ପୁଣି ଡରାଇଲାଣି କରୋନା; ଆସନ୍ତା ୮ ତାରିଖରେ ପିଏମ୍ – ସିଏମ୍ ବୈଠକ

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇଛି। କରୋନା ସହ କିପରି ଲଢା ଯାଇପାରିବ ସେ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଏପ୍ରିଲ ୮ ତାରିଖରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଆଲୋଚନା କରିବେ । ଏହି ବୈଠକରେ, ଦେଶରେ କରୋନା ସଂକ୍ରମଣ ରୋକିବା ଦିଗରେ ଆଲୋଚନା ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ୍ ଓ ଟିକାକରଣ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଲକ୍‌ଡାଉନ୍‌, […]

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇଛି। କରୋନା ସହ କିପରି ଲଢା ଯାଇପାରିବ ସେ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଏପ୍ରିଲ ୮ ତାରିଖରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଆଲୋଚନା କରିବେ । ଏହି ବୈଠକରେ, ଦେଶରେ କରୋନା ସଂକ୍ରମଣ ରୋକିବା ଦିଗରେ ଆଲୋଚନା ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ୍ ଓ ଟିକାକରଣ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଲକ୍‌ଡାଉନ୍‌, କର୍ଫ୍ୟୁ ଭଳି ପଦକ୍ଷେପ ଉପରେ ଆଲୋଚନା ହୋଇପାରେ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଗତ ରବିବାର ଦିନ ପ୍ରଧାନମନ୍ତ୍ରୀ ମୋଦି ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ । ଏହି ବୈଠକରେ, ଦେଶରେ କରୋନା ସଂକ୍ରମଣ ବୃଦ୍ଧି ଏବଂ ଟିକାକରଣ ନେଇ ଆଲୋଚନା ହୋଇଥିଲା । ଏଥିରେ ଗୋଷ୍ଠୀ ସଚେତନା ଉପରେ ଧ୍ୟାନ ଦେବାକୁ ମୋଦି କହିଥିଲେ। ବୈଠକରେ କ୍ୟାବିନେଟ୍‌ ସଚିବ, ପିଏମ୍‌ଙ୍କ ପ୍ରଧାନ ସଚିବ, ସ୍ବାସ୍ଥ୍ୟ ସଚିବ ଏବଂ ବରିଷ୍ଠ ଡାକ୍ତର ବିନୋଦ ପାଲ ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ମୁମ୍ବାଇ ATSର ବଡ଼ କାର୍ଯ୍ୟାନୁଷ୍ଠାନ: ଜୈଶ-ଇ-ମହମ୍ମଦ ଓ ISIS ସହ ଲିଙ୍କ୍ ଥିବା ଇଞ୍ଜିନିୟରିଂ ଛାତ୍ର ଗିରଫ

05 Apr 2021 By The Sakala

ପୁଣି ଡରାଇଲାଣି କରୋନା; ଆସନ୍ତା ୮ ତାରିଖରେ ପିଏମ୍ – ସିଏମ୍ ବୈଠକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇଛି। କରୋନା ସହ କିପରି ଲଢା ଯାଇପାରିବ ସେ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଏପ୍ରିଲ ୮ ତାରିଖରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଆଲୋଚନା କରିବେ । ଏହି ବୈଠକରେ, ଦେଶରେ କରୋନା ସଂକ୍ରମଣ ରୋକିବା ଦିଗରେ ଆଲୋଚନା ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ୍ ଓ ଟିକାକରଣ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଲକ୍‌ଡାଉନ୍‌, କର୍ଫ୍ୟୁ ଭଳି ପଦକ୍ଷେପ ଉପରେ ଆଲୋଚନା ହୋଇପାରେ।

ଗତ ରବିବାର ଦିନ ପ୍ରଧାନମନ୍ତ୍ରୀ ମୋଦି ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ । ଏହି ବୈଠକରେ, ଦେଶରେ କରୋନା ସଂକ୍ରମଣ ବୃଦ୍ଧି ଏବଂ ଟିକାକରଣ ନେଇ ଆଲୋଚନା ହୋଇଥିଲା । ଏଥିରେ ଗୋଷ୍ଠୀ ସଚେତନା ଉପରେ ଧ୍ୟାନ ଦେବାକୁ ମୋଦି କହିଥିଲେ। ବୈଠକରେ କ୍ୟାବିନେଟ୍‌ ସଚିବ, ପିଏମ୍‌ଙ୍କ ପ୍ରଧାନ ସଚିବ, ସ୍ବାସ୍ଥ୍ୟ ସଚିବ ଏବଂ ବରିଷ୍ଠ ଡାକ୍ତର ବିନୋଦ ପାଲ ଉପସ୍ଥିତ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର