ଆଜିଠୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍‍ ପରୀକ୍ଷା

The Sakala Picture
Published On

ଭୁବନେଶ୍ୱର: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ୍‍ ପରୀକ୍ଷା ଆଜି ଠାରୁ ଶିକ୍ଷାନୁଷ୍ଠାନ ସ୍ତରରେ ଆୟୋଜିତ ହେବ। ଦେଢ଼ ହଜାରରୁ ଅଧିକ କଲେଜରେ ପିଲାଙ୍କ ପ୍ରାକ୍ଟିକାଲ୍‍ ପରୀକ୍ଷା ହେବାକୁ ଥିବା ବେଳେ ପରୀକ୍ଷା ଲାଗି ପ୍ରଶ୍ୱପତ୍ର ବିଭିନ୍ନ କେନ୍ଦ୍ରକୁ ପଠାଯାଇଛି। ଘରୋଇ ସ୍କୁଲଗୁଡ଼ିକରେ ପରୀକ୍ଷା କଡ଼ା କଟକଣାରେ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପ୍ରତ୍ୟେକ ଘରୋଇ ଶିକ୍ଷାନୁଷ୍ଠାନରେ ପିଲାଙ୍କ ପରୀକ୍ଷା ସିସିଟିଭି ରେକର୍ଡ଼ିଂ କରି ଭିଡିଓ ସିଏଚଏସଇ ନିକଟରେ ମଧ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ହୋଇଛି। […]

ଭୁବନେଶ୍ୱର: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ୍‍ ପରୀକ୍ଷା ଆଜି ଠାରୁ ଶିକ୍ଷାନୁଷ୍ଠାନ ସ୍ତରରେ ଆୟୋଜିତ ହେବ। ଦେଢ଼ ହଜାରରୁ ଅଧିକ କଲେଜରେ ପିଲାଙ୍କ ପ୍ରାକ୍ଟିକାଲ୍‍ ପରୀକ୍ଷା ହେବାକୁ ଥିବା ବେଳେ ପରୀକ୍ଷା ଲାଗି ପ୍ରଶ୍ୱପତ୍ର ବିଭିନ୍ନ କେନ୍ଦ୍ରକୁ ପଠାଯାଇଛି। ଘରୋଇ ସ୍କୁଲଗୁଡ଼ିକରେ ପରୀକ୍ଷା କଡ଼ା କଟକଣାରେ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପ୍ରତ୍ୟେକ ଘରୋଇ ଶିକ୍ଷାନୁଷ୍ଠାନରେ ପିଲାଙ୍କ ପରୀକ୍ଷା ସିସିଟିଭି ରେକର୍ଡ଼ିଂ କରି ଭିଡିଓ ସିଏଚଏସଇ ନିକଟରେ ମଧ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ହୋଇଛି। ପ୍ରାକ୍ଟିକାଲ୍‍ ପରୀକ୍ଷା ଏପ୍ରିଲ ୪ରୁ ଆରମ୍ଭ ହୋଇ ୧୨ ତାରିଖରେ ଶେଷ ହେବ। ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ହୋଇଛି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ସୂଚନାଯୋଗ୍ୟ କଳା, ବିଜ୍ଞାନ,ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ରାଜ୍ୟର ୩ ଲକ୍ଷ ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏ ବର୍ଷ +୨ ପରୀକ୍ଷା ଦେବେ। ପ୍ରାକ୍ଟିକାଲ୍‍ ୧୨ ତାରିଖରେ ଶେଷ ହେଉଥିବାବେଳେ ଥିଓରୀ ପରୀକ୍ଷା ଆସନ୍ତା ୨୮ ତାରିଖରୁ ଆରମ୍ଭ ହୋଇ ମେ’ ୨୮ରେ ଶେଷ ହେବ। ଚଳିତ ବର୍ଷ ଦୁଇଟି ପଦ୍ଧତିରେ ପିଲାଙ୍କ ମୂଲ୍ୟାୟନ କରାଯିବ। ପ୍ରଥମ ପଦ୍ଧତିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟସ୍ତରରେ ହୋଇଥିବା ଇଣ୍ଟରନାଲ୍‍ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ପାଇଥିବା ମାର୍କରୁ ୨୦% ୱେଟେଜ୍‍(ହାରାହାରି ମାର୍କ) ଓ ଦ୍ୱାଦଶ ପରୀକ୍ଷାର ୮୦% ୱେଟେଜ୍‍କୁ ନିଆଯାଇ ପିଲାଙ୍କୁ ପ୍ରତ୍ୟେକ ବିଷୟର ମାର୍କ ଦିଆଯିବ। ପିଲାଙ୍କ ତିନିଟି ଇଣ୍ଟରନାଲ୍‍ ପରୀକ୍ଷା ମଧ୍ୟରୁ ସର୍ବାଧିକ ମାର୍କ ପାଇଥିବା ଦୁଇଟି ପରୀକ୍ଷାକୁ ବିଚାରକୁ ନିଆଯିବ। ପ୍ରଥମ ପଦ୍ଧତି ଅନୁଯାୟୀ ଉଭୟ ଇଣ୍ଟରନାଲ୍‍ ଏବଂ ଯୁକ୍ତ ଦୁଇ ବୋର୍ଡ(ଦ୍ୱାଦଶ) ପରୀକ୍ଷାର ୱେଟେଜ୍‍ ଭିତ୍ତିରେ ପିଲାଙ୍କୁ ସମୁଦାୟ ମାର୍କ ଦିଆଯିବ। ସେହିପରି ଦ୍ୱିତୀୟ ପଦ୍ଧତିରେ କେବଳ +୨ ବୋର୍ଡ ପରୀକ୍ଷାରେ ରଖିଥିବା ନମ୍ୱରକୁ ଶତ ପ୍ରତିଶତ ୱେଟେଜ୍‍ ଭାବେ ଗ୍ରହଣ କରାଯିବ। ଉପରୋକ୍ତ ଦୁଇଟି ପଦ୍ଧତି ମଧ୍ୟରୁ ଯେଉଁଥରେ ପିଲାଙ୍କ ମାର୍କ ଅଧିକ ହେବ ତାହାକୁ ସମ୍ପୃକ୍ତ ବିଷୟର ଚୂଡ଼ାନ୍ତ ମାର୍କ ଭାବେ ବିଚାର କରାଯିବ।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର