ଫେବ୍ରୁଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା, ଡିସେମ୍ବର ୧୫ରୁ ମିଳିବ ଆଡମିଟ୍ କାର୍ଡ

Madhusudan Das Picture
Published On

ଭୁବନେଶ୍ୱର: ଘୋଷଣା ହେଲା ଯୁକ୍ତ ଦୁଇ ପରୀକ୍ଷା ସୂଚୀ । ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୧ ଯାଏଁ ଯୁକ୍ତ ଦୁଇ ପରୀକ୍ଷା ଚାଲିବ । ପରୀକ୍ଷା ତାରିଖ ଘୋଷଣା କଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ । ମୋଟ୍ ୪ ଲକ୍ଷ ୭ ହଜାର ୩୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ମୋଟ୍ ୧୩୫୦ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ । ତେବେ ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରି ୨ରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାପରେ ଥିଓରି ପରୀକ୍ଷା ଚାଲିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପିଲାମାନଙ୍କୁ ଡିସେମ୍ବର ୧୫ ତାରିଖରୁ ଆଡମିଟ୍ କାର୍ଡ ଦିଆଯିବ ବୋଲି ସୂଚନା ଦିଆଯାଇଛି । ସମସ୍ତ ୨୧୦ଟି ହବ୍‌ AI କ୍ୟାମେରା ନଜରରେ ରହିବ । ପ୍ରଥମ ଥର ଲାଗି ପ୍ରାକ୍ଟିକାଲ ପରୀକ୍ଷାରେ ୱେବକାଷ୍ଟ ବ୍ୟବସ୍ଥା ହେବ ।

ଆହୁରି ପଢ଼ନ୍ତୁ: ଧାନ କିଣା ଅବ୍ୟବସ୍ଥାକୁ ନେଇ ବିଧାନସଭାରେ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ

Join Us @ WhatsApp

About The Author

Google News
Join Us @ WhatsApp