ଆଜି ପରାହ୍ଣ ୪ଟାରେ ପ୍ରକାଶ ପାଇବ ପିଜି ମେଧା ତାଲିକା…

The Sakala Picture
Published On

ଭୁବନେଶ୍ୱର: ସ୍ନାତକୋତ୍ତର (ପିଜି) ନାମଲେଖା ପାଇଁ ଶୁକ୍ରବାର ଅପରାହ୍ଣ ୪ଟାରେ ମେଧା ତାଲିକା ପ୍ରକାଶ ପାଇବ। ପୂର୍ବରୁ ରାଜ୍ୟସ୍ତରୀୟ ରାଙ୍କ ପ୍ରକାଶ ପାଇଥିବା ବେଳେ ୧୮ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ଫି’ ଜମା କରିବା ସହ ନାମ ଲେଖାଇ ପାରିବେ। ଚୟନ ହୋଇଥିବା ଶିକ୍ଷାନୁଷ୍ଠାନରେ ପଢ଼ିବାକୁ ଆଗ୍ରହୀ ଥିଲେ ଫ୍ରିଜ୍‌ ଅପସନ୍‌ ଦେବା ସହ ଶିକ୍ଷାନୁଷ୍ଠାନକୁ ଯାଇ ନାମ ଲେଖାଇବେ। ଅନ୍ୟଥା କେବଳ ଫି’ ଦାଖଲ କରି ସ୍ଲାଇଡ୍‌ ବା ଫ୍ଲଟ୍‌ ଅପସନ୍‌ ଦେଇପାରିବେ। ୨୩ତାରିଖରେ ଦ୍ୱିତୀୟ […]

ଭୁବନେଶ୍ୱର: ସ୍ନାତକୋତ୍ତର (ପିଜି) ନାମଲେଖା ପାଇଁ ଶୁକ୍ରବାର ଅପରାହ୍ଣ ୪ଟାରେ ମେଧା ତାଲିକା ପ୍ରକାଶ ପାଇବ। ପୂର୍ବରୁ ରାଜ୍ୟସ୍ତରୀୟ ରାଙ୍କ ପ୍ରକାଶ ପାଇଥିବା ବେଳେ ୧୮ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ଫି’ ଜମା କରିବା ସହ ନାମ ଲେଖାଇ ପାରିବେ। ଚୟନ ହୋଇଥିବା ଶିକ୍ଷାନୁଷ୍ଠାନରେ ପଢ଼ିବାକୁ ଆଗ୍ରହୀ ଥିଲେ ଫ୍ରିଜ୍‌ ଅପସନ୍‌ ଦେବା ସହ ଶିକ୍ଷାନୁଷ୍ଠାନକୁ ଯାଇ ନାମ ଲେଖାଇବେ। ଅନ୍ୟଥା କେବଳ ଫି’ ଦାଖଲ କରି ସ୍ଲାଇଡ୍‌ ବା ଫ୍ଲଟ୍‌ ଅପସନ୍‌ ଦେଇପାରିବେ। ୨୩ତାରିଖରେ ଦ୍ୱିତୀୟ ରାଉଣ୍ଡ ଓ ଜୁଲାଇ ୩ରେ ତୃତୀୟ ତଥା ଶେଷ ରାଉଣ୍ଡ୍‌ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ୩ଟି ପର୍ଯ୍ୟାୟ ସରିବା ପରେ ବଳକା ସିଟ୍‌ରେ ନାମଲେଖାଇବାକୁ ୱେଟିଂଲିଷ୍ଟ ରାଉଣ୍ଡ ହେବ। ଏଥିପାଇଁ ପିଲାମାନେ ଜୁଲାଇ ୧୪ରୁ ୧୭ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ ଆବେଦନ କରିବେ। ଜୁଲାଇ ୧୦ ତାରିଖରୁ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

ସୂଚନାଯୋଗ୍ୟ, ଚଳିତବର୍ଷ ସମୁଦାୟ ୧୨୧ଟି ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ୩୧ହଜାର ୧୫୪ଟି ସିଟ୍‌ ଉପଲବ୍‌ଧ ରହିଛି। ଏଥିରେ ନାମଲେଖାଇବାକୁ ୫୯ ହଜାର ୫୩୩ ଜଣ ଆବେଦନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର