ରସୁଲଗଡ଼ରେ ଖୋଲିଲା ପାସ୍‌‌ପୋର୍ଟ ସେବାକେନ୍ଦ୍ର

The Sakala Picture
Published On

ଭୁବନେଶ୍ୱର:  ନୂଆପଲ୍ଲୀ ସିଆର୍‌‌ପି ଛକ ନିକଟରେ ଥିବା ଅଧା ପାସ୍‌‌ପୋର୍ଟ ଅଫିସ୍‌‌ ଏବେ ରସୁଲଗଡ଼କୁ ଉଠିଗଲା। ତାହାକୁ ପାସ୍‌‌ପୋର୍ଟ ସେବାକେନ୍ଦ୍ର କରାଯାଇଥିବାବେଳେ ସିଆର୍‌‌ପିରେ ଥିବା ମୁଖ୍ୟ ପାସ୍‌‌ପୋର୍ଟ ଅଫିସ୍‌‌ ରିଜିଓନାଲ ଅଫିସ୍‌‌ ବୋଲି କୁହାଯାଉଛି। ଏନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଅନୁମତି ମିଳିସାରିଛି। ଅଗଷ୍ଟ ୧୫ ପରେ ଏହି ଅଫିସ୍‌‌ ଲୋକଙ୍କ ସେବା ପାଇଁ କାର୍ଯ୍ୟକାରୀ ହେବ। ସେଠାରେ ସମସ୍ତ ବ୍ୟବସ୍ଥା ଶେଷ ହୋଇସାରିଛି। ସେବାକେନ୍ଦ୍ରରେ ଲୋକମାନେ କେବଳ ଆବେଦନ କରିବା ସହ ସେଠାରେ ଭେରିଫିକେସନ କରାଯିବ। […]

ଭୁବନେଶ୍ୱର:  ନୂଆପଲ୍ଲୀ ସିଆର୍‌‌ପି ଛକ ନିକଟରେ ଥିବା ଅଧା ପାସ୍‌‌ପୋର୍ଟ ଅଫିସ୍‌‌ ଏବେ ରସୁଲଗଡ଼କୁ ଉଠିଗଲା। ତାହାକୁ ପାସ୍‌‌ପୋର୍ଟ ସେବାକେନ୍ଦ୍ର କରାଯାଇଥିବାବେଳେ ସିଆର୍‌‌ପିରେ ଥିବା ମୁଖ୍ୟ ପାସ୍‌‌ପୋର୍ଟ ଅଫିସ୍‌‌ ରିଜିଓନାଲ ଅଫିସ୍‌‌ ବୋଲି କୁହାଯାଉଛି। ଏନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଅନୁମତି ମିଳିସାରିଛି। ଅଗଷ୍ଟ ୧୫ ପରେ ଏହି ଅଫିସ୍‌‌ ଲୋକଙ୍କ ସେବା ପାଇଁ କାର୍ଯ୍ୟକାରୀ ହେବ। ସେଠାରେ ସମସ୍ତ ବ୍ୟବସ୍ଥା ଶେଷ ହୋଇସାରିଛି। ସେବାକେନ୍ଦ୍ରରେ ଲୋକମାନେ କେବଳ ଆବେଦନ କରିବା ସହ ସେଠାରେ ଭେରିଫିକେସନ କରାଯିବ। କିନ୍ତୁ ରିଜିଓନାଲ ଅଫିସ୍‌‌ରେ କେବଳ ସରକାରୀ କାମ ସହ ପାସ୍‌‌ପୋର୍ଟ ଇସ୍ୟୁ କରାଯିବ। ସେଠାରେ ସବୁପ୍ରକାର ଭିତ୍ତିଭୂମିର ବ୍ୟବସ୍ଥା କରାଯାଉଛି। ରାଜ୍ୟ ଏବଂ ରାଜ୍ୟ ବାହାରୁ ପାସ୍‌‌ପୋର୍ଟ ପାଇଁ ଆସୁଥିବା ଲୋକଙ୍କ ପାଇଁ ପ୍ରତିକ୍ଷାଳୟର ବ୍ୟବସ୍ଥା କରାଯାଇଛି। ଏଠାରେ ପାସ୍‌‌ପୋର୍ଟ ଭେରିଫିକେସନ୍‌‌ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବସ୍ଥା କରାଯାଇଛି। ପାସ୍‌‌ପୋର୍ଟ ଅଫିସ୍‌‌ରେ କାମ କରୁଥିବା ବିଭିନ୍ନ ବିଭାଗ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ କରାଯାଇଛି। ସେଠାରେ ଲୋକଙ୍କ ପ୍ରତିକ୍ଷା କରିବା ସମୟରେ ବିରକ୍ତି ନ ହେବା ପାଇଁ ପାଠାଗାର ବ୍ୟବସ୍ଥା କରାଯାଇଛି। ନୂଆପଲ୍ଲୀ ଅଫିସରେ କାର୍ଯ୍ୟଭାର ହାଲୁକା କରିବା ପାଇଁ ରସୁଲଗଡ଼ରେ ବିକଳ୍ପ ଅଫିସ୍‌‌ କରାଯାଇଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ରସୁଲଗଡ଼ ଅଫିସ୍‌‌ରେ ପାସ୍‌‌ପୋର୍ଟ ଆବେଦନଠାରୁ ଆରମ୍ଭ କରି ଯାଞ୍ଚ ଆଦି କାର୍ଯ୍ୟ କରାଯିବ। ନୂଆପଲ୍ଲୀ ଅଫିସ୍‌‌ରେ କେବଳ ଫାଇନାଲ ପାସ୍‌‌ପୋର୍ଟ ଇସ୍ୟୁ କରାଯିବ ବୋଲି ପାସ୍‌‌ପୋର୍ଟ ଅଫିସ୍‌‌ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ପୂର୍ବରୁ ନୂଆପଲ୍ଲୀ ପାସ୍‌‌ପୋର୍ଟ ଅଫିସ୍‌‌ରେ ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ବ୍ୟକ୍ତି ଆବେଦନ କରିବାକୁ ଆସୁଛନ୍ତି ଏବଂ ଶତାଧିକ ବ୍ୟକ୍ତିଙ୍କର ଫଟୋ ଉଠାଯାଇ ପାସ୍‌‌ପୋର୍ଟ ଭେରିଫିକେସନ୍‌‌ କରାଯାଉଛି। ଯେଉଁଥିରେ ଏଠାରେ ଭିତ୍ତିଭୂମିର ଅଭାବ ଥିବାରୁ ଏତେ ଲୋକଙ୍କୁ ଅଫିସ୍‌‌ ଭିତରେ ବସାଇବା ସମ୍ଭବପର ନୁହେଁ। ତେଣୁ ପାସ୍‌‌ପୋର୍ଟ ଅଫିସ୍‌‌କୁ ଆସୁଥିବା ଏକାଧିକ ଲୋକଙ୍କୁ ଗେଟ୍‌‌ ବାହାରେ ଲାଇନ୍‌‌ରେ ଖରାରେ ଛିଡ଼ା କରାଯାଉଛି। ପରେ ଜଣ ଜଣଙ୍କୁ ଭିତରକୁ ଡକାଯାଇ ଯାଞ୍ଚ କରାଯାଉଛି। ଏହାଦ୍ୱାରା ସମୟ ନଷ୍ଟ ହେଉଛି। ଲୋକମାନେ ବାହାରେ ଧାଡ଼ିରେ ଛିଡ଼ା ହେବା ଦ୍ୱାରା ଏହାର ସୁଯୋଗରେ ଦଲାଲମାନେ ମଧ୍ୟ ଲୋକଙ୍କୁ ଠକୁଛନ୍ତି। ଶୀଘ୍ର କରାଇଦେବାକୁ କହି ସେମାନଙ୍କଠାରୁ ଟଙ୍କା ଲୁଟି ନେଉଛନ୍ତି। ଆହୁରି ମଧ୍ୟ ଏକାଧିକ ପାସ୍‌‌ପୋର୍ଟ ଏକା ସମୟରେ ଯାଞ୍ଚ କରିବାରେ ସମସ୍ୟା ହୋଇଥାଏ। ଯେଉଁଥିପାଇଁ ଅନେକ ଲୋକ ଜାଲିଆତି କରି ପାସ୍‌‌ପୋର୍ଟ ପାଇଁ ଆବେଦନ କରିଥା’ନ୍ତି। ଯାହାଫଳରେ ଭିଡ଼ ପାଇଁ ସେମାନେ ଧରାପଡ଼ି ନ ଥାନ୍ତି। ସହଜରେ ସେମାନେ ପାସ୍‌‌ପୋର୍ଟ ନେଇ ଦେଶ ବାହାରକୁ ପଳାଇ ଯାଇଥାନ୍ତି। ଏନେଇ କିଛି ବର୍ଷ ହେବ ଏକାଧିକ ନକଲି ପାସ୍‌‌ପୋର୍ଟ ଆବେଦନ କରିଥିବା ବ୍ୟକ୍ତି ଧରାପଡ଼ିବା ପରେ ଘଟଣା ପଦାକୁ ଆସିଥିଲା। ଆହୁରି ମଧ୍ୟ ଏକାଧିକ ଲୋକ ପାସ୍‌‌ପୋର୍ଟ ପାଇଁ ଅଫିସ୍‌‌କୁ ଆସୁଛନ୍ତି। ଆଉ ସେମାନେ ମନଇଚ୍ଛା ଗାଡ଼ିକୁ ରାସ୍ତା ଉପରେ ପାର୍କିଂ କରି ଦେଉଛନ୍ତି। ଯାହାଫଳରେ ମୁଖ୍ୟ ରାସ୍ତା ସଙ୍କୁଚିତ ହେବା ଫଳରେ ଟ୍ରାଫିକ୍‌‌ ସମସ୍ୟା ସୃଷ୍ଟି ହେଉଛି। ବଡ଼ ସମସ୍ୟା ହେଲା ମହିଳାମାନେ ପାସ୍‌‌ପୋର୍ଟ ଆବେଦନ କରିବାକୁ ଆସିଲେ ମଧ୍ୟ ସେମାନେ ପୁରୁଷଙ୍କ ସହ ଧାଡ଼ିରେ ଖରାରେ ଛିଡ଼ା ହେବାକୁ ପଡୁଥିଲା। ତେଣୁ ଏନେଇ ପାସ୍‌‌ପୋର୍ଟ ଅଧିକାରୀ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଥିଲେ। ଯାହାଫଳରେ ଏନେଇ ଅନୁମତି ମିଳିବା ପରେ ରସୁଲଗଡ଼ରେ ପାସ୍‌‌ପୋର୍ଟ ସେବାକେନ୍ଦ୍ର କରାଯାଇଛି।

14 Aug 2023 By The Sakala

https://www.thesakala.in/latest-odisha-news/passport-service-center-opened-in-rasulgarh/article-24441
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର