଟେସନର ଉନ୍ନତିକରଣ ପ୍ରକଳ୍ପର ଲୋକାର୍ପଣ ସହିତ ସୋନପୁର- ପୁରୀ- ସୋନପୁର ପାସେଞ୍ଜର ଟ୍ରେନ୍‌ର ଶୁଭାରମ୍ଭ କରିବେ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

03 Feb 2024 By The Sakala

ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଆଇଆଇଏମ୍‌ ସହ ଏକାଧିକ ପ୍ରକଳ୍ପର କରିବେ ଲୋକାର୍ପଣ

ସମ୍ବଲପୁର/ଭୁବନେଶ୍ବର: ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଓଡ଼ିଶାର ଆସି ସମ୍ୱଲପୁରରେ ନିର୍ମିତ ଆଇଆଇଏମ୍‌ ସ୍ଥାୟୀ କ୍ୟାମ୍ପସକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ। ଶନିବାର ପୂର୍ବାହ୍ନରେ ଜନତା ମଇଦାନରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀକୁ ଉଦ୍‌ଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର୍‌ ଯୋଗେ ସମ୍ବଲପୁର ଅଭିମୁଖେ ଯାତ୍ରା କରିବେ। ଅପରାହ୍ଣ ୧.୪୦ରେ ମୁଖ୍ୟମନ୍ତ୍ରୀ ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ସହ ଆଇଆଇଏମ୍‌ ଉଦ୍‌ଘାଟନ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଇଆଇଏମ୍‌ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ହସ୍ତଗତ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ୨ଟା ୧୫ ମିନିଟରେ ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିବେ। ସେଠାରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ବସନ୍ତପୁର ଆଇଆଇଏମ୍‌ କ୍ୟାମ୍ପସ୍‌ସ୍ଥିତ ହେଲିପ୍ୟାଡ୍‌ରେ ଅବତରଣ କରିବେ। ସେଠାରେ ନୂତନ କ୍ୟାମ୍ପସ୍‌ର ଲୋକାର୍ପଣ କରିବେ। ଆଉ ସେହି ମଞ୍ଚରୁ ହିଁ ପଶ୍ଚିମ ଓଡିଶାର ଶିକ୍ଷା, ସଡ଼କ ପରିବହନ, କୋଇଲା, ରେଳବାଇ ଓ ଖଣି ଆଦି ବିଭାଗର ପ୍ରାୟ ୬୦ ହଜାର କୋଟିର ୨୩ଟି ପ୍ରକଳ୍ପର ଲୋକାର୍ପଣ, ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତାବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ, କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର୍‌. କେ. ସିଂହ, କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ସମେତ ସ୍ଥାନୀୟ ସାଂସଦ ଓ ବିଧାୟକ ସାମିଲ ରହିବାର ସ୍ଥିର ହୋଇଛି। ଏହି ଅବସରରେ ଓଡ଼ିଶାରେ ୬୮ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବା ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଜଗଦିଶପୁର-ହଳଦିଆ, ବୋକାରୋ-ଧାମରା ପାଇପଲାଇନ ପ୍ରକଳ୍ପର ଧାମରା-ଅନୁଗୋଳ ୪୧୨ କିମି ପାଇପଲାଇନ ସେକ୍ସନକୁ ଉଦ୍‌ଘାଟନ କରିବେ। ସେହିପରି ମୁମ୍ବାଇ-ନାଗପୁର-ଝାରସୁଗୁଡ଼ା ପାଇପଲାଇନର ୬୯୨ କିମି ପାଇଁ ଭିତ୍ତିିପ୍ରସ୍ତର ରଖିବେ। ଏହାଛଡ଼ା ସମ୍ୱଲପୁର- ତାଳଚେର ରେଳପଥ ଦୋହରୀକରଣ ପ୍ରକଳ୍ପର ଲୋକାର୍ପଣ କରିବେ । ଖୋର୍ଦ୍ଧା- ବଲାଙ୍ଗିର ରେଳପଥର ଝାରତରଭାରୁ ସୋନପୁର ରେଳ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହାବାଦ୍‌ ସମ୍ୱଲପୁର ରେଳଷ୍ଟେସନର ଉନ୍ନତିକରଣ ପ୍ରକଳ୍ପର ଲୋକାର୍ପଣ ସହିତ ସୋନପୁର- ପୁରୀ- ସୋନପୁର ପାସେଞ୍ଜର ଟ୍ରେନ୍‌ର ଶୁଭାରମ୍ଭ କରିବେ।

https://www.thesakala.in/latest-odisha-news/pm-narendra-modi-to-visit-odisha-today/article-29616
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର