ବାମ ପାର୍ଶ୍ବ ଫାଙ୍କା ନ ରଖିଲେ ଜରିମାନା ଛାଟ: ସରିଲା ସଚେତନତା, ଏଣିକି କାର୍ଯ୍ୟାନୁଷ୍ଠାନ

The Sakala Picture
Published On

ଭୁବନେଶ୍ୱର:ରାଜଧାନୀର ଟ୍ରାଫିକ୍‌‌ ସ୍ଥିତିରେ ଆହୁରି ସୁଧାର ଆସିବ। ଟ୍ରାଫିକ୍‌‌ ଛକଗୁଡିକରେ ‘ଫ୍ରି ଲେଫ୍ଟ’ ଅବା ବାମ ପାର୍ଶ୍ବ ଫାଙ୍କା ରଖିବା ଲାଗି ଅନେକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଟ୍ରାଫିକ ପୁଲିସର ଅଧିକାରୀମାନେ ଛକଗୁଡ଼ିକରେ ଉପସ୍ଥିତ ରହି ବାମ ପାର୍ଶ୍ବରେ ଗାଡ଼ି ରଖୁଥିବା ଚାଳକଙ୍କୁ ବୁଝାଇବା ସହ ସଚେତନ କରିଥିଲେ। ଟ୍ରାଫିକ ଛକ ଗୁଡ଼ିକରେ ପାଦଚଲା ରାସ୍ତାକୁ ଲାଗିକି ଥିବା ବାମପାର୍ଶ୍ବଃ ରାସ୍ତାରେ ତଥା ଫ୍ରି ଲେଫ୍ଟରେ କୌଣସି ଗାଡ଼ି ଛିଡ଼ା ହୋଇପାରିବେ ନାହିଁ। କେବଳ ମଝି ରାସ୍ତାରେ […]

ଭୁବନେଶ୍ୱର:ରାଜଧାନୀର ଟ୍ରାଫିକ୍‌‌ ସ୍ଥିତିରେ ଆହୁରି ସୁଧାର ଆସିବ। ଟ୍ରାଫିକ୍‌‌ ଛକଗୁଡିକରେ ‘ଫ୍ରି ଲେଫ୍ଟ’ ଅବା ବାମ ପାର୍ଶ୍ବ ଫାଙ୍କା ରଖିବା ଲାଗି ଅନେକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଟ୍ରାଫିକ ପୁଲିସର ଅଧିକାରୀମାନେ ଛକଗୁଡ଼ିକରେ ଉପସ୍ଥିତ ରହି ବାମ ପାର୍ଶ୍ବରେ ଗାଡ଼ି ରଖୁଥିବା ଚାଳକଙ୍କୁ ବୁଝାଇବା ସହ ସଚେତନ କରିଥିଲେ। ଟ୍ରାଫିକ ଛକ ଗୁଡ଼ିକରେ ପାଦଚଲା ରାସ୍ତାକୁ ଲାଗିକି ଥିବା ବାମପାର୍ଶ୍ବଃ ରାସ୍ତାରେ ତଥା ଫ୍ରି ଲେଫ୍ଟରେ କୌଣସି ଗାଡ଼ି ଛିଡ଼ା ହୋଇପାରିବେ ନାହିଁ। କେବଳ ମଝି ରାସ୍ତାରେ ଛିଡ଼ା ହୋଇ ସିଗ୍‌‌ନାଲକୁ ଅପେକ୍ଷା କରିବେ ବୋଲି କୁହାଯାଇଥିଲା। ମାସ ମାସ ଧରି ଏବିଷୟରେ ଗାଡ଼ି ଚାଳକଙ୍କୁ ସଚେତନ କରାଯାଇଥିଲା। କିନ୍ତୁ ରାଜଧାନୀର ଗାଡ଼ି ଚାଳକ ଏଥିରେ ସୁଧୁରି ନ ଥିଲେ। ଏପରିକି ଯାନବାହନଗୁଡ଼ିକ ପୂରା ରାସ୍ତାକୁ ମାଡି ବସି ଛିଡ଼ା ହେଉଛନ୍ତି। ଫଳରେ ବାମପଟକୁ ଯିବାକୁ ଚାହୁଁଥିବା ଲୋକମାନେ ଅଟକି ରହୁଛନ୍ତି। ସିଗନାଲ୍‌‌ ବାମପଟକୁ ଯିବାକୁ ସୂଚନା ଦେଇଥିଲେ ବି ଗାଡ଼ିମୋଟର ଜାମ୍‌‌ ଯୋଗୁଁ ଆଗକୁ ବଢ଼଼ି ପାରୁନାହାନ୍ତି। ଏଣୁ ନିୟମ ଭାଙ୍ଗୁଥିବା ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଅଣ୍ଟା ଭିଡ଼ିଛି ପୁଲିସ।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ପ୍ରଥମ କରି ବାମପାର୍ଶ୍ବ ରାସ୍ତାରେ ଗାଡ଼ି ରଖି ଛିଡ଼ା ହେଉଥିବା ଚାଳକଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି। ଏଭଳି ଭାବେ ୧୫୦ ଅମାନିଆ ଚାଳକଙ୍କଠାରୁ ଜରିମାନା ଆଦାୟ ହୋଇଛି। ସହରର ନାଲ୍‌‌କୋ, ଏଜି, କଳ୍ପନା ଭଳି ଛକରେ ଅମାନିଆ ଫସି ଜରିମାନା ଦେଇଛନ୍ତି। ପ୍ରତ୍ୟେକ ଗାଡ଼ି ଚାଳକ ୫୦୦ ଟଙ୍କା ଲେଖାଏଁ ତଣ୍ଡ ଗଣିଛନ୍ତି। ଆଗାମୀ ଦିନରେ ଏହି ଧରପଗଡ଼କୁ ଜୋରଦାର କରାଯିବ। ଏପରିକି ଗାଡ଼ି ଚାଳକ ନସୁଧୁରିଲେ ମୋଟା ଅଙ୍କର ଜରିମାନା ଆଦାୟ କରାଯିବା ସହ ନିୟମ ଭାଙ୍ଗୁଥିବା ଗାଡ଼ି ଚାଳକଙ୍କ ଗାଡ଼ିଗୁଡିକୁ ଜବତ କରାଯିବ ବୋଲି ଟ୍ରାଫିକ୍‌‌ ପୁଲିସ ପକ୍ଷରୁ କୁହାଯାଇଛି। ତେବେ ଟ୍ରାଫିକ୍‌‌ ଡିସିପି ଭାବେ ଯୋଗ ଦେଇଥିବା ଏସ୍‌‌.ସୁଶ୍ରୀ ଏହାକୁ କାର୍ଯ୍ୟକାରୀ କରିଥିଲେ। ସେ ନବରଙ୍ଗପୁର ଏସ୍‌‌ପି ଭାବେ ବଦଳି ହେବା ପରେ ଟ୍ରାଫିକ ପୁଲିସ ପକ୍ଷରୁ ଏହି ନୂଆ ବ୍ୟବସ୍ଥାକୁ ତଦାରଖ କରିବା ସହ କାର୍ଯ୍ୟକ୍ଷମ କରାଯାଉଛି।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ଫ୍ରି ଲେଫ୍ଟ ପାସେଜ୍‌‌ କ’ଣ
ଟ୍ରାଫିକ୍‌‌ ସିଙ୍ଗନାଲ ବନ୍ଦ ଥିବା ବେଳେ ସିଧା ଯାଉଥିବା ଗାଡି ଚାଳକ ବାମ ପାର୍ଶ୍ବରେ ଗାଡ଼ି ରଖି ଛିଡ଼ା ହୋଇଥାନ୍ତି। ଏତ୍‌‌ଦଦ୍ୱାରା ବାମ ପାର୍ଶ୍ବକୁ ଯାଉଥିବା ଗାଡ଼ି ଚାଳକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏପରିକି ଆମ୍ୱୁଲାନ୍ସ ଅବା ଜରୁରିକାଳୀନ ଗାଡ଼ିଗୁଡିକ ଏଥିରେ ଫସିବା ସହ ଘଣ୍ଟା ଘଣ୍ଟା ଏଥିରେ ଫସିରହିଥାନ୍ତି। ତେଣୁ ଜରୁରିକାଳୀନ ଗାଡ଼ିଗୁଡିକ ରାସ୍ତା ଅତିକ୍ରମ କରିବାରେ ବିବିଧ ସମସ୍ୟା ଭୋଗିଥାନ୍ତି। ଏଭଳି ସମସ୍ୟାକୁ ସୁଧାରିବା ଲାଗି କମିସନରେଟ୍‌‌ ପୁଲିସ ପକ୍ଷରୁ ବନ୍ଦୋବସ୍ତ କରାଯାଇଥିଲା।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର