ପିହୁ ଅପହରଣ ଘଟଣାରେ ମାଷ୍ଟରମାଇଣ୍ଡ ସହ ୪ ଜଣଙ୍କୁ ଗିରଫ କଲା ଦେବଗଡ଼ ପୋଲିସ

The Sakala Picture
Published On

ଦେବଗଡ଼: ଦେବଗଡର ପିହୁ ଅପହରଣ ଘଟଣାରେ ୪ ଅଭିଯୁକ୍ତ ଗିରଫ । ମାଷ୍ଟରମାଇଣ୍ଡ ସମେତ ୪ ଅଭିଯୁକ୍ତକୁ ଗିରଫ କଲା ଦେବଗଡ଼ ପୋଲିସ । ମାଷ୍ଟରମାଇଣ୍ଡ ଦେବଗଡ଼ ଥାନା ଅନ୍ତର୍ଗତ ନୂଆଗାଁର ହିମାଂଶୁ ନାରଙ୍ଗ ବୋଲି ଜଣାପଡିଛି । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛି ଦେବଗଡ ପୋଲିସ । ଗତ ୧୮ତାରିଖରେ ଟିଉସନ ସାରି ନିଜ ଆଈ ସହ ଫେରୁଥିବା ବେଳେ ଘର ନିକଟରେ ଆଈ ପାଖରୁ ଦୁର୍ବୃତ୍ତମାନେ ପିହୁକୁ ଛଡ଼ାଇ ନେଇଥିଲେ । ମାଷ୍ଟରମାଇଣ୍ଡ […]

ଦେବଗଡ଼: ଦେବଗଡର ପିହୁ ଅପହରଣ ଘଟଣାରେ ୪ ଅଭିଯୁକ୍ତ ଗିରଫ । ମାଷ୍ଟରମାଇଣ୍ଡ ସମେତ ୪ ଅଭିଯୁକ୍ତକୁ ଗିରଫ କଲା ଦେବଗଡ଼ ପୋଲିସ । ମାଷ୍ଟରମାଇଣ୍ଡ ଦେବଗଡ଼ ଥାନା ଅନ୍ତର୍ଗତ ନୂଆଗାଁର ହିମାଂଶୁ ନାରଙ୍ଗ ବୋଲି ଜଣାପଡିଛି । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛି ଦେବଗଡ ପୋଲିସ । ଗତ ୧୮ତାରିଖରେ ଟିଉସନ ସାରି ନିଜ ଆଈ ସହ ଫେରୁଥିବା ବେଳେ ଘର ନିକଟରେ ଆଈ ପାଖରୁ ଦୁର୍ବୃତ୍ତମାନେ ପିହୁକୁ ଛଡ଼ାଇ ନେଇଥିଲେ ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ମାଷ୍ଟରମାଇଣ୍ଡ ହିମାଂଶୁର ସହଯୋଗୀ ଅଭିଯୁକ୍ତମାନେ କୁଣ୍ଢେଇଗୋଳା ମେଣ୍ଢିପାଲି ସାଧୁବାହାଳ ଗାଁର ଦୀପକ ନାଏକ, ଦେବଗଡ଼ ବଲଣ୍ଡା ଗ୍ରାମର ରୋହିତ ପାତ୍ର ଓ ଜରେଇକେଳାର ମହେଶ୍ୱର ଶଗଡିଆ । ସେମାନଙ୍କଠାରୁ ଅପହରଣରେ ବ୍ୟବହୃତ କାର, ଦୁଇଟି ବାଇକ ଓ ୪ଟି ମୋବାଇଲ ଫୋନ ଜବତ କରିଛି ପୋଲିସ ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ: ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମାଇନିଂ ବକେୟା ଆଦାୟ ପାଇଁ ସମ୍ପତ୍ତି ବ୍ୟାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ

ଗତ ୧୮ ତାରିଖ ସନ୍ଧ୍ୟାରେ ଟ୍ୟୁସନ ସାରି ଆଈ ସହ ଘରକୁ ଫେରୁଥିବା ବେଳେ ଜନଗହଳିପୂର୍ଣ୍ଣ ମୁଖ୍ୟରାସ୍ତାରୁ ପିହୁକୁ ଝାମ୍ପି ନେଇଥିଲେ ଅପହରଣକାରୀ । ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିବା ଉଦ୍ଦେଶ୍ୟରେ ମୋଟା ଅଙ୍କର ଟଙ୍କା ରୋଜଗାର ପାଇଁ ଅପହରଣ ଯୋଜନା କରିଥିଲେ ଅଭିଯୁକ୍ତ । ଅପହରଣର ୧୨ ଘଣ୍ଟା ପରେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଞ୍ଚଳରୁ ଅପହୃତ ଶିଶୁ ପିହୁକୁ ଉଦ୍ଧାର କରିଥିଲା ପୋଲିସ ।

ଆହୁରି ପଢ଼ନ୍ତୁ: ନିଶା ଔଷଧ ସ୍ପ୍ରେ କରି ଘରୁ ୨୫ ଲକ୍ଷର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

24 Dec 2023 By The Sakala

ପିହୁ ଅପହରଣ ଘଟଣାରେ ମାଷ୍ଟରମାଇଣ୍ଡ ସହ ୪ ଜଣଙ୍କୁ ଗିରଫ କଲା ଦେବଗଡ଼ ପୋଲିସ

ଦେବଗଡ଼: ଦେବଗଡର ପିହୁ ଅପହରଣ ଘଟଣାରେ ୪ ଅଭିଯୁକ୍ତ ଗିରଫ । ମାଷ୍ଟରମାଇଣ୍ଡ ସମେତ ୪ ଅଭିଯୁକ୍ତକୁ ଗିରଫ କଲା ଦେବଗଡ଼ ପୋଲିସ । ମାଷ୍ଟରମାଇଣ୍ଡ ଦେବଗଡ଼ ଥାନା ଅନ୍ତର୍ଗତ ନୂଆଗାଁର ହିମାଂଶୁ ନାରଙ୍ଗ ବୋଲି ଜଣାପଡିଛି । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛି ଦେବଗଡ ପୋଲିସ । ଗତ ୧୮ତାରିଖରେ ଟିଉସନ ସାରି ନିଜ ଆଈ ସହ ଫେରୁଥିବା ବେଳେ ଘର ନିକଟରେ ଆଈ ପାଖରୁ ଦୁର୍ବୃତ୍ତମାନେ ପିହୁକୁ ଛଡ଼ାଇ ନେଇଥିଲେ ।

ମାଷ୍ଟରମାଇଣ୍ଡ ହିମାଂଶୁର ସହଯୋଗୀ ଅଭିଯୁକ୍ତମାନେ କୁଣ୍ଢେଇଗୋଳା ମେଣ୍ଢିପାଲି ସାଧୁବାହାଳ ଗାଁର ଦୀପକ ନାଏକ, ଦେବଗଡ଼ ବଲଣ୍ଡା ଗ୍ରାମର ରୋହିତ ପାତ୍ର ଓ ଜରେଇକେଳାର ମହେଶ୍ୱର ଶଗଡିଆ । ସେମାନଙ୍କଠାରୁ ଅପହରଣରେ ବ୍ୟବହୃତ କାର, ଦୁଇଟି ବାଇକ ଓ ୪ଟି ମୋବାଇଲ ଫୋନ ଜବତ କରିଛି ପୋଲିସ ।

ଗତ ୧୮ ତାରିଖ ସନ୍ଧ୍ୟାରେ ଟ୍ୟୁସନ ସାରି ଆଈ ସହ ଘରକୁ ଫେରୁଥିବା ବେଳେ ଜନଗହଳିପୂର୍ଣ୍ଣ ମୁଖ୍ୟରାସ୍ତାରୁ ପିହୁକୁ ଝାମ୍ପି ନେଇଥିଲେ ଅପହରଣକାରୀ । ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିବା ଉଦ୍ଦେଶ୍ୟରେ ମୋଟା ଅଙ୍କର ଟଙ୍କା ରୋଜଗାର ପାଇଁ ଅପହରଣ ଯୋଜନା କରିଥିଲେ ଅଭିଯୁକ୍ତ । ଅପହରଣର ୧୨ ଘଣ୍ଟା ପରେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଞ୍ଚଳରୁ ଅପହୃତ ଶିଶୁ ପିହୁକୁ ଉଦ୍ଧାର କରିଥିଲା ପୋଲିସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର