ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ଆସନ୍ତାକାଲି ବ୍ରହ୍ମପୁର ଓ ନବରଙ୍ଗପୁର ନିର୍ବାଚନୀ ସମାବେଶରେ ଯୋଗଦେବେ

The Sakala Picture
Published On

ଭୁବନେଶ୍ୱର: ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି। ଏହାପରେ ପୁଣି ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ୧୦ ଓ ୧୧ ତାରିଖରେ ମଧ୍ୟ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଆଜି ଅପରାହ୍ନରେ ଓଡ଼ିଶା ଆସି ରାଜ୍ୟ ବିଜେପିର ନିର୍ବାଚନୀ ଇସ୍ତାହାରକୁ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି। ଏହାସହ ଆଜି ସନ୍ଧ୍ୟାରେ କଟକଠାରେ ଦଳ ପକ୍ଷରୁ […]

ଭୁବନେଶ୍ୱର: ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି। ଏହାପରେ ପୁଣି ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ୧୦ ଓ ୧୧ ତାରିଖରେ ମଧ୍ୟ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଆଜି ଅପରାହ୍ନରେ ଓଡ଼ିଶା ଆସି ରାଜ୍ୟ ବିଜେପିର ନିର୍ବାଚନୀ ଇସ୍ତାହାରକୁ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି। ଏହାସହ ଆଜି ସନ୍ଧ୍ୟାରେ କଟକଠାରେ ଦଳ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକର୍ତ୍ତା ବୈଠକରେ ଶ୍ରୀ ନଡ୍ଡା ଉପସ୍ଥିତ ରହିବେ ବୋଲି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ଦଳୀୟ ସୂଚନା ଅନୁଯାୟୀ, ଆଜି ରାତି ସାଢେ଼ ୯ଟାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସେ ସିଧା ରାଜଭବନ ଯାଇ ସେଠାରେ ରାତ୍ରିଯାପନ କରିବେ। ସୋମବାର ସକାଳେ ବ୍ରହ୍ମପୁର ଅଭିମୁଖେ ଯାଇ ସେଠାରେ ଦଳ ପକ୍ଷରୁ ଆୟୋଜିତ ନିର୍ବାଚନ ପ୍ରଚାର ସମାବେଶରେ ଯୋଗଦେବେ। ଏହାପରେ ନବରଙ୍ଗପୁରରେ ମଧ୍ୟ ଏକ ଜନସଭାକୁ ସମ୍ବୋଧିତ କରି ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଆସନ୍ତା ୧୦ ତାରିଖରେ ଶ୍ରୀ ମୋଦୀ ଭୁବନେଶ୍ୱରରେ ରୋଡ୍‌ ଶୋ’ କରିବେ। ୧୧ ତାରିଖରେ ସେ ବଲାଙ୍ଗିରରେ ଏକ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ପ୍ରଧାନମନ୍ତ୍ରୀଙ୍କ ଏହି ଦୁଇ ଦିନିଆ ଗସ୍ତକୁ ଦୃଷ୍ଟିରେ ରଖି ବିମାନବନ୍ଦର ଠାରୁ ରାଜଭବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଲାଗି ଶନିବାର କମିସନରେଟ୍‌ ପୁଲିସ ପକ୍ଷରୁ କାର୍‌କେଡ୍‌ ରିହର୍‌ସାଲ୍‌ କରାଯାଇଥିବାବେଳେ ଆସନ୍ତାକାଲି ୨୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ। ଏଥିସହ ୩ ଜଣ ଡିସିପି, ୧୦ଜଣ ଏସିପି, ୧୭ଜଣ ଇନ୍ସପେକ୍ଟର ଓ ୯୦ଜଣ ଏଏସ୍‌ଆଇ/ଏସ୍‌ଆଇଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି। ଟ୍ରାଫିକ ନିୟନ୍ତ୍ରଣ ଲାଗି ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ରାସ୍ତାରେ ବ୍ୟାରିକେଡ୍‌ କରାଯାଇ ଗମନାଗମନକୁ ନିୟନ୍ତ୍ରଣ କରାଯିବ। ବିମାନବନ୍ଦରରେ ସିଆଇଏସ୍‌ଏଫ୍‌ ସହ ପୁଲିସ ମୁତୟନ ରହିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ନୋ ଡ୍ରୋନ୍‌ ଫ୍ଲାଇଂ ଜୋନ୍‌ କରାଯିବ। ଏନେଇ ଏସ୍‌ପିଜି ସହ ବିସ୍ତୃତ ଭାବେ ଆଲୋଚନା କରାଯାଇଥିବା ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର