ଏକକ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି) ଆବେଦନ ପାଇଁ ପୁନଃ ସୁଯୋଗ ଦାବି

The Sakala Picture
Published On

ଭୁବନେଶ୍ୱର: ଏକକ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି) ପାଇଁ ପୁନଃ ଆବେଦନ ସୁଯୋଗ ଦେବାକୁ ଛାତ୍ରଛାତ୍ରୀଙ୍କ ମହଲରେ ଦାବି ହୋଇଛି। ସେମାନଙ୍କର ଯୁକ୍ତି ହେଲା, ମେ’ ୧୮ତାରିଖରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍‌ ୧୦ ଦିନ ଆବେଦନ ପ୍ରକ୍ରିୟା ଚାଲିଥିଲା। ତେବେ ସ୍ୱଳ୍ପ ସମୟର ଅବଧି ଓ ସେହି ସମୟରେ ନିର୍ବାଚନ ହେଉଥିବାରୁ ବହୁ ଛାତ୍ରଛାତ୍ରୀ ଆବେଦନ କରିପାରି ନାହାନ୍ତି। ନିର୍ବାଚନ କାର୍ଯ୍ୟରେ ସରକାରୀ ଅଧିକାରୀମାନେ ନିୟୋଜିତ ଥିବାରୁ ଜାତି, ଆବାସିକ ଓ ଆୟ […]

ଭୁବନେଶ୍ୱର: ଏକକ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି) ପାଇଁ ପୁନଃ ଆବେଦନ ସୁଯୋଗ ଦେବାକୁ ଛାତ୍ରଛାତ୍ରୀଙ୍କ ମହଲରେ ଦାବି ହୋଇଛି। ସେମାନଙ୍କର ଯୁକ୍ତି ହେଲା, ମେ’ ୧୮ତାରିଖରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍‌ ୧୦ ଦିନ ଆବେଦନ ପ୍ରକ୍ରିୟା ଚାଲିଥିଲା। ତେବେ ସ୍ୱଳ୍ପ ସମୟର ଅବଧି ଓ ସେହି ସମୟରେ ନିର୍ବାଚନ ହେଉଥିବାରୁ ବହୁ ଛାତ୍ରଛାତ୍ରୀ ଆବେଦନ କରିପାରି ନାହାନ୍ତି। ନିର୍ବାଚନ କାର୍ଯ୍ୟରେ ସରକାରୀ ଅଧିକାରୀମାନେ ନିୟୋଜିତ ଥିବାରୁ ଜାତି, ଆବାସିକ ଓ ଆୟ ପ୍ରଣାଣପତ୍ର ପାଇବାରେ ବିଳମ୍ବ ହୋଇଥିଲା। ଫଳରେ ବହୁ ଛାତ୍ରଛାତ୍ରୀ ଆବେଦନ କରିବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ପୂର୍ବବର୍ଷ ତୁଳନାରେ ଆବେଦନ ସଂଖ୍ୟା ମଧ୍ୟ କମିଛି। ୨୦୨୩ ମସିହାରେ ମୋଟ୍‌‌ ୬୯ହଜାର ୭୦୫ଜଣ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଥିଲେ। ଚଳିତ ବର୍ଷ ୬୩ ହଜାର ୧୫୦ଜଣ ପଞ୍ଜିକରଣ କରିଛନ୍ତି। ଅର୍ଥାତ ପ୍ରାୟ ୬ହଜାର ୫ଶହ କମ୍‌‌ ଆବେଦନ ହୋଇଛି। ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୪୦ ଜଣ ମଧ୍ୟ ଆବେଦନ ଫି’ ଦାଖଲ କରି ନାହାନ୍ତି। ଶେଷ ସମୟରେ ସାମ୍‌‌ସ୍‌‌ ପୋର୍ଟାଲ୍‌‌ ସର୍ଭର ଧିମା ଚାଲିବାରୁ ଫି’ ଦାଖଲ କରିପାରି ନଥିବା ବହୁ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସମସ୍ତ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ସୁନିଶ୍ଚିତ କରିବା ପାଇଁ ପୁନଃ ଆବେଦନ ସୁଯୋଗ ଦେବାକୁ ବହୁ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ବିଭାଗ ନିକଟରେ ଦାବି କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଏପରିକି ନୂତନ ସରକାର ଆସିବା ପର୍ଯ୍ୟନ୍ତ କିଛି କରାଯାଇପାରିବ ନାହିଁ ବୋଲି ଅଧିକାରୀମାନେ ପ୍ରକାଶ କରୁଥିବା ଜଣେ ଏକ୍ସ ୟୁଜର ଅଭିଯୋଗ କରିଛନ୍ତି। ଅଭିଯୋଗ ନେଇ ବିଭାଗ ବା କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ସୂଚନାଯୋଗ୍ୟ, ଚଳିତଥର ୧୧୩ଟି ଶିକ୍ଷାନୁଷ୍ଠାନରେ ୨୮ହଜାର ୯୨୬ଟି ସିଟ୍‌‌ରେ ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା କରାଯାଉଛି। ଜୁନ୍‌‌ ୨୨ତାରିଖରେ ଆଡମିଟ୍‌‌ କାର୍ଡ ଉପଲବ୍ଧ ହେବା ସହ ଜୁଲାଇ ୩ ତାରିଖରୁ ୧୪ ତାରିଖ ମଧ୍ୟରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର