ବିଜେପି କ୍ଷମତାକୁ ଆସିବା ପରେ ଶାନ୍ତିପ୍ରିୟ ଓଡ଼ିଶା ଅଶାନ୍ତରେ ପରିଣତ ହେଲାଣି, ଅରାଜକତା ଆଡ଼କୁ ଗତି କରୁଛି ରାଜ୍ୟ: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ହିଂସାକାଣ୍ଡ ବୃଦ୍ଧି ପାଇବାରେ ଲାଗିଛି । ଗତ ୧୦ ଦିନର ଘଟଣାକୁ ଅନୁଧ୍ୟାନ କଲେ, ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ୟୁପି, ବିହାରକୁ ଟପିଗଲାଣି କହି ବିଜେପି ସରକାରକୁ କଡ଼ା ସମାଲୋଚନା କରିଛି ବିଜେଡି ।

ଆହୁରି ପଢ଼ନ୍ତୁ: ପିଏମ୍ ସ୍ୱନିଧି ଋଣ ଉପରେ ସମ୍ପୂର୍ଣ୍ଣ ଷ୍ଟାମ୍ପ ଡ୍ୟୁଟି ଛାଡ଼ କଲେ ଓଡିଶା ସରକାର

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଗତ ୧୦ ଦିନ ଭିତରେ ରାଜ୍ୟରେ ଘଟିଥିବା ହତ୍ୟା ଓ ହିଂସାକାଣ୍ଡ ଘଟଣାରୁ ସ୍ପଷ୍ଟ ପ୍ରତୀୟମାନ, ରାଜ୍ୟରେ ସତେ ଯେମିତି ଆଇନର ଶାସନ ନଥିବା ଭଳି ସାଧାରଣ ଜନତା ଅନୁଭବ କରୁଛନ୍ତି । ଢେଙ୍କାନାଳରେ ଦଳିତ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ, ହିଞ୍ଜିଳିରେ ୩ ବର୍ଷର ଝିଅ ସାମ୍ନାରେ ତା'ର ଗର୍ଭବତୀ ମାଆକୁ ହତ୍ୟା, କଣାସରେ ଯୁବକଙ୍କୁ ସ୍ପଷ୍ଟ ଦିବାଲୋକରେ ହତ୍ୟା ଉଦ୍ୟମ, ନିକଟରେ ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟ ସ୍ୱାଇଁଙ୍କୁ ହତ୍ୟା ଘଟଣା ସୂଚାଉଛି, ଏହି ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ସୌମ୍ୟଙ୍କ ମାଆଙ୍କ ଅଭିଯୋଗ ଅନୁସାରେ, ତାଙ୍କ ପୁଅ ଜଣେ ପୂର୍ବତନ ପୋଲିସ୍ ଏଡିଜିଙ୍କ ଜିମରେ  ଟ୍ରେନର ଭାବେ କାମ କରୁଥିଲେ । ସେହି ଏଡିଜିଙ୍କର ସମଗ୍ର ଭୁବନେଶ୍ୱରର ଅନେକ ସ୍ଥାନରେ ଜିମ୍ ବ୍ୟବସାୟ ଥିଲା । ଏତଦ୍ବ୍ୟତୀତ ତାଙ୍କର ଟ୍ରକ ବ୍ୟବସାୟ ଥିଲା । ଏହି କଥା କ’ଣ ପୋଲିସ୍ ମହାନିର୍ଦ୍ଦେଶକ ଜାଣିପାରୁ ନଥିଲେ ? ଯଦି ରାଜ୍ୟର କର୍ତ୍ତବ୍ୟରତ ପୋଲିସ୍ ମାନେ ବ୍ୟବସାୟରେ ଲିପ୍ତ ରୁହନ୍ତି, ତେବେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ସ୍ୱାଭାବିକ ।

ଆହୁରି ପଢ଼ନ୍ତୁ: ମହିଳାଙ୍କୁ ପ୍ରେମ ନିବେଦନ କରିବା ଅଭିଯୋଗରେ ବଦଳିଲେ ଶରଣକୂଳ ଥାନା ଆଇଆଇସି

ଡ଼ ସାମନ୍ତସିଂହାର ଆହୁରି କହିଥିଲେ ଯେ, ଗତକାଲି ମାତ୍ର ୨୦ ହଜାର ଟଙ୍କା ପାଇଁ ସେହି ବାଲିଅନ୍ତା ଅଞ୍ଚଳରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ଏ ସମସ୍ତ ଅପରାଧରେ ସଂଶ୍ଳିଷ୍ଟ ଥିବା ମୁଖ୍ୟ ଆସାମୀ ମାନଙ୍କୁ ଏ ପର୍ଯ୍ୟନ୍ତ ପୋଲିସ୍ ଗିରଫ କରିବାରେ ବିଫଳ ହୋଇଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଏହି ଅପରାଧୀମାନେ ସରକାରଙ୍କ ରାଜନୈତିକ ସୁରକ୍ଷା ବଳୟ ଭିତରେ ରହୁଛନ୍ତି । ଯେଉଁ ରାଜ୍ୟ ଶାନ୍ତିପ୍ରିୟ ରାଜ୍ୟ ଭାବେ ସମଗ୍ର ଭାରତବର୍ଷରେ ସୁନାମ ଅର୍ଜନ କରିଥିଲା, ବିଜେପି କ୍ଷମତାକୁ ଆସିବା ପରେ ସେହି ରାଜ୍ୟ ଅଶାନ୍ତରେ ପରିଣତ ହେବା ସହିତ ଆନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ହୋଇଛି । ଆମେରିକା ଭଳି ରାଷ୍ଟ୍ର ତାଙ୍କ ନାଗରିକ ମାନଙ୍କୁ ଆଡ଼ଭାଇଜରୀ ଜାରି କରି ଓଡ଼ିଶାକୁ ନ ଯିବା ପାଇଁ ମନା କରୁଛନ୍ତି ।

ଆହୁରି ପଢ଼ନ୍ତୁ:  ପାଠ୍ୟପୁସ୍ତକରେ ଶହଶହ ତ୍ରୁଟି ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ

ଜଗତସିଂହପୁର ଜିଲ୍ଲା ବିଜେଡି ସଭାନେତ୍ରୀ ଶ୍ରୀମତୀ ଲୋରା ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ବଢ଼ିଚାଲିଥିବା ହିଂସା ଓ ନାରୀ ନିର୍ଯାତନା ରୋକିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଗୃହ ବିଭାଗ ଦାୟିତ୍ୱରେ ଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ଯଦି ଆଇନ ଶୃଙ୍ଖଳା ସମ୍ଭାଳି ପାରୁନାହାନ୍ତି, ତାହେଲେ ତୁରନ୍ତ ସେହି ବିଭାଗ ଅନ୍ୟ କାହାକୁ ହସ୍ତାନ୍ତର କରନ୍ତୁ । ଭାରତୀୟ ଜନତା ପାର୍ଟି ସରକାରଙ୍କ ଅପାରଗତାକୁ ଲୁଚାଇବା ପାଇଁ ରାଜନୈତିକ ବୟାନବାଜି ବନ୍ଦ କରନ୍ତୁ ।

09 May 2026 By Madhusudan Das

ବିଜେପି କ୍ଷମତାକୁ ଆସିବା ପରେ ଶାନ୍ତିପ୍ରିୟ ଓଡ଼ିଶା ଅଶାନ୍ତରେ ପରିଣତ ହେଲାଣି, ଅରାଜକତା ଆଡ଼କୁ ଗତି କରୁଛି ରାଜ୍ୟ: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ହିଂସାକାଣ୍ଡ ବୃଦ୍ଧି ପାଇବାରେ ଲାଗିଛି । ଗତ ୧୦ ଦିନର ଘଟଣାକୁ ଅନୁଧ୍ୟାନ କଲେ, ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ୟୁପି, ବିହାରକୁ ଟପିଗଲାଣି କହି ବିଜେପି ସରକାରକୁ କଡ଼ା ସମାଲୋଚନା କରିଛି ବିଜେଡି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଗତ ୧୦ ଦିନ ଭିତରେ ରାଜ୍ୟରେ ଘଟିଥିବା ହତ୍ୟା ଓ ହିଂସାକାଣ୍ଡ ଘଟଣାରୁ ସ୍ପଷ୍ଟ ପ୍ରତୀୟମାନ, ରାଜ୍ୟରେ ସତେ ଯେମିତି ଆଇନର ଶାସନ ନଥିବା ଭଳି ସାଧାରଣ ଜନତା ଅନୁଭବ କରୁଛନ୍ତି । ଢେଙ୍କାନାଳରେ ଦଳିତ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ, ହିଞ୍ଜିଳିରେ ୩ ବର୍ଷର ଝିଅ ସାମ୍ନାରେ ତା'ର ଗର୍ଭବତୀ ମାଆକୁ ହତ୍ୟା, କଣାସରେ ଯୁବକଙ୍କୁ ସ୍ପଷ୍ଟ ଦିବାଲୋକରେ ହତ୍ୟା ଉଦ୍ୟମ, ନିକଟରେ ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟ ସ୍ୱାଇଁଙ୍କୁ ହତ୍ୟା ଘଟଣା ସୂଚାଉଛି, ଏହି ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ସୌମ୍ୟଙ୍କ ମାଆଙ୍କ ଅଭିଯୋଗ ଅନୁସାରେ, ତାଙ୍କ ପୁଅ ଜଣେ ପୂର୍ବତନ ପୋଲିସ୍ ଏଡିଜିଙ୍କ ଜିମରେ  ଟ୍ରେନର ଭାବେ କାମ କରୁଥିଲେ । ସେହି ଏଡିଜିଙ୍କର ସମଗ୍ର ଭୁବନେଶ୍ୱରର ଅନେକ ସ୍ଥାନରେ ଜିମ୍ ବ୍ୟବସାୟ ଥିଲା । ଏତଦ୍ବ୍ୟତୀତ ତାଙ୍କର ଟ୍ରକ ବ୍ୟବସାୟ ଥିଲା । ଏହି କଥା କ’ଣ ପୋଲିସ୍ ମହାନିର୍ଦ୍ଦେଶକ ଜାଣିପାରୁ ନଥିଲେ ? ଯଦି ରାଜ୍ୟର କର୍ତ୍ତବ୍ୟରତ ପୋଲିସ୍ ମାନେ ବ୍ୟବସାୟରେ ଲିପ୍ତ ରୁହନ୍ତି, ତେବେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ସ୍ୱାଭାବିକ ।

ଡ଼ ସାମନ୍ତସିଂହାର ଆହୁରି କହିଥିଲେ ଯେ, ଗତକାଲି ମାତ୍ର ୨୦ ହଜାର ଟଙ୍କା ପାଇଁ ସେହି ବାଲିଅନ୍ତା ଅଞ୍ଚଳରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ଏ ସମସ୍ତ ଅପରାଧରେ ସଂଶ୍ଳିଷ୍ଟ ଥିବା ମୁଖ୍ୟ ଆସାମୀ ମାନଙ୍କୁ ଏ ପର୍ଯ୍ୟନ୍ତ ପୋଲିସ୍ ଗିରଫ କରିବାରେ ବିଫଳ ହୋଇଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଏହି ଅପରାଧୀମାନେ ସରକାରଙ୍କ ରାଜନୈତିକ ସୁରକ୍ଷା ବଳୟ ଭିତରେ ରହୁଛନ୍ତି । ଯେଉଁ ରାଜ୍ୟ ଶାନ୍ତିପ୍ରିୟ ରାଜ୍ୟ ଭାବେ ସମଗ୍ର ଭାରତବର୍ଷରେ ସୁନାମ ଅର୍ଜନ କରିଥିଲା, ବିଜେପି କ୍ଷମତାକୁ ଆସିବା ପରେ ସେହି ରାଜ୍ୟ ଅଶାନ୍ତରେ ପରିଣତ ହେବା ସହିତ ଆନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ହୋଇଛି । ଆମେରିକା ଭଳି ରାଷ୍ଟ୍ର ତାଙ୍କ ନାଗରିକ ମାନଙ୍କୁ ଆଡ଼ଭାଇଜରୀ ଜାରି କରି ଓଡ଼ିଶାକୁ ନ ଯିବା ପାଇଁ ମନା କରୁଛନ୍ତି ।

ଜଗତସିଂହପୁର ଜିଲ୍ଲା ବିଜେଡି ସଭାନେତ୍ରୀ ଶ୍ରୀମତୀ ଲୋରା ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ବଢ଼ିଚାଲିଥିବା ହିଂସା ଓ ନାରୀ ନିର୍ଯାତନା ରୋକିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଗୃହ ବିଭାଗ ଦାୟିତ୍ୱରେ ଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ଯଦି ଆଇନ ଶୃଙ୍ଖଳା ସମ୍ଭାଳି ପାରୁନାହାନ୍ତି, ତାହେଲେ ତୁରନ୍ତ ସେହି ବିଭାଗ ଅନ୍ୟ କାହାକୁ ହସ୍ତାନ୍ତର କରନ୍ତୁ । ଭାରତୀୟ ଜନତା ପାର୍ଟି ସରକାରଙ୍କ ଅପାରଗତାକୁ ଲୁଚାଇବା ପାଇଁ ରାଜନୈତିକ ବୟାନବାଜି ବନ୍ଦ କରନ୍ତୁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର