ରକ୍ତର ଅଭାବ ଦୂର ପାଇଁ ମୁଖ୍ଯମନ୍ତ୍ରୀ ଦେଇଥିବା ଡାକରା ଆନ୍ଦୋଳନରେ ପରିଣତ ହୋଇଛି, ସ୍ବେଚ୍ଛାକୃତ ଭାବେ ଆଗେଇ ଆସୁଛନ୍ତି ଦୃଷ୍ଟିବାଧିତ ଓ ଭିନ୍ନକ୍ଷମ ବ୍ଯକ୍ତି

The Sakala Picture
Published On

ଭୁବନେଶ୍ବର: ରାଜ୍ଯରେ ରକ୍ତର ଅଭାବ ଦୂର କରିବା ପାଇଁ  ମୁଖ୍ଯମନ୍ତ୍ରୀ ଦେଇଥିବା ଡାକରା ଏବେ ଏକ ଆନ୍ଦୋଳନରେ ପରିଣତ ହୋଇଛି। ସମଗ୍ର ଦେଶ ମହାମାରୀ ସହ ଲଢୁଛି। ଏହି ସଙ୍କଟ ସମୟରେ ରକ୍ତର ଅଭାବ ନ ଦେଖାଯାଏ ସେ ନେଇ ଓଡ଼ିଶା – ମୋ ପରିବାର ପକ୍ଷରୁ କୋଭିଡ ଗାଇଡଲାଇନ ପାଳନ କରି ମୁଖ୍ଯମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରକ୍ତଦାନ କାର୍ଯ୍ଯକ୍ରମ ଚାଲିଛି। ଜନ୍ମଦିନ ହେଉ କିମ୍ବା ବିବାହ ବାର୍ଷିକି ଉତ୍ସବ। ଏହି ଦିନଟିକୁ ନିଆରା କରିବା ପାଇଁ […]

ଭୁବନେଶ୍ବର: ରାଜ୍ଯରେ ରକ୍ତର ଅଭାବ ଦୂର କରିବା ପାଇଁ  ମୁଖ୍ଯମନ୍ତ୍ରୀ ଦେଇଥିବା ଡାକରା ଏବେ ଏକ ଆନ୍ଦୋଳନରେ ପରିଣତ ହୋଇଛି। ସମଗ୍ର ଦେଶ ମହାମାରୀ ସହ ଲଢୁଛି। ଏହି ସଙ୍କଟ ସମୟରେ ରକ୍ତର ଅଭାବ ନ ଦେଖାଯାଏ ସେ ନେଇ ଓଡ଼ିଶା – ମୋ ପରିବାର ପକ୍ଷରୁ କୋଭିଡ ଗାଇଡଲାଇନ ପାଳନ କରି ମୁଖ୍ଯମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରକ୍ତଦାନ କାର୍ଯ୍ଯକ୍ରମ ଚାଲିଛି।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ଜନ୍ମଦିନ ହେଉ କିମ୍ବା ବିବାହ ବାର୍ଷିକି ଉତ୍ସବ। ଏହି ଦିନଟିକୁ ନିଆରା କରିବା ପାଇଁ କେହିକେହି ନିଜେ ଯାଇ ଡାକ୍ତରଖାନାରେ ସ୍ବେଚ୍ଛାକୃତ ରକ୍ତଦାନ କରୁଥିବା ବେଳେ ଆଉ କେହି  ସ୍ବତନ୍ତ୍ର କ୍ଯାମ୍ପ କରି ରକ୍ତଦାନ କାର୍ଯ୍ଯକ୍ରମ ଆୟୋଜନ କରୁଛନ୍ତି। ରକ୍ତଦାନ କରିବା ପାଇଁ ସ୍ବେଚ୍ଛାକୃତ ଭାବେ ଆଗେଇ ଆସୁଛନ୍ତି ସବୁବର୍ଗର ଲୋକେ। ଏବେ ଏହି ରକ୍ତଦାନ କ୍ଷେତ୍ରରେ ନୂଆ ପୃଷ୍ଠା ଯୋଡିହୋଇଛି। କିଛି ଦିନ ତଳେ ୨ ଜଣ ଦୃଷ୍ଟିବାଧିତ ଓଡ଼ିଶା-ମୋ ପରିବାରର ଜୀବନ ବିନ୍ଦୁ ରକ୍ତଦାନ ଅଭିଯାନରେ ସାମିଲ ହୋଇ ରକ୍ତଦାନ କରିଥିବା ବେଳେ ପୁଣିଥରେ ଆଗେଇ ଆସିଛନ୍ତି  ଭିନ୍ନକ୍ଷମ ବ୍ୟକ୍ତିମାନେ। 

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି


ଏ ନେଇ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସାଧୁବାଦ ଓ କୃତଜ୍ଞତା ଜଣାଇଛନ୍ତି। ମୂଲ୍ୟବାନ ଜୀବନର ସୁରକ୍ଷା ପାଇଁ ରକ୍ତଦାନ କରିବାକୁ ଆଗେଇ ଆସିଥିବା ମହତ କାର୍ଯ୍ୟ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି କହିଛନ୍ତି।

ସୂଚନା ଅନୁଯାୟୀ, କୋଭିଡ ମହାମାରୀ ସମୟରେ ୧୦ ମାସ ମଧ୍ୟରେ ୧ ଲକ୍ଷରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ କରି ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି। ଏହି ମହତ କାର୍ଯ୍ଯକୁ ସଫଳ କରିବା ଦିଗରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ସମସ୍ତ ସଦସ୍ୟ, ରକ୍ତଦାତା, ସ୍ବେଚ୍ଛାସେବୀ ଏବଂ ବ୍ଲଡ ବ୍ୟାଙ୍କ ଅଧିକାରୀଙ୍କୁ ମୁଖ୍ଯମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର