ବଢ଼ିବ ପେଟ୍ରୋଲ ଓ ଡିଜେଲ ଦର…

The Sakala Picture
Published On

ନୂଆଦିଲ୍ଲୀ: ବଢ଼ିବ ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ( ଏକ୍ସାଇଜ୍ ଡ୍ୟୁଟି )  ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ୨ ଟଙ୍କା ଉତ୍ପାଦ ଶୁଳ୍କ ବୃଦ୍ଧି ନେଇ ସୂଚନା । ନୂତନ ଦାମ ଆଜି ରାତି ୧୨ଟାରୁ ଲାଗୁ ହେବ। ଏପର୍ଯ୍ୟନ୍ତ ସରକାର ପେଟ୍ରୋଲ୍ ଉପରେ ୧୯ ଟଙ୍କା ୯୦ ପଇସା ପ୍ରତି ଲିଟର୍ ଓ ଡିଜେଲ୍ ଉପରେ ୧୫ ଟଙ୍କା ୮୦ ପଇସା ପ୍ରତି ଲିଟର୍ ଏକ୍ସାଇଜ୍ […]

ନୂଆଦିଲ୍ଲୀ: ବଢ଼ିବ ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ( ଏକ୍ସାଇଜ୍ ଡ୍ୟୁଟି )  ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ୨ ଟଙ୍କା ଉତ୍ପାଦ ଶୁଳ୍କ ବୃଦ୍ଧି ନେଇ ସୂଚନା । ନୂତନ ଦାମ ଆଜି ରାତି ୧୨ଟାରୁ ଲାଗୁ ହେବ। ଏପର୍ଯ୍ୟନ୍ତ ସରକାର ପେଟ୍ରୋଲ୍ ଉପରେ ୧୯ ଟଙ୍କା ୯୦ ପଇସା ପ୍ରତି ଲିଟର୍ ଓ ଡିଜେଲ୍ ଉପରେ ୧୫ ଟଙ୍କା ୮୦ ପଇସା ପ୍ରତି ଲିଟର୍ ଏକ୍ସାଇଜ୍ ଡ୍ୟୁଟି ଆଦାୟ କରୁଥିଲେ। ଏହି ବୃଦ୍ଧି ପରେ ପେଟ୍ରୋଲ୍ ଉପରେ ୨୧ ଟଙ୍କା ୯୦ ପଇସା ଏବଂ ଡିଜେଲ୍ ଉପରେ ୧୭ ଟଙ୍କା ୮୦ ପଇସା  ଏକ୍ସାଇଜ୍ ଡ୍ୟୁଟି ହେବ।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁ-ଭୁବନେଶ୍ୱର ଟ୍ରେନରୁ ଜଗତସିଂହପୁରର ମହିଳା ଓ ୯ ମାସର ଶିଶୁପୁତ୍ର ନିଖୋଜ

ଭାରତରେ କିପରି ନିର୍ଦ୍ଧାରିତ ହୁଏ ପେଟ୍ରୋଲ୍-ଡିଜେଲ୍ ଦାମ ?

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

ଜୁନ୍ ୨୦୧୦ ପର୍ଯ୍ୟନ୍ତ ସରକାର ପେଟ୍ରୋଲ୍ ଦାମ ନିର୍ଦ୍ଧାରଣ କରୁଥିଲେ ଏବଂ ପ୍ରତି ୧୫ ଦିନରେ ଏହାକୁ ପରିବର୍ତ୍ତନ କରାଯାଉଥିଲା। ୨୬ ଜୁନ୍ ୨୦୧୦ ପରେ ସରକାର ପେଟ୍ରୋଲ୍ ଦାମ ନିର୍ଦ୍ଧାରଣର ଦାୟିତ୍ୱ ତୈଳ କମ୍ପାନୀମାନଙ୍କୁ ଛାଡ଼ିଦେଲେ। ଏହିପରି ଅକ୍ଟୋବର ୨୦୧୪ ପର୍ଯ୍ୟନ୍ତ ଡିଜେଲ୍ ଦାମ ସରକାର ନିର୍ଦ୍ଧାରଣ କରୁଥିଲେ। ୧୯ ଅକ୍ଟୋବର ୨୦୧୪ ରୁ ଏହି କାମ ମଧ୍ୟ ତୈଳ କମ୍ପାନୀମାନଙ୍କୁ ଦିଆଯାଇଛି। ବର୍ତ୍ତମାନ ତୈଳ କମ୍ପାନୀମାନେ ଆନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ, ଏକ୍ସଚେଞ୍ଜ୍ ରେଟ୍,  ଟ୍ୟାକ୍ସ , ପେଟ୍ରୋଲ୍-ଡିଜେଲ୍ ପରିବହନ ଖର୍ଚ୍ଚ ଓ ଅନ୍ୟାନ୍ୟ କିଛି ଦିଗକୁ ଧ୍ୟାନ ଦେଇ ପ୍ରତିଦିନ ପେଟ୍ରୋଲ୍-ଡିଜେଲ୍ ଦାମ ନିର୍ଦ୍ଧାରଣ କରନ୍ତି।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର