ନଦୀ ସ୍ରୋତରେ ଯାତ୍ରୀବାହୀ ଡଙ୍ଗା ଭାସିଯିବା ଘଟଣା: ଅଳ୍ପକେ ବର୍ତିଲେ ୩୦ ଯାତ୍ରୀ, ଉଦ୍ଧାର କଲା ମେରାଇନ ଓ ଅଗ୍ନିଶମ ବୋଟ୍‌

The Sakala Picture
Published On

ରାମନଗର/ମହାକାଳପଡା: ମହାକାଳପଡା ବ୍ଲକ ରାମନଗର ପଞ୍ଚାୟତର ବାହାକୁଦ ଫେରି ଘାଟରେ ଶନିବା ସନ୍ଧ୍ଯାରେ ଏକ ବଡଧରଣର ଅଘଟଣ ଘଟିବାକୁ ଯାଉଥିଲା । ଖରିନାସୀ ଜେଠୀରେ ମୁତୟନ ମେରାଇନ ବୋଟ୍ ଏବଂ ଅଗ୍ନିଶମ ବାହିନୀର ତ୍ୱରିତ ପଦକ୍ଷେପ ପାଇଁ ଅଲ୍ପକେ ବର୍ତିଗଲା ୩୦ ଯାତ୍ରୀଙ୍କ ଜୀବନ। ପାରାଦୀର ପଟୁ ମୁଷାଢିଆରୁ ଏକ ଯାତ୍ରୀବାହୀ ଯନ୍ତ୍ରଚାଳିତ ଡଙ୍ଗା ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ନେଇ ସବୁଦିନ ଭଳି ଶନିବାର ସନ୍ଧ୍ଯାରେ ମହାକାଳପଡା ବ୍ଲକର ରାମନଗର ବାହାକୁଦ ପଟକୁ ଯାଉଥିଲା। ନଦୀ […]

ରାମନଗର/ମହାକାଳପଡା: ମହାକାଳପଡା ବ୍ଲକ ରାମନଗର ପଞ୍ଚାୟତର ବାହାକୁଦ ଫେରି ଘାଟରେ ଶନିବା ସନ୍ଧ୍ଯାରେ ଏକ ବଡଧରଣର ଅଘଟଣ ଘଟିବାକୁ ଯାଉଥିଲା । ଖରିନାସୀ ଜେଠୀରେ ମୁତୟନ ମେରାଇନ ବୋଟ୍ ଏବଂ ଅଗ୍ନିଶମ ବାହିନୀର ତ୍ୱରିତ ପଦକ୍ଷେପ ପାଇଁ ଅଲ୍ପକେ ବର୍ତିଗଲା ୩୦ ଯାତ୍ରୀଙ୍କ ଜୀବନ। ପାରାଦୀର ପଟୁ ମୁଷାଢିଆରୁ ଏକ ଯାତ୍ରୀବାହୀ ଯନ୍ତ୍ରଚାଳିତ ଡଙ୍ଗା ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ନେଇ ସବୁଦିନ ଭଳି ଶନିବାର ସନ୍ଧ୍ଯାରେ ମହାକାଳପଡା ବ୍ଲକର ରାମନଗର ବାହାକୁଦ ପଟକୁ ଯାଉଥିଲା। ନଦୀ ମଝିରେ ହୋଇଥିବା ବେଳେ ଡଙ୍ଗାଟି ଆଉ ଉପରକୁ ଉଠି ପାରି ନ ଥିଲା । ନଦୀରେ ବନ୍ୟାଜଳର ସ୍ରୋତ ପ୍ରବଳ ଥିବାରୁ ସେହି ସ୍ରୋତକୁ ଅତିକ୍ରମ କରି ଡଙ୍ଗାଟି ମଝୀ ନଦୀରୁ ଘାଟର ରହଣି ସ୍ଥଳକୁ ଉଠି ପାରି ନ ଥିଲା । ବରଂ ଡଙ୍ଗାଟି ଆହୁରି ତଳକୁ ତଳକୁ ଖସି ସମୁଦ୍ର ମୁହାଣ ଆଡକୁ ଭାସି ଚାଲିଥିଲା। ଭୟରେ ଯାତ୍ରୀମାନେ ଚିତ୍କାର କରି ଉଦ୍ଧାର କରିବାକୁ ଆକୁଳ ନିବେଦନ କରିଥିଲେ । ଡଙ୍ଗାରେ ଥିବା କିଛି ଯାତ୍ରୀ ମହାକାଳପଡା ଥାନା ଏବଂ ମହାକାଳପଡା ବିଡିଓଙ୍କୁ ଫୋନ କରି ଘଟଣା ସଂପର୍କରେ ସୂଚନା ଦେବା ସହିତ ଉଦ୍ଧାର କରିବାକୁ ନିବେଦନ କରିଥିଲେ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ଘାଟରେ ମୁତୟନ ଅନ୍ୟ ଏକ ଯନ୍ତ୍ର ଚାଳିତ ଡଙ୍ଗା ଭାସିଯାଉଥିବା ଡଙ୍ଗାକୁ ଉଦ୍ଧାର କରିବାକୁ ଯାଇଥିଲେ ବି ସେହି ଡଙ୍ଗା ପାଣିର ସ୍ରୋତରେ ଉଠି ନ ପାରି ସମୁଦ୍ର ମୁହାଣ ଆଡକୁ ଭାସି ଯାଉଥିଲା। କୂଳରେ ଥିବା ଘାଟର ଅନ୍ୟ କର୍ମଚାରୀମାନେ ଖରିନାସୀରେ ଜେଠୀରେ ଥିବା ମେରାଇନ ବୋଟ୍ ସହିତ ଯୋଗାଯୋଗ କରି ଭାସିଯାଉଥିବା ବୋଟକୁ ଉଦ୍ଧାର କରିବାକୁ ସୂଚନା ଦେଇଥିଲେ ଏବଂ ମହାକାଳପଡା ଅଗ୍ନିଶମ ବାହିନୀ କେନ୍ଦ୍ରକୁ ଜଣାଇଥିଲେ । ସେତେବେଳକୁ ଯାତ୍ରବାହୀ ଡଙ୍ଗାଟି ପ୍ରାୟ ୪ କିଲୋମିଟର ଭରା ନଦୀର ସ୍ରୋତରେ ଭାସିଯାଇ ମୁହାଣ ମୁହଁରେ ନଦୀ ମଝିରେ ଲଙ୍ଗର ପକାଇ ଅଟକି ଯାଇଥିଲା । ଖବର ପାଇ ମେରାଇନ ବୋଟ୍ ଏବଂ ଅଗ୍ନିଶମ ବାହିନୀର ବୋଟ୍ ପହଞ୍ଚ ଭାସି ଯାଉଥିବା ଯନ୍ତ୍ରଚାଳିତ ଡଙ୍ଗାକୁ ଉଦ୍ଧାର କରିଥିଲେ। ଫଳରେ ଡଙ୍ଗାରେ ଥିବା ୩୦ ରୁ ଉର୍ଦ୍ଧ୍ୱ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ଜଣାପଡିଛି । ତେବେ ଯାତୀଙ୍କୁ ନେଇ ଆସୁଥିବା ଯନ୍ତ୍ର ଚାଳିତ ଡଙ୍ଗାର ମେସିନ ବେଲ୍ଟ ଛିଡି ଯିବାରୁ ଡଙ୍ଗାଟି ଉପରକୁ ଉଠି ନ ପାରି ଭାସି ଯାଉଥିଲା ବୋଲି କୁହାଯାଉଥିବା ବେଳେ ନଦୀରେ ବନ୍ୟା ଜନିତ ପାଣିର ସ୍ରୋତ ଅଧିକ ଥିବାରୁ ପ୍ରବଳ ସ୍ରୋତରୁ ଡଙ୍ଗା ଉଠି ପାରି ନ ଥିଲା ବୋଲି ଘାଟର କର୍ମଚାରୀମାନେ କହିଛନ୍ତି। ଘଟଣା ସ୍ଥଳରେ ଜମ୍ବୁ ସାମୁଦ୍ରିକ ଥାନା ପୁଲିସ, ମହାକାଳପଡା ବ୍ଲକ ପ୍ରଶାସନ ଟିମ୍‌,ଅଗ୍ନିଶମ ବାହିନୀ ଟିମ୍ ଉଦ୍ଧାର କାର୍ଯ୍ଯରେ ନିୟୋଜିତ ଥିଲେ ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

20 Aug 2022 By The Sakala

ନଦୀ ସ୍ରୋତରେ ଯାତ୍ରୀବାହୀ ଡଙ୍ଗା ଭାସିଯିବା ଘଟଣା: ଅଳ୍ପକେ ବର୍ତିଲେ ୩୦ ଯାତ୍ରୀ, ଉଦ୍ଧାର କଲା ମେରାଇନ ଓ ଅଗ୍ନିଶମ ବୋଟ୍‌

ରାମନଗର/ମହାକାଳପଡା: ମହାକାଳପଡା ବ୍ଲକ ରାମନଗର ପଞ୍ଚାୟତର ବାହାକୁଦ ଫେରି ଘାଟରେ ଶନିବା ସନ୍ଧ୍ଯାରେ ଏକ ବଡଧରଣର ଅଘଟଣ ଘଟିବାକୁ ଯାଉଥିଲା । ଖରିନାସୀ ଜେଠୀରେ ମୁତୟନ ମେରାଇନ ବୋଟ୍ ଏବଂ ଅଗ୍ନିଶମ ବାହିନୀର ତ୍ୱରିତ ପଦକ୍ଷେପ ପାଇଁ ଅଲ୍ପକେ ବର୍ତିଗଲା ୩୦ ଯାତ୍ରୀଙ୍କ ଜୀବନ। ପାରାଦୀର ପଟୁ ମୁଷାଢିଆରୁ ଏକ ଯାତ୍ରୀବାହୀ ଯନ୍ତ୍ରଚାଳିତ ଡଙ୍ଗା ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ନେଇ ସବୁଦିନ ଭଳି ଶନିବାର ସନ୍ଧ୍ଯାରେ ମହାକାଳପଡା ବ୍ଲକର ରାମନଗର ବାହାକୁଦ ପଟକୁ ଯାଉଥିଲା। ନଦୀ ମଝିରେ ହୋଇଥିବା ବେଳେ ଡଙ୍ଗାଟି ଆଉ ଉପରକୁ ଉଠି ପାରି ନ ଥିଲା । ନଦୀରେ ବନ୍ୟାଜଳର ସ୍ରୋତ ପ୍ରବଳ ଥିବାରୁ ସେହି ସ୍ରୋତକୁ ଅତିକ୍ରମ କରି ଡଙ୍ଗାଟି ମଝୀ ନଦୀରୁ ଘାଟର ରହଣି ସ୍ଥଳକୁ ଉଠି ପାରି ନ ଥିଲା । ବରଂ ଡଙ୍ଗାଟି ଆହୁରି ତଳକୁ ତଳକୁ ଖସି ସମୁଦ୍ର ମୁହାଣ ଆଡକୁ ଭାସି ଚାଲିଥିଲା। ଭୟରେ ଯାତ୍ରୀମାନେ ଚିତ୍କାର କରି ଉଦ୍ଧାର କରିବାକୁ ଆକୁଳ ନିବେଦନ କରିଥିଲେ । ଡଙ୍ଗାରେ ଥିବା କିଛି ଯାତ୍ରୀ ମହାକାଳପଡା ଥାନା ଏବଂ ମହାକାଳପଡା ବିଡିଓଙ୍କୁ ଫୋନ କରି ଘଟଣା ସଂପର୍କରେ ସୂଚନା ଦେବା ସହିତ ଉଦ୍ଧାର କରିବାକୁ ନିବେଦନ କରିଥିଲେ।

ଘାଟରେ ମୁତୟନ ଅନ୍ୟ ଏକ ଯନ୍ତ୍ର ଚାଳିତ ଡଙ୍ଗା ଭାସିଯାଉଥିବା ଡଙ୍ଗାକୁ ଉଦ୍ଧାର କରିବାକୁ ଯାଇଥିଲେ ବି ସେହି ଡଙ୍ଗା ପାଣିର ସ୍ରୋତରେ ଉଠି ନ ପାରି ସମୁଦ୍ର ମୁହାଣ ଆଡକୁ ଭାସି ଯାଉଥିଲା। କୂଳରେ ଥିବା ଘାଟର ଅନ୍ୟ କର୍ମଚାରୀମାନେ ଖରିନାସୀରେ ଜେଠୀରେ ଥିବା ମେରାଇନ ବୋଟ୍ ସହିତ ଯୋଗାଯୋଗ କରି ଭାସିଯାଉଥିବା ବୋଟକୁ ଉଦ୍ଧାର କରିବାକୁ ସୂଚନା ଦେଇଥିଲେ ଏବଂ ମହାକାଳପଡା ଅଗ୍ନିଶମ ବାହିନୀ କେନ୍ଦ୍ରକୁ ଜଣାଇଥିଲେ । ସେତେବେଳକୁ ଯାତ୍ରବାହୀ ଡଙ୍ଗାଟି ପ୍ରାୟ ୪ କିଲୋମିଟର ଭରା ନଦୀର ସ୍ରୋତରେ ଭାସିଯାଇ ମୁହାଣ ମୁହଁରେ ନଦୀ ମଝିରେ ଲଙ୍ଗର ପକାଇ ଅଟକି ଯାଇଥିଲା । ଖବର ପାଇ ମେରାଇନ ବୋଟ୍ ଏବଂ ଅଗ୍ନିଶମ ବାହିନୀର ବୋଟ୍ ପହଞ୍ଚ ଭାସି ଯାଉଥିବା ଯନ୍ତ୍ରଚାଳିତ ଡଙ୍ଗାକୁ ଉଦ୍ଧାର କରିଥିଲେ। ଫଳରେ ଡଙ୍ଗାରେ ଥିବା ୩୦ ରୁ ଉର୍ଦ୍ଧ୍ୱ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ଜଣାପଡିଛି । ତେବେ ଯାତୀଙ୍କୁ ନେଇ ଆସୁଥିବା ଯନ୍ତ୍ର ଚାଳିତ ଡଙ୍ଗାର ମେସିନ ବେଲ୍ଟ ଛିଡି ଯିବାରୁ ଡଙ୍ଗାଟି ଉପରକୁ ଉଠି ନ ପାରି ଭାସି ଯାଉଥିଲା ବୋଲି କୁହାଯାଉଥିବା ବେଳେ ନଦୀରେ ବନ୍ୟା ଜନିତ ପାଣିର ସ୍ରୋତ ଅଧିକ ଥିବାରୁ ପ୍ରବଳ ସ୍ରୋତରୁ ଡଙ୍ଗା ଉଠି ପାରି ନ ଥିଲା ବୋଲି ଘାଟର କର୍ମଚାରୀମାନେ କହିଛନ୍ତି। ଘଟଣା ସ୍ଥଳରେ ଜମ୍ବୁ ସାମୁଦ୍ରିକ ଥାନା ପୁଲିସ, ମହାକାଳପଡା ବ୍ଲକ ପ୍ରଶାସନ ଟିମ୍‌,ଅଗ୍ନିଶମ ବାହିନୀ ଟିମ୍ ଉଦ୍ଧାର କାର୍ଯ୍ଯରେ ନିୟୋଜିତ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର