ନିମାପଡ଼ା, ବାଲିକୁଦା-ଏରସମାରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର, ବିରୋଧୀଙ୍କୁ କଲେ ଟାର୍ଗେଟ୍

The Sakala Picture
Published On

ନିମାପଡ଼ା: ପୁରୀ ଜିଲ୍ଲା ନିମାପଡ଼ାରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଆଜି ଜୋରଦାର ପ୍ରଚାର କରିଛନ୍ତି । ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଜନସଭାକୁ ସମ୍ବୋଧିତ କରି ବିରୋଧୀ ବିଜେପି ନେତାଙ୍କୁ କଟୁ ସମାଲୋଚନା କରିଛନ୍ତି ପାଣ୍ଡିଆନ। କହିଛନ୍ତି, ‘ଏ ଜନସମୁଦ୍ର ଦେଖି ବିରୋଧୀଙ୍କ ନିଦ ହଜି ଯାଇଛି । ସେମାନଙ୍କ ମୁଣ୍ଡ କାମ କରୁନି । ବାହାରୁ ବିରୋଧୀ ବିଜେପିର ଅନେକ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଆସୁଛନ୍ତି । ଆମ ମୁଖ୍ୟମନନ୍ତ୍ରୀଙ୍କୁ ଅଭଦ୍ର ଭାଷାରେ ଅଶାଳୀନ […]

ନିମାପଡ଼ା: ପୁରୀ ଜିଲ୍ଲା ନିମାପଡ଼ାରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଆଜି ଜୋରଦାର ପ୍ରଚାର କରିଛନ୍ତି । ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଜନସଭାକୁ ସମ୍ବୋଧିତ କରି ବିରୋଧୀ ବିଜେପି ନେତାଙ୍କୁ କଟୁ ସମାଲୋଚନା କରିଛନ୍ତି ପାଣ୍ଡିଆନ। କହିଛନ୍ତି, ‘ଏ ଜନସମୁଦ୍ର ଦେଖି ବିରୋଧୀଙ୍କ ନିଦ ହଜି ଯାଇଛି । ସେମାନଙ୍କ ମୁଣ୍ଡ କାମ କରୁନି । ବାହାରୁ ବିରୋଧୀ ବିଜେପିର ଅନେକ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଆସୁଛନ୍ତି । ଆମ ମୁଖ୍ୟମନନ୍ତ୍ରୀଙ୍କୁ ଅଭଦ୍ର ଭାଷାରେ ଅଶାଳୀନ ବ୍ୟବହାର କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଯିଏ ଅସମ୍ମାନ କରିବେ ତାଙ୍କୁ ଆପଣମାନେ କଡ଼ା ଜବାବ ଦେବେ ।’

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବଡ଼ ଭାଇଙ୍କ ଅସୁସ୍ଥତା ଖବର ପାଇ ଦିଲ୍ଲୀ ଯାଇଥିଲେ

ଆସାମ ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ଆଟାକ କରିଛନ୍ତି ପାଣ୍ଡିଆନ। ସେ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ଆପଣଙ୍କ ଗୁରୁଙ୍କ ଗୁରୁ ସହ କ୍ଯାବିନେଟରେ କାମ କରିଛନ୍ତି । ୧୯୯୮ରେ ବାଜପେୟୀଙ୍କ ସରକାରରେ କ୍ଯାବିନେଟ ମନ୍ତ୍ରୀ ଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ଦେଇ ବ୍ୟବହାର କରିବାକୁ ବିନମ୍ର ଅନୁରୋଧ କରୁଛି । କେମିତି ଜଣେ ମୁଖ୍ୟମନ୍ତ୍ରୀ ସାଙ୍ଗରେ କଥା ହେବାର ଅଛି ଶିଖିକି ଯିବେ । ଅତିଥିଙ୍କୁ ଓଡ଼ିଶା ମାଟିରେ ଅସମ୍ମାନ୍ କଲେ ଠିକ୍ ଲାଗିବନି । ମହାପ୍ରଭୁ ଆପଣଙ୍କୁ ସଦବୁଦ୍ଧି ଦିଅନ୍ତୁ ।’

ଆହୁରି ପଢ଼ନ୍ତୁ: ଖୋର୍ଦ୍ଧା ଜିଲ୍ଲାରେ କାଲିଠୁ ସାଢ଼େ ୬ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସ୍କୁଲ୍‌

ଆଗକୁ ସେ କହିଛନ୍ତି, ‘ମୁଖ୍ୟମନ୍ତ୍ରୀଙ୍କୁ ନେଇ ଯିଏ ଅପପ୍ରଚାର କରୁଛନ୍ତି ତାଙ୍କୁ ଭୋଟ ଜରିଆରେ କଡ଼ା ଜବାବ ଦିଅନ୍ତୁ । ବିଜେପିର ନେତାମାନେ ଜନତାଙ୍କୁ ଧମକ ଦେଉଛନ୍ତି । ଆମ ସରକାର ଆସୁଛି, ହଇରାଣ କରିବୁ, ବିଲ ପାସ କରିବାକୁ ଦେବୁ ନାହିଁ ବୋଲି କହୁଛନ୍ତି । ବିଜେଡିର ଗୋଟିଏ ବି କର୍ମୀଙ୍କର କିଛି କରିପାରିବେନି । ମୁଖ୍ୟମନ୍ତ୍ରୀ ଶାନ୍ତିର ବାର୍ତ୍ତା ଦେଇଛନ୍ତି । ଆପଣ ଆମକୁ ଧମକ ଦେଲେ ଆପଣ ଗୋଟିଏ ବି କାମ କରିପାରିବେନି ।’

ଆହୁରି ପଢ଼ନ୍ତୁ: ଚାକିରି ଲୋଭ ଦେଖାଇ ଆଦିବାସୀ ଯୁବତୀଙ୍କୁ ଦିଲ୍ଲୀରେ ବିକ୍ରି; ୫ ବର୍ଷ ପରେ ଘରକୁ ଯୋଗାଯୋଗ କଲେ

ମୁଖ୍ୟମନ୍ତ୍ରୀଙ୍କ ବିଜୁଳି ବିଲ୍ ରଦ୍ଦ ଘୋଷଣା ପରେ ବିରୋଧୀଙ୍କୁ କରେଣ୍ଟ ଲାଗିଛି । କହୁଛନ୍ତି, ମାଗଣା ବିଜୁଳି ଦେବେ, ୫୦ ହଜାର ଟଙ୍କା ଲୋକେ ଖର୍ଚ୍ଚ କଲେ ଘରେ ଘରେ ସୋଲାର ପ୍ଯାନେଲ ଲଗାଇବେ । ସୂର୍ଯ୍ୟ କିରଣରୁ ମାଗଣା ବିଜୁଳି ଦେବେ ବୋଲି କହୁଛନ୍ତି । ଦିନରେ ଲୋକଙ୍କୁ ଲଣ୍ଠନ ଦେଖାଇବାକୁ ଚେଷ୍ଟା କରୁଛନ୍ତି, ଏମାନଙ୍କୁ ଚିହ୍ନିକି ରଖନ୍ତୁ । ଷଷ୍ଠଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ବିଜୁଳି ବିଲ ଛାଡ଼ କରିବାକୁ ପ୍ରଥମ ଦସ୍ତଖତ କରିବେ । ଦ୍ଵିତୀୟ ଦସ୍ତଖତ ବିଏସକେୱାଇ ଯୋଜନା କାର୍ଡରେ କରିବେ । ମିଶନଶକ୍ତି ମାଆଙ୍କୁ ପେନସନ ପାଇଁ ତୃତୀୟ ଦସ୍ତଖତ କରିବେ । ଏ ସରକାର ଆପଣଙ୍କ ସରକାର, ଯୁବପିଢି ଓ ଚାଷୀ ଭାଇ ଭଉଣୀଙ୍କ ସରକାର । ଆପଣଙ୍କୁ କିଏ ବି ହାତ ମାରି ପାରିବେନି । ନବୀନ ବାବୁଙ୍କ ହାତ ଆପଣଙ୍କ ପଛରେ ଅଛି । ବିପୁଳ ଭୋଟରେ ଯୋଡ଼ି ଶଙ୍ଖରେ ବିଜେଡିର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିଜୟୀ କରାନ୍ତୁ ବୋଲି ପାଣ୍ଡିଆନ କହିଛନ୍ତି ।

ସେହିପରି, ବାଲିକୁଦା-ଏରସମାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ କାର୍ତ୍ତିକ ପାଣ୍ଡିଆନ । ବିଶାଳ ଜନସଭାକୁ ସମ୍ବୋଧିତ କରି ବିରୋଧୀ ବିଜେପିକୁ କଡା ଟାର୍ଗେଟ କରିଥିଲେ । ପାଣ୍ଡିଆନ କହିଥିଲେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ପରିବାର ବୋଲି ଭାବନ୍ତି । ଏହି ପରିବାରର ମୁଖିଆଙ୍କୁ ବାହାରୁ ଆସିଥିବା ନେତା ଅସମ୍ମାନିତ କରୁଛନ୍ତି । ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅସମ୍ମାନିତ କରୁଛନ୍ତି ଏବଂ ଅଶାଳୀନ ବ୍ୟବହାର କରୁଛନ୍ତି । ଏମାନଙ୍କୁ ଜୁନ୍ ୪ ତାରିଖରେ ଉଚିତ୍ ଜବାବ ମିଳିଯିବ ।

ଆସାମ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କହୁଛନ୍ତି ଓଡ଼ିଶାକୁ ଏକ ନମ୍ବର କରିବେ । କିନ୍ତୁ ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏକ ନମ୍ବର, ସେ ଓଡ଼ିଶାକୁ ଏକ ନମ୍ବର କରିବେ । ଋଣ ଭାରରେ ବୁଡିଥିବା ଉତ୍ତରପ୍ରଦେଶ, ଛତିଶଗଡ, ଆସାମ ଭଳି ରାଜ୍ୟ ଓଡ଼ିଶା ଠାରୁ ଢେର ପଛରେ ରହିଛନ୍ତି । ରାଜ୍ୟକୁ କେମିତି ଏକ ନମ୍ବର କରାଯାଏ ତାହା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଶିଖିକି ଯାଆନ୍ତୁ କାମରେ ଆସିବ । ଯେତେ ଇଞ୍ଜେକସନ ଦେଲେ ବି ଓଡ଼ିଶାରେ ଫୁଲ ଫୁଟିବନି ବୋଲି କହିଛନ୍ତି ପାଣ୍ଡିଆନ ।

ଏହାସହ ପାଣ୍ଡିଆନ କହିଛନ୍ତି, ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ଆଗାମୀ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ । ପ୍ରଥମ ଦସ୍ତଖତରେ ମାଗଣା ବିଜୁଳି, ଦ୍ୱିତୀୟ ଦସ୍ତଖତରେ ସମସ୍ତଙ୍କୁ ବିଏସକେୱାଇ ଓ ତୃତୀୟ ଦସ୍ତଖତରେ ମିଶନ ଶକ୍ତି ମା’ଙ୍କୁ ଭତ୍ତା ପ୍ରଦାନ ନେଇ ମୋହର ମାରିବେ ନବୀନ । ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବାକୁ ଯୋଡି ଶଙ୍ଖରେ ମୋହର ମାରିବାକୁ ଅପିଲ କରିଛନ୍ତି ଭିକେ ପାଣ୍ଡିଆନ ।

23 May 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର