ଦୁଇ ଦିନ ଭିତରେ ପ୍ରକାଶ ପାଇବ +୨ ରେଜଲ୍ଟ, ବଢିପାରେ +୩ ନାମଲେଖା ଅବଧି…

The Sakala Picture
Published On

ଭୁବନେଶ୍ୱର: ଆଉ ଦୁଇ ଦିନ ଭିତରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ । ଏନେଇ ମଙ୍ଗଳବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପକ୍ଷରୁ ସୂଚନା ମିଳିଛି । ପରୀକ୍ଷାଫଳ ବାହାରିବାରେ ଆଉ ବିଳମ୍ବ ହେବନି । ପିଲାମାନେ ବ୍ୟସ୍ତ ନହେବା ପାଇଁ ମନ୍ତ୍ରୀ କହିଛନ୍ତି। ସେପଟେ +୩ ନାମଲେଖା ପାଇଁ ଆବେଦନ ଅବଧି ବୃଦ୍ଧି ପାଇବ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ଗଣଶିକ୍ଷା ମନ୍ତ୍ରୀ ଆବେଦନ ସମୟ ସୀମା ବୃଦ୍ଧି କରିବାକୁ […]

ଭୁବନେଶ୍ୱର: ଆଉ ଦୁଇ ଦିନ ଭିତରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ । ଏନେଇ ମଙ୍ଗଳବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପକ୍ଷରୁ ସୂଚନା ମିଳିଛି । ପରୀକ୍ଷାଫଳ ବାହାରିବାରେ ଆଉ ବିଳମ୍ବ ହେବନି । ପିଲାମାନେ ବ୍ୟସ୍ତ ନହେବା ପାଇଁ ମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

ସେପଟେ +୩ ନାମଲେଖା ପାଇଁ ଆବେଦନ ଅବଧି ବୃଦ୍ଧି ପାଇବ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ଗଣଶିକ୍ଷା ମନ୍ତ୍ରୀ ଆବେଦନ ସମୟ ସୀମା ବୃଦ୍ଧି କରିବାକୁ ଆଲୋଚନା କରିଛନ୍ତି । ସମୟସୀମା ବୃଦ୍ଧି କରିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଆଜି ଯୁକ୍ତ-୩ ଆବେଦନର ଶେଷ ତାରିଖ ଥିଲା।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

ସୂଚନା ଅନୁଯାୟୀ, ପ୍ରଥମେ ମେ’ ୧୫ରୁ ୨୦ ତାରିଖ ମଧ୍ୟରେ ପରୀକ୍ଷାଫଳ ପ୍ରକାଶ ପାଇବାର ଥିଲା। ଏପ୍ରିଲ ୨୮ରେ ଖାତା ଦେଖା ଶେଷ ହେବାକୁ ଥିବା ବେଳେ ଏପ୍ରିଲ ୩୦ ତାରିଖରେ ଖାତାଦେଖା ଶେଷ ହେବ। ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ କେତେକ ସ୍ଥାନରେ ଖାତା ଦେଖିବାକୁ ସେଣ୍ଟର ଆସିବାକୁ ସମସ୍ୟା ହୋଇଥିଲା।

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର