ସମ୍ବିତ ପାତ୍ରଙ୍କୁ ଆଇନର ପାଠ ପଢାଇଲେ ସାଂସଦ ପିନାକୀ ମିଶ୍ର

The Sakala Picture
Published On

ନୂଆଦିଲ୍ଲୀ: ସମ୍ବିତ ପାତ୍ରଙ୍କ ଉପରେ ବର୍ଷିଛନ୍ତି ପିନାକୀ ମିଶ୍ର । ସମ୍ବିତ ବାବୁ କୋର୍ଟର ଅର୍ଡର ପଢି ନାହାନ୍ତି ପଢିକି ଆଇନର ଜ୍ଞାନ ରଖି ମନ୍ତବ୍ୟ ଦିଅନ୍ତୁ ବୋଲି ପିନାକୀ ମିଶ୍ର କହିଛନ୍ତି। ଅଭ୍ଯର୍ଥନାକେନ୍ଦ୍ର କେବେ ନିଷିଦ୍ଧା ଅଞ୍ଚଳରେ ନ ଥିଲା। ରାଜ୍ୟ ସରକାର ସବୁ ବେଳେ ଆଇନ ଅନୁସାରେ କାମ କରୁଛନ୍ତି। ଯେତେ ବେଳେ ହାଇକୋର୍ଟ ରିହାତିଦେଶ ଦେଇ ନାହାନ୍ତି ତେବେ କେଉଁ ଆଧାରରେ ଏମାନେ କାର୍ଯ୍ୟ ବନ୍ଦ କରିବାକୁ କହିଛନ୍ତି ବୋଲି ପ୍ରଶ୍ନ ପଚାରିଛନ୍ତି ପିନାକୀ […]

ନୂଆଦିଲ୍ଲୀ: ସମ୍ବିତ ପାତ୍ରଙ୍କ ଉପରେ ବର୍ଷିଛନ୍ତି ପିନାକୀ ମିଶ୍ର । ସମ୍ବିତ ବାବୁ କୋର୍ଟର ଅର୍ଡର ପଢି ନାହାନ୍ତି ପଢିକି ଆଇନର ଜ୍ଞାନ ରଖି ମନ୍ତବ୍ୟ ଦିଅନ୍ତୁ ବୋଲି ପିନାକୀ ମିଶ୍ର କହିଛନ୍ତି। ଅଭ୍ଯର୍ଥନାକେନ୍ଦ୍ର କେବେ ନିଷିଦ୍ଧା ଅଞ୍ଚଳରେ ନ ଥିଲା। ରାଜ୍ୟ ସରକାର ସବୁ ବେଳେ ଆଇନ ଅନୁସାରେ କାମ କରୁଛନ୍ତି। ଯେତେ ବେଳେ ହାଇକୋର୍ଟ ରିହାତିଦେଶ ଦେଇ ନାହାନ୍ତି ତେବେ କେଉଁ ଆଧାରରେ ଏମାନେ କାର୍ଯ୍ୟ ବନ୍ଦ କରିବାକୁ କହିଛନ୍ତି ବୋଲି ପ୍ରଶ୍ନ ପଚାରିଛନ୍ତି ପିନାକୀ ମିଶ୍ର।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ରାଜ୍ୟ ସରକାରଙ୍କୁ କାଉଣ୍ଟର ସତ୍ୟପାଠ ଦାଖଲ କରିବାକୁ ହାଇକର୍ଟ ସମୟ ଦେଇଛନ୍ତି। ହାଇକୋର୍ଟ କାର୍ଯ୍ୟ ଉପରେ କୌଣସି ରିହାତିଦେଶ ଲଗାଇ ନାହାନ୍ତି। ସେ ଅଞ୍ଚଲରେ ଶୌଚାଳୟ, ଡ୍ରେନ ହେଇ ପାରିବ। ନେସନାଲ ମନୁମେଣ୍ଟ ଅଥରିଟିର ଅନୁମତି ନିଆ ଯାଇଛି। DPR ପରିବର୍ତ୍ତନ ହେବ ନାହିଁ ବୋଲି କେଉଁଠି ଲେଖା ହୋଇଛି। ଆବଶ୍ୟକତା ଅନୁସାରେ DPR  ପରିବର୍ତ୍ତନ ହେଇ ପରେ ବୋଲି କହିଛନ୍ତି ପିନାକୀ ମିଶ୍ର।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ଯେହେତୁ କୋର୍ଟରେ ମାମଲାର ବିଚାର ଚାଲିଛି ଅପେକ୍ଷା । ତେଣୁ  ପରବର୍ତ୍ତି ନିର୍ଦେଶ ଆସିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ। ରାଜ୍ୟ ସରକାରଙ୍କ ବିରୋଧରେ ମନ୍ତବ୍ୟ ଦେବା ପାଇଁ ASI ଉପରେ ଚାପ ପକା ଯାଉଛି ବୋଲି କହିଛନ୍ତି ପିନାକୀ ମିଶ୍ର। ସିଭିଲ ଇଙ୍ଗିନିୟର ଜାଣିଛନ୍ତି କେତେ ଗଭୀର ଖୋଲା ଯିବ ସେ ଅନୁସାରେ କାମ ହେଉଛି। ଏହା ମୋର କିମ୍ବା ସମ୍ବିତ ପାତ୍ରଙ୍କ କାମ ନୁହେଁ ଏହା ଜନତାର କାମ ଭକ୍ତ ଙ୍କ କାମ।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

ସମ୍ବିତ ପାତ୍ରଙ୍କ କଳାପାହାଡ଼ ଉକ୍ତିକୁ ଅବାନ୍ତର ଅଭିଯୋଗ ବୋଲି ବିଜେଡ଼ି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି। ସେ କହିଛନ୍ତି କୋର୍ଟର ଅର୍ଡର ମୁଁ ଏ ଯାଏଁ ଦେଖିନାହିଁ । ରାଜ୍ୟ ସରକାର ମଧ୍ୟ ସେ ବିଷୟ ସ୍ପଷ୍ଟୀକରଣ ଦେଇ ସାରିଛନ୍ତି । ତେଣୁ ମୁଁ ଏ ବିଷୟରେ ମନ୍ତବ୍ୟ ଦେବା ଠିକ୍ ହେବ ନାହିଁ । ସରକାର କୌଣସି ସେଭଳି ମନବୃତ୍ତରେ ନାହାନ୍ତି । ଶ୍ରୀ ଜଗନ୍ନାଥ କ୍ଷେତ୍ର ଏବଂ ଓଡିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ଯେମିତି ଧ୍ୟାନ ଦିଆଯିବା କଥା ଧ୍ୟାନ ଦିଆଯାଉନାହିଁ । ତେଣୁ ସେଗୁଡ଼ିକର ପାରିପାଶ୍ବିକ ଉନ୍ନୟନ କିଭଳି ହୋଇପାରିବ ସେଥିପାଇଁ ସରକାର ଆଉ ଅଧିକ ଆମ ଭାବାବେଗ ସହିତ ଆମର ଶ୍ରଦ୍ଧାଳୁ ମାନଙ୍କ ସହିତ ଏବଂ ଅଧିକ ଫୁଟଫଲ କିଭଳି ହୋଇପାରିବ ଏବଂ ଆମର ଜୀବନ ଜୀବିକାର ସମୃଦ୍ଧି କିଭଳି ହୋଇପାରିବ ଏବଂ ସେହି ସ୍ଥାନ ଗୁଡ଼ିକର ମହତ୍ତ୍ୱ ପ୍ରତିପାଦିତ ହୋଇପାରିବ ସେଥିପାଇଁ କେବଳ ରାଜ୍ୟସରକାର ଉଦ୍ୟମ କରୁଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର