ବାଜିଲା ପଞ୍ଚାୟତ ନିର୍ବାଚନୀ ବିଗୁଲ: ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି

The Sakala Picture
Published On

ଭୁବନେଶ୍ୱର: ବାଜିଲା ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ। ଗୁରୁବାର ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ବିଜ୍ଞପ୍ତି । ନିର୍ବାଚନ ଅଧିକାରୀ ଏ ନେଇ ବିଜ୍ଞପ୍ତି  ଜାରି କରିଛନ୍ତି।  ପଞ୍ଚାୟତ ଅଫିସରେ ସରପଞ୍ଚ ଓ ସମିତି ସଭ୍ୟଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଜିଲ୍ଲା ଓ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ବିଜ୍ଞପ୍ତି ପ୍ରାକାଶ ପାଇଛି। ସୂଚନା ଅନୁଯାୟୀ, ଜାନୁଆରୀ ୧୭ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଏହା ଜାନୁଆରୀ […]

ଭୁବନେଶ୍ୱର: ବାଜିଲା ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ। ଗୁରୁବାର ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ବିଜ୍ଞପ୍ତି । ନିର୍ବାଚନ ଅଧିକାରୀ ଏ ନେଇ ବିଜ୍ଞପ୍ତି  ଜାରି କରିଛନ୍ତି।  ପଞ୍ଚାୟତ ଅଫିସରେ ସରପଞ୍ଚ ଓ ସମିତି ସଭ୍ୟଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଜିଲ୍ଲା ଓ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ବିଜ୍ଞପ୍ତି ପ୍ରାକାଶ ପାଇଛି।

ଆହୁରି ପଢ଼ନ୍ତୁ: ସୁଭଦ୍ରା ହିତାଧିକାରୀଙ୍କ ଖାତାକୁ ଗଲା ପଞ୍ଚମ କିସ୍ତି, କୋଟିଏରୁ ଅଧିକ ମହିଳାଙ୍କୁ ମିଳିଲା ୫ ହଜାର ଟଙ୍କା

ସୂଚନା ଅନୁଯାୟୀ, ଜାନୁଆରୀ ୧୭ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଏହା ଜାନୁଆରୀ ୨୧ ଯାଏଁ ଚାଲିବ । ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ସେହିପରି ୨୫ ତାରିଖ ଯାଏଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ସୁଯୋଗ ମିଳିବ । ଜାନୁଆରୀ ୨୫ରେ ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା  ପାଞ୍ଚଟି ପର୍ଯ୍ୟାୟରେ ହେବ ନିର୍ବାଚନ। ଫେବୃଆରୀ ୧୬,୧୮,୨୦,୨୨ ଓ ୨୪ରେ ଭୋଟ ଗ୍ରହଣ କରାଯିବ। ମତଦାତାମାନେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ  ଭୋଟ ଗ୍ରହଣ କେନ୍ଦ୍ରକୁ ଆସି ଭୋଟ ଦେଇପାରିବେ। ସେହିଭଳି ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖରେ ୩ଟି ପର୍ଯ୍ୟାୟରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଏନେଇ ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ। ଏଥି ସହିତ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ଯରେ ଆଚରଣ ବିଧି ଲାଗୁ ହୋଇସାରିଛଇ। ତେବେ ଆସନ୍ତୁ ଜାଣିବା ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ କେତେ ତାରିଖରେ କଣ ହେବ ……

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଟଙ୍କା ନଦେବାରୁ ସ୍ତ୍ରୀକୁ ପିଟିପିଟି ମାରିଦେଲା ମଦ୍ୟପ ସ୍ୱାମୀ !

  • ଜାନୁଆରୀ ୧୧ : ନିର୍ବାଚନ ନେଇ ହେଲା ତାରିଖ ଘୋଷଣା
  • ଜାନୁଆରୀ ୧୩ : ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ
  • ଜାନୁଆରୀ ୧୭ ରୁ ୨୧ : ମନୋନୟନ ପତ୍ର ଦାଖଲ(ପ୍ରାର୍ଥୀ ପତ୍ର ଦାଖଲ)
  • ଜାନୁଆରୀ ୨୨ : ମନୋନୟନ ପତ୍ର ଯାଞ୍ଚ
  • ଜାନୁଆରୀ ୨୫ : ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ
  • ଜାନୁଆରୀ ୨୫ : ପ୍ରାର୍ଥୀମାନଙ୍କର ଚୁଡାନ୍ତ ତାଲିକା ପ୍ରକାଶ
  • ଫେବୃଆରୀ ୧୬ : ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ
  • ଫେବୃଆରୀ ୧୮ : ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ
  • ଫେବୃଆରୀ ୨୦ : ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ
  • ଫେବୃଆରୀ ୨୨ : ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ
  • ଫେବୃଆରୀ ୨୪ : ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ

୩ଟି ପର୍ଯ୍ୟାୟରେ ହେବ ଗଣତି ଓ ଫଳାଫଳ ପ୍ରକାଶ

  1.  ଫେବୃଆରୀ ୨୬ : ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଓ ଫଳାଫଳ ପ୍ରକାଶ
  2. ଫେବୃଆରୀ ୨୭ : ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି ଓ ଫଳାଫଳ ପ୍ରକାଶ
  3. ଫେବୃଆରୀ ୨୮ : ତୃତୀୟ ପର୍ଯ୍ୟାୟ ଭୋଟ ଗଣତି ଓ ଫଳାଫଳ ପ୍ରକାଶ

ଭୋଟଗଣତି ସମାପ୍ତ ସହ ଫେବୃୟାରୀ ୨୮ତାରିଖରେ ହିଁ ଆଦର୍ଶ ଆଚରଣ ବିଧି ପ୍ରତ୍ୟାହାର ହେବ

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

(ପରୋକ୍ଷ ନିର୍ବାଚନ)

  • ମାର୍ଚ୍ଚ ୧୧ : ନାଏବ ସରପଞ୍ଚ ନିର୍ବାଚନ
  • ମାର୍ଚ୍ଚ ୧୨ : ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ
  • ମାର୍ଚ୍ଚ ୧୩ : ଜିଲ୍ଲା ପରିଷଦ ସଭାପତି ନିର୍ବାଚନ
  • ମାର୍ଚ୍ଚ ୨୩ : ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନିର୍ବାଚନ
  • ମାର୍ଚ୍ଚ ୨୫ : ଜିଲ୍ଲା ପରିଷଦ ଉପସଭାପତି ନିର୍ବାଚନ
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର