ବାତ୍ୟା ପାଇଁ ପାରାଦୀପ ବନ୍ଦରକୁ ୩ନମ୍ବର ବିପଦ ସଂକେତ ଜାରି, ଗଭୀର ସମୁଦ୍ରର ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଉଛି ଜାହାଜ

The Sakala Picture
Published On

ଜଗତସିଂହପୁର: ପାରାଦୀପ ବନ୍ଦରକୁ ୩ନମ୍ବର ବିପଦ ସଂକେତ ଜାରି । ବାତ୍ୟା ୟଶକୁ ନେଇ ପାରାଦ୍ଵୀପ ବନ୍ଦର ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ । ବନ୍ଦରର ବର୍ଥରେ ଲାଗିଥିବା ଜାହାଜ ଓ ଆଙ୍କରେଜ ମଧ୍ୟରେ ଥିବା ଜାହାଜ ଗୁଡିକୁ ଗଭୀର ସମୁଦ୍ର ମଧ୍ୟକୁ ପଠାଇବା ଆରମ୍ଭ ହୋଇଛି । ବାତ୍ୟା ୟଶ ପାରାଦ୍ଵୀପରୁ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ଥିବାରୁ , ଅଧିକ ଯୋରରେ ପବନ ସହିତ ଉଚ୍ଚ ସାମୁଦ୍ରିକ ଢେ଼ଉ ଉଠିବାର ସମ୍ଭାବନା […]

ଜଗତସିଂହପୁର: ପାରାଦୀପ ବନ୍ଦରକୁ ୩ନମ୍ବର ବିପଦ ସଂକେତ ଜାରି । ବାତ୍ୟା ୟଶକୁ ନେଇ ପାରାଦ୍ଵୀପ ବନ୍ଦର ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ । ବନ୍ଦରର ବର୍ଥରେ ଲାଗିଥିବା ଜାହାଜ ଓ ଆଙ୍କରେଜ ମଧ୍ୟରେ ଥିବା ଜାହାଜ ଗୁଡିକୁ ଗଭୀର ସମୁଦ୍ର ମଧ୍ୟକୁ ପଠାଇବା ଆରମ୍ଭ ହୋଇଛି । ବାତ୍ୟା ୟଶ ପାରାଦ୍ଵୀପରୁ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ଥିବାରୁ , ଅଧିକ ଯୋରରେ ପବନ ସହିତ ଉଚ୍ଚ ସାମୁଦ୍ରିକ ଢେ଼ଉ ଉଠିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ବନ୍ଦରର ଆଙ୍କରେଜ ଓ ବର୍ଥ ମଧ୍ୟରେ ଜାହାଜ ଗୁଡିକ ରହିଲେ ବନ୍ଦର ଓ ଜାହାଜର କ୍ଷତି ଘଟିବାର ସମ୍ଭାବନା ରହିଛି । ଯାହାକୁ ଦୃଷ୍ଟିରେ ରଖି ପାରାଦ୍ଵୀପ ବନ୍ଦର ଆଗୁଆ ପଦକ୍ଷେପ ସହିତ ଜାହାଜ ଗୁଡିକୁ ଗଭୀର ସମୁଦ୍ରର ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଉଛି ।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର