ହାଇସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟ: ବଦଳିବ ୨୧୫୯ ସ୍କୁଲ ଚେହେରା

The Sakala Picture
Published On

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ‘୫-ଟି’ ହାଇସ୍କୁଲ ରୂପାନ୍ତରଣରେ ବିଦ୍ୟାଳୟଗୁଡ଼ିକର ଲୋକାର୍ପଣ ଜୁନ୍‍ ମାସରେ ଶେଷ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟ ରୂପାନ୍ତରଣ ପାଇଁ ସ୍କୁଲ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ତୃତୀୟ ପର୍ଯ୍ୟାୟରେ ୨୧୫୯ଟି ବିଦ୍ୟାଳୟର ରୂପାନ୍ତରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଏନେଇ ଜିଲ୍ଲା ସ୍ତରରେ ସମସ୍ତ ଜିଲ୍ଲାପାଳ ଓ ଡିଇଓଙ୍କ ସହିତ ଆଲୋଚନା ମଧ୍ୟ ହୋଇଛି। ବିଶେଷତଃ ଉପାନ୍ତ ଓ ଆଦିବାସୀ ବହୁଳ ଅଞ୍ଚଳର ସ୍କୁଲକୁ ଏହି ପର୍ଯ୍ୟାୟରେ ସାମିଲ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। […]

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ‘୫-ଟି’ ହାଇସ୍କୁଲ ରୂପାନ୍ତରଣରେ ବିଦ୍ୟାଳୟଗୁଡ଼ିକର ଲୋକାର୍ପଣ ଜୁନ୍‍ ମାସରେ ଶେଷ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟ ରୂପାନ୍ତରଣ ପାଇଁ ସ୍କୁଲ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ତୃତୀୟ ପର୍ଯ୍ୟାୟରେ ୨୧୫୯ଟି ବିଦ୍ୟାଳୟର ରୂପାନ୍ତରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଏନେଇ ଜିଲ୍ଲା ସ୍ତରରେ ସମସ୍ତ ଜିଲ୍ଲାପାଳ ଓ ଡିଇଓଙ୍କ ସହିତ ଆଲୋଚନା ମଧ୍ୟ ହୋଇଛି। ବିଶେଷତଃ ଉପାନ୍ତ ଓ ଆଦିବାସୀ ବହୁଳ ଅଞ୍ଚଳର ସ୍କୁଲକୁ ଏହି ପର୍ଯ୍ୟାୟରେ ସାମିଲ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ପ୍ରଥମ ଦୁଇ ପର୍ଯ୍ୟାୟରେ ପାଖାପାଖି ୪ ହଜାର ସ୍କୁଲ ରୂପାନ୍ତରଣ ଶେଷ ହୋଇଥିବାବେଳେ ସରକାରୀ ହାଇସ୍କୁଲ ଗୁଡ଼ିକରେ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, କମ୍ପ୍ୟୁଟର ଲ୍ୟାବ, ସାଇନ୍ସଲ୍ୟାବ୍‍ ଭଳି ଉନ୍ନତ ମାନର ଶିକ୍ଷଣୀୟ ବ୍ୟବସ୍ଥା ଉପଲବ୍ଧ କରାଯାଉଛି। ରୂପାନ୍ତରଣ ଯୋଜନାରେ ସରକାରୀ ସ୍କୁଲଗୁଡ଼ିକର ନବଜାଗରଣ ହେଉଛି। ୨୦୨୪ ସୁଦ୍ଧା ରାଜ୍ୟର ୮ ହଜାର ସ୍କୁଲର ରୂପାନ୍ତରଣ କରିବା ନେଇ ସରକାରୀ ସ୍ତରରେ ଯୋଜନା ପ୍ରସ୍ତୁତ ହୋଇଛି। ବିଗତ ଦୁଇ ପର୍ଯ୍ୟାୟରେ ନିର୍ଦ୍ଧାରିତ ଲକ୍ଷ୍ୟର ୫୦ ପ୍ରତିଶତ ରୂପାନ୍ତରଣ ଶେଷ ହୋଇଥିବାବେଳେ ତୃତୀୟ ପର୍ଯ୍ୟାୟରେ ଆଉ ୨୫ ପ୍ରତିଶତକୁ ସାମିଲ୍‍ କରାଯାଇଛି। ତୃତୀୟ ପ୍ରତିଶତ ରୂପାନ୍ତରଣ ଶେଷ ହେବା ପରେ ଲକ୍ଷ୍ୟ ଅନୁଯାୟୀ ୭୫% ସ୍କୁଲର ରୂପାନ୍ତରଣ ଶେଷ ହେବ।

ଆହୁରି ପଢ଼ନ୍ତୁ: ଜନଗଣନା କରିବା ବାହାନାରେ ଆସିଲା, ବେକରେ ଛୁରୀ ଲଗାଇ ଫୋନ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା

ରୂପାନ୍ତରଣ ଯୋଜନାରେ ଉନ୍ନତ ମାନର ଶିକ୍ଷାଦାନ ସହିତ ଅଭିଜ୍ଞ ଶିକ୍ଷକ, ଅତ୍ୟାଧୁନିକ ଶିକ୍ଷଣୀୟ ଉପକରଣ ଯୋଗାଇ ଦିଆଯାଉଛି। ବିଶେଷତଃ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ପାଇଁ ସମସ୍ତ ଆବଶ୍ୟକୀୟ ଉପକରଣ ସହିତ ଉତମ ଶୈକ୍ଷିକ ବାତାବାରଣ ଉପରେ ଧ୍ୟାନ ଦିଆଯାଉଛି। ଉନ୍ନତମାନର ଶ୍ରେଣୀ ଗୃହ, ଖେଳ ପଡ଼ିଆ ସହିତ ଖେଳ ସାମଗ୍ରୀ, ସ୍ମାର୍ଟ ଲାଇବ୍ରେରୀ, କମ୍ପ୍ୟୁଟର ଲ୍ୟାବ୍‍ ଆଦି ସ୍କୁଲଗୁଡ଼ିକରେ ଯୋଗାଇ ଦିଆଯାଉଛି। ପିଲାମାନେ ବହି ବଦଳରେ ଇ-କଟେଂଟ ଓ ସ୍ମାର୍ଟ କ୍ଲାସରୁମର ପ୍ରଜେକ୍ଟରରେ ପାଠ ପଢ଼଼ୁଛନ୍ତି। ସେମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ଦେବା ଲାଗି ଆବଶ୍ୟକ ଥିବା ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ଶିକ୍ଷକମାନଙ୍କୁ ମଧ୍ୟ ଦକ୍ଷ କରାଯାଉଛି। ବିଭାଗ ପକ୍ଷରୁ ଶିକ୍ଷକମାନଙ୍କୁ ସ୍କୁଲ ପରିଚାଳନା ନେଇ ପ୍ରଶିକ୍ଷଣ ଦିଆଯାଉଛି। ଅତ୍ୟାଧୁନିକ ଯନ୍ତ୍ରାଂଶ ସାହାଯ୍ୟରେ ସେମାନେ କିପରି ଶିକ୍ଷାଦାନ କରିବେ ସେନେଇ ପ୍ରଶିକ୍ଷଣ ନେଉଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଙ୍ଗ କରିଥିବା ବିଧାୟକଙ୍କ ସଭ୍ୟପଦ ରଦ୍ଦ ହେଉ: ପ୍ରସନ୍ନ ଆଚାର୍ଯ୍ୟ

ଅପରପକ୍ଷେ ସ୍ମାର୍ଟ ସ୍କୁଲରେ ପଢ଼଼ିବା ପାଇଁ ପିଲାମାନଙ୍କ ମଧ୍ୟରେ ପୂର୍ବ ଅପେକ୍ଷା ଆଗ୍ରହ ବଢ଼଼ୁଛି। ଘରୋଇ ସ୍କୁଲ ଭଳି ସୁସଜ୍ଜିତ ଓ ଅତ୍ୟାଧୁନିକ ଶ୍ରେଣୀ ଗୃହ, ପାଠାଗାର ଆଦି ପିଲାଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରୁଛି। ତୃତୀୟ ପର୍ଯ୍ୟାୟରେ ୨୧୫୯ ସ୍କୁଲ ରୂପାନ୍ତରଣରେ ସାମିଲ ହୋଇଥିବାବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ପ୍ରକ୍ରିୟା ସାରିବା ପାଇଁ ବିଭାଗର ଲକ୍ଷ୍ୟ ରହିଛି। ପ୍ରଥମ ପର୍ଯ୍ୟାୟର ୧୦୭୬ ସ୍କୁଲର ନବୀକରଣ ଓ ଲୋକାର୍ପଣ ଶେଷ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ୨ ହଜାର ୯୦୮ଟି ସ୍କୁଲକୁ ଲୋକାର୍ପଣ କରିଛନ୍ତି। ତେବେ ତୃତୀୟ ପର୍ଯ୍ୟାୟ ପାଇଁ ସ୍କୁଲ ଚିହ୍ନଟ ପ୍ରକ୍ରୟା ଆରମ୍ଭ ହୋଇଥିବାବେଳେ ଏଥିରେ ୨୧୫୯ଟି ସ୍କୁଲ ସାମିଲ୍‍ ପାଇଁ ବିଭାଗ ଲକ୍ଷ୍ୟ ରଖିଛି। ଖୁବଶୀଘ୍ର ସ୍କୁଲଗୁଡ଼ିକର ରୂପାନ୍ତରଣ ପ୍ରକ୍ରୟା ଆରମ୍ଭ ହେବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବଳକା ଥିବା ୧୧୮ଟି ସ୍କୁଲକୁ ତୃତୀୟ ପର୍ଯ୍ୟାୟ ଲୋକାର୍ପଣରେ ସାମିଲ କରାଯିବ। ଆବଶିଷ୍ଟ ସ୍କୁଲଗୁଡ଼ିକୁ ଆସନ୍ତା ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ଶେଷ ପାଇଁ ବିଭାଗ ଲକ୍ଷ୍ୟ ରଖିଛି।

25 Jul 2022 By The Sakala

ହାଇସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟ: ବଦଳିବ ୨୧୫୯ ସ୍କୁଲ ଚେହେରା

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ‘୫-ଟି’ ହାଇସ୍କୁଲ ରୂପାନ୍ତରଣରେ ବିଦ୍ୟାଳୟଗୁଡ଼ିକର ଲୋକାର୍ପଣ ଜୁନ୍‍ ମାସରେ ଶେଷ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟ ରୂପାନ୍ତରଣ ପାଇଁ ସ୍କୁଲ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ତୃତୀୟ ପର୍ଯ୍ୟାୟରେ ୨୧୫୯ଟି ବିଦ୍ୟାଳୟର ରୂପାନ୍ତରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଏନେଇ ଜିଲ୍ଲା ସ୍ତରରେ ସମସ୍ତ ଜିଲ୍ଲାପାଳ ଓ ଡିଇଓଙ୍କ ସହିତ ଆଲୋଚନା ମଧ୍ୟ ହୋଇଛି। ବିଶେଷତଃ ଉପାନ୍ତ ଓ ଆଦିବାସୀ ବହୁଳ ଅଞ୍ଚଳର ସ୍କୁଲକୁ ଏହି ପର୍ଯ୍ୟାୟରେ ସାମିଲ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।

ପ୍ରଥମ ଦୁଇ ପର୍ଯ୍ୟାୟରେ ପାଖାପାଖି ୪ ହଜାର ସ୍କୁଲ ରୂପାନ୍ତରଣ ଶେଷ ହୋଇଥିବାବେଳେ ସରକାରୀ ହାଇସ୍କୁଲ ଗୁଡ଼ିକରେ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, କମ୍ପ୍ୟୁଟର ଲ୍ୟାବ, ସାଇନ୍ସଲ୍ୟାବ୍‍ ଭଳି ଉନ୍ନତ ମାନର ଶିକ୍ଷଣୀୟ ବ୍ୟବସ୍ଥା ଉପଲବ୍ଧ କରାଯାଉଛି। ରୂପାନ୍ତରଣ ଯୋଜନାରେ ସରକାରୀ ସ୍କୁଲଗୁଡ଼ିକର ନବଜାଗରଣ ହେଉଛି। ୨୦୨୪ ସୁଦ୍ଧା ରାଜ୍ୟର ୮ ହଜାର ସ୍କୁଲର ରୂପାନ୍ତରଣ କରିବା ନେଇ ସରକାରୀ ସ୍ତରରେ ଯୋଜନା ପ୍ରସ୍ତୁତ ହୋଇଛି। ବିଗତ ଦୁଇ ପର୍ଯ୍ୟାୟରେ ନିର୍ଦ୍ଧାରିତ ଲକ୍ଷ୍ୟର ୫୦ ପ୍ରତିଶତ ରୂପାନ୍ତରଣ ଶେଷ ହୋଇଥିବାବେଳେ ତୃତୀୟ ପର୍ଯ୍ୟାୟରେ ଆଉ ୨୫ ପ୍ରତିଶତକୁ ସାମିଲ୍‍ କରାଯାଇଛି। ତୃତୀୟ ପ୍ରତିଶତ ରୂପାନ୍ତରଣ ଶେଷ ହେବା ପରେ ଲକ୍ଷ୍ୟ ଅନୁଯାୟୀ ୭୫% ସ୍କୁଲର ରୂପାନ୍ତରଣ ଶେଷ ହେବ।

ରୂପାନ୍ତରଣ ଯୋଜନାରେ ଉନ୍ନତ ମାନର ଶିକ୍ଷାଦାନ ସହିତ ଅଭିଜ୍ଞ ଶିକ୍ଷକ, ଅତ୍ୟାଧୁନିକ ଶିକ୍ଷଣୀୟ ଉପକରଣ ଯୋଗାଇ ଦିଆଯାଉଛି। ବିଶେଷତଃ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ପାଇଁ ସମସ୍ତ ଆବଶ୍ୟକୀୟ ଉପକରଣ ସହିତ ଉତମ ଶୈକ୍ଷିକ ବାତାବାରଣ ଉପରେ ଧ୍ୟାନ ଦିଆଯାଉଛି। ଉନ୍ନତମାନର ଶ୍ରେଣୀ ଗୃହ, ଖେଳ ପଡ଼ିଆ ସହିତ ଖେଳ ସାମଗ୍ରୀ, ସ୍ମାର୍ଟ ଲାଇବ୍ରେରୀ, କମ୍ପ୍ୟୁଟର ଲ୍ୟାବ୍‍ ଆଦି ସ୍କୁଲଗୁଡ଼ିକରେ ଯୋଗାଇ ଦିଆଯାଉଛି। ପିଲାମାନେ ବହି ବଦଳରେ ଇ-କଟେଂଟ ଓ ସ୍ମାର୍ଟ କ୍ଲାସରୁମର ପ୍ରଜେକ୍ଟରରେ ପାଠ ପଢ଼଼ୁଛନ୍ତି। ସେମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ଦେବା ଲାଗି ଆବଶ୍ୟକ ଥିବା ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ଶିକ୍ଷକମାନଙ୍କୁ ମଧ୍ୟ ଦକ୍ଷ କରାଯାଉଛି। ବିଭାଗ ପକ୍ଷରୁ ଶିକ୍ଷକମାନଙ୍କୁ ସ୍କୁଲ ପରିଚାଳନା ନେଇ ପ୍ରଶିକ୍ଷଣ ଦିଆଯାଉଛି। ଅତ୍ୟାଧୁନିକ ଯନ୍ତ୍ରାଂଶ ସାହାଯ୍ୟରେ ସେମାନେ କିପରି ଶିକ୍ଷାଦାନ କରିବେ ସେନେଇ ପ୍ରଶିକ୍ଷଣ ନେଉଛନ୍ତି।

ଅପରପକ୍ଷେ ସ୍ମାର୍ଟ ସ୍କୁଲରେ ପଢ଼଼ିବା ପାଇଁ ପିଲାମାନଙ୍କ ମଧ୍ୟରେ ପୂର୍ବ ଅପେକ୍ଷା ଆଗ୍ରହ ବଢ଼଼ୁଛି। ଘରୋଇ ସ୍କୁଲ ଭଳି ସୁସଜ୍ଜିତ ଓ ଅତ୍ୟାଧୁନିକ ଶ୍ରେଣୀ ଗୃହ, ପାଠାଗାର ଆଦି ପିଲାଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରୁଛି। ତୃତୀୟ ପର୍ଯ୍ୟାୟରେ ୨୧୫୯ ସ୍କୁଲ ରୂପାନ୍ତରଣରେ ସାମିଲ ହୋଇଥିବାବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ପ୍ରକ୍ରିୟା ସାରିବା ପାଇଁ ବିଭାଗର ଲକ୍ଷ୍ୟ ରହିଛି। ପ୍ରଥମ ପର୍ଯ୍ୟାୟର ୧୦୭୬ ସ୍କୁଲର ନବୀକରଣ ଓ ଲୋକାର୍ପଣ ଶେଷ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ୨ ହଜାର ୯୦୮ଟି ସ୍କୁଲକୁ ଲୋକାର୍ପଣ କରିଛନ୍ତି। ତେବେ ତୃତୀୟ ପର୍ଯ୍ୟାୟ ପାଇଁ ସ୍କୁଲ ଚିହ୍ନଟ ପ୍ରକ୍ରୟା ଆରମ୍ଭ ହୋଇଥିବାବେଳେ ଏଥିରେ ୨୧୫୯ଟି ସ୍କୁଲ ସାମିଲ୍‍ ପାଇଁ ବିଭାଗ ଲକ୍ଷ୍ୟ ରଖିଛି। ଖୁବଶୀଘ୍ର ସ୍କୁଲଗୁଡ଼ିକର ରୂପାନ୍ତରଣ ପ୍ରକ୍ରୟା ଆରମ୍ଭ ହେବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବଳକା ଥିବା ୧୧୮ଟି ସ୍କୁଲକୁ ତୃତୀୟ ପର୍ଯ୍ୟାୟ ଲୋକାର୍ପଣରେ ସାମିଲ କରାଯିବ। ଆବଶିଷ୍ଟ ସ୍କୁଲଗୁଡ଼ିକୁ ଆସନ୍ତା ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ଶେଷ ପାଇଁ ବିଭାଗ ଲକ୍ଷ୍ୟ ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର