ଆଜି ପ୍ରକାଶ ପାଇବ ପିଜି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା

The Sakala Picture
Published On

ଭୁବନେଶ୍ୱର,: ରାଜ୍ୟରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜଗୁଡିକରେ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ନାମଲେଖା ଲାଗି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ଆଜି ଦିନ ୨ଟା ସମୟରେ ପ୍ରକାଶ ପାଇବ। ଆସନ୍ତା ୨୪ ଓ ୨୫ ତାରିଖ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ଥିବାବେଳେ ୨୬ ତାରିଖ ସଂଧ୍ୟା ୬ଟା ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାର ନାମଲେଖା ଡାଟା ଅପଡେଟ କରାଯିବ। ଦ୍ୱିତୀୟ ପର୍ଯ୍ୟାୟ ପରେ ଯଦି ସିଟ୍‍ ବଳକା ରହିଲା ତେବେ ୨୯ ତାରିଖ ଦିନ […]

ଭୁବନେଶ୍ୱର,: ରାଜ୍ୟରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜଗୁଡିକରେ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ନାମଲେଖା ଲାଗି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ଆଜି ଦିନ ୨ଟା ସମୟରେ ପ୍ରକାଶ ପାଇବ। ଆସନ୍ତା ୨୪ ଓ ୨୫ ତାରିଖ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ଥିବାବେଳେ ୨୬ ତାରିଖ ସଂଧ୍ୟା ୬ଟା ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାର ନାମଲେଖା ଡାଟା ଅପଡେଟ କରାଯିବ। ଦ୍ୱିତୀୟ ପର୍ଯ୍ୟାୟ ପରେ ଯଦି ସିଟ୍‍ ବଳକା ରହିଲା ତେବେ ୨୯ ତାରିଖ ଦିନ ସାମ୍ସ ୱେବସାଇଟରେ ଏହାର ତଥ୍ୟ ପ୍ରକାଶ ପାଇବ। ଅକ୍ଟୋବର ୧୦ ତାରିଖରେ ସ୍ପଟ୍‍ ମେଧା ତାଲିକା ପ୍ରକାଶ କରାଯିବ। ତେବେ ଏହି ପର୍ଯ୍ୟାୟରେ ଚୟନ ହେବାକୁ ଥିବା ଛାତ୍ରଛାତ୍ରୀ ଅକ୍ଟୋବର ୧୧ ଓ ୧୨ ତାରିଖରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ରିପୋର୍ଟିଂ କରିବେ। ୧୪ ତାରିଖ ଦିନ ଚୁଡ଼ାନ୍ତ ସ୍ପଟ ମେଧା ତାଲିକା ପ୍ରକାଶ ପାଇବ। ସେମାନଙ୍କ ନାମଲେଖା ୧୫ ରୁ ୧୭ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର