ପିସିସି ସଭାପତିଙ୍କୁ ନେଇ ତୁଟୁନି ସଂଶୟ: ବରିଷ୍ଠ ନେତାଙ୍କ ସହ ଦ୍ୱିତୀୟ ଦଫା ହେବ ଆଲୋଚନା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ସବୁ କଂଗ୍ରେସ ବିଧାୟକ, ଏକମାତ୍ର ସାଂସଦ ଏବଂ ବରିଷ୍ଠ ନେତା ନୂଆଦିଲ୍ଲୀ ଗସ୍ତ କରି ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କୁ ଭେଟିଲେ। ଦଳର ସଙ୍ଗଠନ ଏବଂ ପରବର୍ତ୍ତୀ ନେତୃତ୍ୱ ନେଇ ନିର୍ଦ୍ଦିଷ୍ଟ ଭାବେ ମତ ରଖିଲେ। ଔପଚାରିକ ଭାବେ ରାହୁଲଙ୍କ ସହ ସମସ୍ତଙ୍କ ଫଟୋ ଉଠାଗଲା। ମାତ୍ର ଯେଉଁ ନିଷ୍ପତ୍ତି ରାହୁଲ ଶୀଘ୍ର ନେବେ ବୋଲି ଦଳୀୟ ନେତାମାନେ ଭାବିଥିଲେ, ତାହା ହେଲା ନାହିଁ। ପିସିସି ସଭାପତି କିଏ ହେବ, ସେ ନେଇ କେହି ସାମାନ୍ୟତମ […]

ଭୁବନେଶ୍ୱର: ରାଜ୍ୟର ସବୁ କଂଗ୍ରେସ ବିଧାୟକ, ଏକମାତ୍ର ସାଂସଦ ଏବଂ ବରିଷ୍ଠ ନେତା ନୂଆଦିଲ୍ଲୀ ଗସ୍ତ କରି ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କୁ ଭେଟିଲେ। ଦଳର ସଙ୍ଗଠନ ଏବଂ ପରବର୍ତ୍ତୀ ନେତୃତ୍ୱ ନେଇ ନିର୍ଦ୍ଦିଷ୍ଟ ଭାବେ ମତ ରଖିଲେ। ଔପଚାରିକ ଭାବେ ରାହୁଲଙ୍କ ସହ ସମସ୍ତଙ୍କ ଫଟୋ ଉଠାଗଲା। ମାତ୍ର ଯେଉଁ ନିଷ୍ପତ୍ତି ରାହୁଲ ଶୀଘ୍ର ନେବେ ବୋଲି ଦଳୀୟ ନେତାମାନେ ଭାବିଥିଲେ, ତାହା ହେଲା ନାହିଁ। ପିସିସି ସଭାପତି କିଏ ହେବ, ସେ ନେଇ କେହି ସାମାନ୍ୟତମ ସୂଚନା ପାଉନାହାନ୍ତି। ରାହୁଳଙ୍କୁ ଭେଟିବା ପରେ ରାଜ୍ୟର ନେତାମାନେ ନିଜ ଇଚ୍ଛାମତେ ମନ୍ତବ୍ୟ ଓ ଟିପ୍ପଣୀ ଦେଉଛନ୍ତି। ଯାହାକୁ ନେଇ କର୍ମୀ ଓ କର୍ମକର୍ତ୍ତାଙ୍କ ମହଲରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ଗୋଟିଏ ଗୋଷ୍ଠୀ ଶରତ ପଟ୍ଟନାୟକ ପିସିସି ସଭାପତି ହେବା ଏକ ପ୍ରକାର ନିଶ୍ଚିତ ବୋଲି କହୁଛନ୍ତି। ଅନ୍ୟ ଗୋଟିଏ ଗୋଷ୍ଠୀ ମତରେ ଶରତଙ୍କୁ ପିସିସି ସଭାପତି ଭାବରେ ଦେଖିବାକୁ ସଂଖ୍ୟାଧିକ ବିଧାୟକ ଓ ଦଳୀୟ ନେତା ରାଜି ନୁହନ୍ତି। ଏହା ମଧ୍ୟରୁ କେଉଁଠି ସତ୍ୟ ତାହା ଏବେ ବି ଅସ୍ପଷ୍ଟ। ପୁନଶ୍ଚ ବିଧାୟକଙ୍କ ସହ ଆଲୋଚନା କାଳରେ ରାହୁଲ ଗାନ୍ଧୀ ସର୍ବାଧିକ ସମୟ ନରସିଂହ ମିଶ୍ରଙ୍କ ସହ କଥା ହୋଇଥିଲେ। ନରସିଂହ ମିଶ୍ର ବଲାଙ୍ଗୀର ବିଧାୟକ ଥିବା ବେଳେ ତାଙ୍କ ପୁଅ ବଲାଙ୍ଗୀର ଲୋକସଭାରୁ ଦଳୀୟ ପ୍ରାର୍ଥୀ ହୋଇଥିଲେ। ସେହି ଆସନରୁ ଶରତ ପଟ୍ଟନାୟକ ଲଢିବାକୁ ଆଗ୍ରହ ରଖିଥିଲେ। ମାତ୍ର ତାଙ୍କୁ ସମ୍ବଲପୁରରୁ ଲଢ଼ାଗଲା। ବଲାଙ୍ଗୀର ହେଉ କି ପଶ୍ଚିମ ଓଡ଼ିଶା କିମ୍ବା ରାଜ୍ୟ ରାଜନୀତିରେ ଶରତଙ୍କ ପ୍ରାଧାନ୍ୟ ବଢ଼ୁ, ଏକଥା ନରସିଂହଙ୍କ ଗୋଷ୍ଠୀ କେବେ ଚାହିଁବ ନାହିଁ ବୋଲି ସମୀକ୍ଷକମାନେ ମତ ରଖିଛନ୍ତି। ତେଣୁ ଶରତଙ୍କୁ ନେଇ ନିଷ୍ପତ୍ତି ନେବାରେ ହାଇକମାଣ୍ଡ ବିଳମ୍ବ କରୁଥିବା ଅନେକ ମନେ କରୁଛନ୍ତି। ପୁନଶ୍ଚ ନରସିଂହଙ୍କ ସହ ତାରା ପ୍ରସାଦ ବାହିନୀପତି ସବୁ ବେଳେ ସ୍ୱର ମିଳାଇଛନ୍ତି। ସେହିପରି ତାରା ବିଧାୟକ ରମେଶ ଚନ୍ଦ୍ର ଜେନା, ଦାଶରଥି ଗମାଙ୍ଗ ଏବଂ ଦକ୍ଷିଣ ଓଡ଼ିଶା ଏକାଧିକ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ପ୍ରଭାବିତ କରିବାର କ୍ଷମତା ରଖିଥାନ୍ତି। ତେଣୁ ଶରତଙ୍କୁ ନେଇ ଗଣିତର ଭାଗଶେଷ ଛିଡ଼ୁ ନ ଥିବା କୁହାଯାଉଛି।ଅନ୍ୟପକ୍ଷରେ କାର୍ଯ୍ୟକାରୀ ସଭାପତି ପଦ ପାଇଁ ମହମ୍ମଦ ମୋକ୍କିମ, ଶରତ ରାଉତ, ରମେଶ ଜେନା ଏବଂ ଅଧିରାଜ ପାଣିଗ୍ରାହୀଙ୍କ ନାଁ ଚର୍ଚ୍ଚାରେ ରହିଛି। ମାତ୍ର ମୋକ୍କିମ ନିଜର ଦିଲ୍ଲୀ ଏଜେନ୍ସି ଜରିଆରେ କୌଣସି ଉପାୟରେ ପିସିସି ସଭାପତି ପଦ ହାତେଇବା ସୁଯୋଗ ହାତଛଡା କରୁନାହାନ୍ତି। ଚର୍ଚ୍ଚାରେ ନ ଥିଲେ ବି ଦେବାଶିଷ ପଟ୍ଟନାୟକ ମଧ୍ୟ କାର୍ଯ୍ୟକାରୀ ସଭାପତି ପଦ ଉପରେ ଆଖି ପକେଇଛନ୍ତି। ଯଦି ଚିରଞ୍ଜୀବ ବିଶ୍ୱାଳଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ କରାଯିବ, ତେବେ ଭକ୍ତ ଚରଣ ଦାସଙ୍କୁ କେଉଁ ଦାୟିତ୍ୱ ଦିଆଯିବ ତାହା ସନ୍ଦେହ ସୃଷ୍ଟି କରିଛି। ନିରଞ୍ଜନ ପଟ୍ଟନାୟକଙ୍କର ପ୍ରଭାବ କିଛି କମ୍‍ ନାହିଁ। ଜାତୀୟସ୍ତରରେ ମଧ୍ୟ ତାଙ୍କର ଢ଼େର ସମର୍ଥକ ଅଛନ୍ତି। ଜଣେ ନିକଟତମ ବ୍ୟକ୍ତିଙ୍କୁ ପିସିସି ସଭାପତି ପଦରେ ବସାଇବାକୁ ସେ ଚେଷ୍ଟା କରୁଥିବା ଆଲୋଚନା ହେଉଛି। ଆବଶ୍ୟକ ହେଲେ ନିରଞ୍ଜନଙ୍କ ପକ୍ଷରୁ ଗଣେଶ୍ୱର ବେହେରା, ସପ୍ତଗିରୀ ଉଲ୍ଲାକାଙ୍କ ନାଁ ଆଗକୁ ନିଆଯାଇପାରେ। ସେହିପରି ଯଦି ତାଙ୍କ ପୁତ୍ର ନବଜ୍ୟୋତି ପଟ୍ଟନାୟକଙ୍କୁ କାର୍ଯ୍ୟକାରୀ ସଭାପତି କିମ୍ବା ଏଆଇସିସି ସମ୍ପାଦକ ଭାବେ ଥଇଥାନ କରାଯିବ, ତେବେ ନିରଞ୍ଜନ ଯେ କୌଣସି ପିସିସି ସଭାପତିଙ୍କୁ ବି ସମର୍ଥନ ଦେବେ ବୋଲି କୁହାଯାଉଛି। ଇସ୍ତାହାର ପ୍ରସ୍ତୁତି, ଯୁବ ଏବଂ ଛାତ୍ର ମାନଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସହ ଜାତୀୟସ୍ତରୀୟ ରଣନୀତି ପ୍ରସ୍ତୁତିରେ ପ୍ରସାଦ ହରିଚନ୍ଦନଙ୍କୁ ନିଆଯିବା ନେଇ ଚିନ୍ତା କରାଯାଉଛି। ଇତି ମଧ୍ୟରେ ପୂର୍ବତନ କାର୍ଯ୍ୟକାରୀ ସଭାପତି ଭକ୍ତ ଚରଣ ଦାସଙ୍କୁ ନେଇ ଏଆଇସିସି ଆଭିମୁଖ୍ୟ ଉପରେ ମଧ୍ୟ ବହୁତ କିଛି ନିର୍ଭର କରୁଛି। ଆସନ୍ତା ୧୬ ତାରିଖରୁ ୧୯ ତାରିଖ ମଧ୍ୟରେ ରାଜ୍ୟର ୪ ବରିଷ୍ଠ ନେତାଙ୍କ ସହ ରାହୁଲ ଆଉଥରେ ଆଲୋଚନା କରିପାରନ୍ତି। ତେଣୁ ପିସିସି ନିଷ୍ପତ୍ତି କିଛିଦିନ ବିଳମ୍ବିତ ହେବା ଏକ ପ୍ରକାର ସୁନିଶ୍ଚିତ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

12 May 2022 By The Sakala

https://www.thesakala.in/latest-odisha-news/pcc-president-skeptical-final-interpretation-in-aicc-continues/article-11509
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର