ପଞ୍ଚାୟତିରାଜ ବିଭାଗର ନିଷ୍ପତ୍ତି : ମନରେଗା କାମ ଜଗିବ ମିଶନ ଶକ୍ତି

The Sakala Picture
Published On

ଭୁବନେଶ୍ୱର : ଏଣିକି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଅଗ୍ରାଧିକାର ଦିଆଯିବ। ବିଶେଷକରି ମନରେଗା କାର୍ଯ୍ୟର ଯୋଜନା ଏବଂ ସଫଳ କାର୍ଯ୍ୟନ୍ୱୟନ କ୍ଷେତ୍ରରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ନିୟୋଜିତ କରାଯିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି। ଏନେଇ ରାଜ୍ୟ ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏନେଇ ଅବଗତ କରାଇଛନ୍ତି। ବିଭାଗ ପକ୍ଷରୁ ଏନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ […]

ଭୁବନେଶ୍ୱର : ଏଣିକି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଅଗ୍ରାଧିକାର ଦିଆଯିବ। ବିଶେଷକରି ମନରେଗା କାର୍ଯ୍ୟର ଯୋଜନା ଏବଂ ସଫଳ କାର୍ଯ୍ୟନ୍ୱୟନ କ୍ଷେତ୍ରରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ନିୟୋଜିତ କରାଯିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି। ଏନେଇ ରାଜ୍ୟ ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏନେଇ ଅବଗତ କରାଇଛନ୍ତି। ବିଭାଗ ପକ୍ଷରୁ ଏନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଥିବା ବେଳେ ଯୋଜନାର ଯଦି ସଫଳ ରୂପାୟନ ହୁଏ ତାହେଲେ ଏହା ଗ୍ରାମାଞ୍ଚଳରେ ମହିଳାମାନଙ୍କୁ ଅଧିକ ଆତ୍ମନିର୍ଭର ତଥା ଆର୍ଥିକ ରୂପେ ସଶକ୍ତ କରିପାରିବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ, ୭୦ ଟଙ୍କା ପରିବର୍ତ୍ତେ ନେଉଛନ୍ତି ୯୦୦

ସୂଚନାଯୋଗ୍ୟ ଯେ ମନରେଗାରେ ଗ୍ରାମାଞ୍ଚଳରେ ଅଣକୁଶଳୀ ଶ୍ରମିକମାନଙ୍କୁ ବାର୍ଷିକ ୧୦୦ ଦିନର ନିଶ୍ଚିତ କାର୍ଯ୍ୟ ଯୋଗାଇ ଦିଆଯାଉଛି। ଏହା ଗ୍ରାମାଞ୍ଚଳରେ ଗରିବ ଲୋକଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ଜୀବିକା ନିର୍ବାହକୁ ସୁରକ୍ଷିତ କରିପାରିଛି। ଏହାସହ ମନରେଗା ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ବେଳେ ଅର୍ଥନୈତିକ କାର୍ଯ୍ୟକଳାପରେ ମହିଳାଙ୍କ ଯୋଗଦାନକୁ ଏହି ଯୋଜନା ଅଧିକ ବଳ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ରାଜ୍ୟ ସରକାର ମହିଳା ସଶକ୍ତିକରଣ ଦିଗରେ ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି। ବିଶେଷକରି ରାଜ୍ୟ ସରାକରଙ୍କ ବିବିଧ ପଦକ୍ଷେପ ସେମାନଙ୍କୁ ସାମାଜିକ-ଅର୍ଥନୈତିକ କ୍ଷେତ୍ରରେ ମୁଖ୍ୟଧାରାକୁ ଆଣିପାରିଛି। ମିଶନ ଶକ୍ତି ବିଭାଗ ଅଧିନରେ ୭ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ତିଆରି ହୋଇଥିବା ବେଳେ ଏମାନଙ୍କୁ ମନରେଗାର ସଫଳ କାର୍ଯ୍ୟନ୍ୱୟ ପାଇଁ ନିୟୋଜିତ କରିବାକୁ ଶ୍ରୀ ମୀନା ଚିଠିରେ ଉଲ୍ଲେଖ କରିଛନ୍ତି।

ଆହୁରି ପଢ଼ନ୍ତୁ: ଅନୈତିକ କାର୍ଯ୍ୟରେ ଲିପ୍ତ ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ସେବାରୁ ନିଲମ୍ବନ, ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା

ମନରେଗା କାର୍ଯ୍ୟକ୍ରମରେ ଏହି ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ବିଶେଷକରି ମନରେଗା ଜବକାର୍ଡଧାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି, ଜବକାର୍ଡ ପାଇଁ ଇଚ୍ଛୁକ ଥିବା ଲୋକଙ୍କୁ ନୂଆ ଜବକାର୍ଡ ପ୍ରଦାନ, ସେମାନଙ୍କ ଋଚି ଅନୁଯାୟୀ କାର୍ଯ୍ୟ ପ୍ରଦାନ ମୁଖ୍ୟ କାର୍ଯ୍ୟ ରହିବ। ଏହା ସହିତ ମନରେଗା କାର୍ଯ୍ୟର ତଦାରଖ ସହ ସେମାନଙ୍କୁ ଭିଲେଜ ରିସୋର୍ସ ପର୍ସନ(ଭିଆରପି) ଭାବେ ଦାୟିତ୍ୱ ପ୍ରଦାନ କରାଯିବ। ଭିଆରପିମାନେ ସୋସିଆଲ ଅଡିଟ କରିବା ସହ ଗ୍ରାମପଞ୍ଚାୟତସ୍ତରରେ ଭିଜିଲାନ୍ସ ଏବଂ ମନିଟରିଂ କମିଟିରେ ରହିବେ। ସେହିପରି ଏସ୍‍ଏଚ୍‍ଜିର ସଦସ୍ୟାମାନଙ୍କୁ ସେମାନଙ୍କ ଋଚି ଅନୁଯାୟୀ କାର୍ଯ୍ୟ ଦିଆଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଗୃହପାଳିତ ପଶୁଙ୍କ ପାଇଁ ଆଶ୍ରୟସ୍ଥଳ ନିର୍ମାଣ, କୂଆ, ପୋଖରୀ ଖନନ, ବିଭିନ୍ନ ବିଭାଗ ଦ୍ୱାରା କରାଯାଉଥିବା ବୃକ୍ଷରୋପଣରେ ସେମାନଙ୍କୁ ଅଗ୍ରାଧିକାର ଦିଆଯିବାକୁ ନିଷ୍ପତ୍ତି ହୋଇଛି।ଖାଲି ପଞ୍ଚାୟତିରାଜ ବିଭାଗ ନୁହେଁ ବରଂ ଜଳସମ୍ପଦ ବିଭାଗ ମଧ୍ୟ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସମାନ ଧରଣର କାର୍ଯ୍ୟ ଯୋଗାଇଦେବାକୁ ବିଭାଗୀୟ ସ୍ତରରେ ନିଷ୍ପତ୍ତି ଗ୍ରହଣ କରିଛି।

ଆହୁରି ପଢ଼ନ୍ତୁ: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

25 Aug 2021 By The Sakala

ପଞ୍ଚାୟତିରାଜ ବିଭାଗର ନିଷ୍ପତ୍ତି : ମନରେଗା କାମ ଜଗିବ ମିଶନ ଶକ୍ତି

ଭୁବନେଶ୍ୱର : ଏଣିକି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଅଗ୍ରାଧିକାର ଦିଆଯିବ। ବିଶେଷକରି ମନରେଗା କାର୍ଯ୍ୟର ଯୋଜନା ଏବଂ ସଫଳ କାର୍ଯ୍ୟନ୍ୱୟନ କ୍ଷେତ୍ରରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ନିୟୋଜିତ କରାଯିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି। ଏନେଇ ରାଜ୍ୟ ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏନେଇ ଅବଗତ କରାଇଛନ୍ତି। ବିଭାଗ ପକ୍ଷରୁ ଏନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଥିବା ବେଳେ ଯୋଜନାର ଯଦି ସଫଳ ରୂପାୟନ ହୁଏ ତାହେଲେ ଏହା ଗ୍ରାମାଞ୍ଚଳରେ ମହିଳାମାନଙ୍କୁ ଅଧିକ ଆତ୍ମନିର୍ଭର ତଥା ଆର୍ଥିକ ରୂପେ ସଶକ୍ତ କରିପାରିବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ ଯେ ମନରେଗାରେ ଗ୍ରାମାଞ୍ଚଳରେ ଅଣକୁଶଳୀ ଶ୍ରମିକମାନଙ୍କୁ ବାର୍ଷିକ ୧୦୦ ଦିନର ନିଶ୍ଚିତ କାର୍ଯ୍ୟ ଯୋଗାଇ ଦିଆଯାଉଛି। ଏହା ଗ୍ରାମାଞ୍ଚଳରେ ଗରିବ ଲୋକଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ଜୀବିକା ନିର୍ବାହକୁ ସୁରକ୍ଷିତ କରିପାରିଛି। ଏହାସହ ମନରେଗା ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ବେଳେ ଅର୍ଥନୈତିକ କାର୍ଯ୍ୟକଳାପରେ ମହିଳାଙ୍କ ଯୋଗଦାନକୁ ଏହି ଯୋଜନା ଅଧିକ ବଳ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ରାଜ୍ୟ ସରକାର ମହିଳା ସଶକ୍ତିକରଣ ଦିଗରେ ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି। ବିଶେଷକରି ରାଜ୍ୟ ସରାକରଙ୍କ ବିବିଧ ପଦକ୍ଷେପ ସେମାନଙ୍କୁ ସାମାଜିକ-ଅର୍ଥନୈତିକ କ୍ଷେତ୍ରରେ ମୁଖ୍ୟଧାରାକୁ ଆଣିପାରିଛି। ମିଶନ ଶକ୍ତି ବିଭାଗ ଅଧିନରେ ୭ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ତିଆରି ହୋଇଥିବା ବେଳେ ଏମାନଙ୍କୁ ମନରେଗାର ସଫଳ କାର୍ଯ୍ୟନ୍ୱୟ ପାଇଁ ନିୟୋଜିତ କରିବାକୁ ଶ୍ରୀ ମୀନା ଚିଠିରେ ଉଲ୍ଲେଖ କରିଛନ୍ତି।

ମନରେଗା କାର୍ଯ୍ୟକ୍ରମରେ ଏହି ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ବିଶେଷକରି ମନରେଗା ଜବକାର୍ଡଧାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି, ଜବକାର୍ଡ ପାଇଁ ଇଚ୍ଛୁକ ଥିବା ଲୋକଙ୍କୁ ନୂଆ ଜବକାର୍ଡ ପ୍ରଦାନ, ସେମାନଙ୍କ ଋଚି ଅନୁଯାୟୀ କାର୍ଯ୍ୟ ପ୍ରଦାନ ମୁଖ୍ୟ କାର୍ଯ୍ୟ ରହିବ। ଏହା ସହିତ ମନରେଗା କାର୍ଯ୍ୟର ତଦାରଖ ସହ ସେମାନଙ୍କୁ ଭିଲେଜ ରିସୋର୍ସ ପର୍ସନ(ଭିଆରପି) ଭାବେ ଦାୟିତ୍ୱ ପ୍ରଦାନ କରାଯିବ। ଭିଆରପିମାନେ ସୋସିଆଲ ଅଡିଟ କରିବା ସହ ଗ୍ରାମପଞ୍ଚାୟତସ୍ତରରେ ଭିଜିଲାନ୍ସ ଏବଂ ମନିଟରିଂ କମିଟିରେ ରହିବେ। ସେହିପରି ଏସ୍‍ଏଚ୍‍ଜିର ସଦସ୍ୟାମାନଙ୍କୁ ସେମାନଙ୍କ ଋଚି ଅନୁଯାୟୀ କାର୍ଯ୍ୟ ଦିଆଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଗୃହପାଳିତ ପଶୁଙ୍କ ପାଇଁ ଆଶ୍ରୟସ୍ଥଳ ନିର୍ମାଣ, କୂଆ, ପୋଖରୀ ଖନନ, ବିଭିନ୍ନ ବିଭାଗ ଦ୍ୱାରା କରାଯାଉଥିବା ବୃକ୍ଷରୋପଣରେ ସେମାନଙ୍କୁ ଅଗ୍ରାଧିକାର ଦିଆଯିବାକୁ ନିଷ୍ପତ୍ତି ହୋଇଛି।ଖାଲି ପଞ୍ଚାୟତିରାଜ ବିଭାଗ ନୁହେଁ ବରଂ ଜଳସମ୍ପଦ ବିଭାଗ ମଧ୍ୟ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସମାନ ଧରଣର କାର୍ଯ୍ୟ ଯୋଗାଇଦେବାକୁ ବିଭାଗୀୟ ସ୍ତରରେ ନିଷ୍ପତ୍ତି ଗ୍ରହଣ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର