ପଞ୍ଚାୟତ ନିର୍ବାଚନ ୨୦୨୨: ଆସନ୍ତା ୭ ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ତାଲିକା

The Sakala Picture
Published On

ଭୁବନେଶ୍ୱର: ଚଳିତ ବର୍ଷ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସଂରକ୍ଷଣ ସଂକ୍ରାନ୍ତରେ ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଦେଶକୁ ଆଧାର କରି ହାଇକୋର୍ଟ ରଖିଥିବା ଟିପ୍ପଣୀକୁ ଭିତ୍ତିକରି ପୂର୍ବ ସଂରକ୍ଷଣ ତାଲିକାକୁ ରାଜ୍ୟ ସରକାର ପ୍ରତ୍ୟାହାର କରିସାରିଛନ୍ତି। ଏହାପରେ ପୁନର୍ବାର ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇବା ସହ ଆପତ୍ତି ଓ ଅଭିଯୋଗ ଗ୍ରହଣ ହୋଇସାରିଛି। ସୋମବାର ଆପତ୍ତି ଓ ଅଭିଯୋଗ ଗ୍ରହଣର ଶେଷ ଦିନ ରହିଥିଲା। ପୂର୍ବରୁ ଥରେ ଆପତ୍ତି ଓ ଅଭିଯୋଗ […]

ଭୁବନେଶ୍ୱର: ଚଳିତ ବର୍ଷ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସଂରକ୍ଷଣ ସଂକ୍ରାନ୍ତରେ ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଦେଶକୁ ଆଧାର କରି ହାଇକୋର୍ଟ ରଖିଥିବା ଟିପ୍ପଣୀକୁ ଭିତ୍ତିକରି ପୂର୍ବ ସଂରକ୍ଷଣ ତାଲିକାକୁ ରାଜ୍ୟ ସରକାର ପ୍ରତ୍ୟାହାର କରିସାରିଛନ୍ତି। ଏହାପରେ ପୁନର୍ବାର ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇବା ସହ ଆପତ୍ତି ଓ ଅଭିଯୋଗ ଗ୍ରହଣ ହୋଇସାରିଛି। ସୋମବାର ଆପତ୍ତି ଓ ଅଭିଯୋଗ ଗ୍ରହଣର ଶେଷ ଦିନ ରହିଥିଲା। ପୂର୍ବରୁ ଥରେ ଆପତ୍ତି ଓ ଅଭିଯୋଗ ଶୁଣାଣି ହୋଇସାରିଥିଲା। ତେଣୁ ଚଳିତ ଥର ଏତେଟା ଅଭିଯୋଗ ଆସିନାହିଁ। ହେଲେ ବଲାଙ୍ଗୀର ଜିଲ୍ଲା ଏବଂ ନୂଆପଡ଼ା ଜିଲ୍ଲାରେ ଅନୁସୂଚିତ ଜନଜାତି ବର୍ଗ(ଏସଟି) ସଂରକ୍ଷଣ ନେଇ କିଛିଟା ଆପତ୍ତି ଉଠିଛି। ଏସମ୍ପର୍କରେ ସ୍ଥାନୀୟ ଜନସାଧାରଣ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ମଙ୍ଗଳବାର ଏବଂ ବୁଧବାର ଆପତ୍ତି ଓ ଅଭିଯୋଗ ସମ୍ପର୍କରେ ଶୁଣାଣି କରାଯିବ। ଏହାର ଦୁଇଦିନ ପରେ ଅର୍ଥାତ୍‍ ୭ ତାରିଖରେ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବ। ତେଣୁ ସଂରକ୍ଷଣକୁ ନେଇ ଉଠିଥିବା ଆପତ୍ତିର ଆଶୁ ସମାଧାନ ହେବା ନେଇ ଯଥେଷ୍ଟ ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ

ଅନୁରୂପ ଭାବରେ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଗତ ୨୪ ତାରିଖରେ ଚିଠା ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆଜି (୩ ତାରିଖ) ସୁଦ୍ଧା ସମସ୍ତ ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇଛି। ୫ ତାରିଖ ସୁଦ୍ଧା ସେ ସବୁର ସମାଧାନ କରାଯିବାକୁ ଥିବାବେଳେ ୬ ତାରିଖରେ ସମସ୍ତ ଜିଲ୍ଲାର ସଂରକ୍ଷଣ ତାଲିକାର ଯାଞ୍ଚ କରାଯିବ। ଏହି ତାଲିକାକୁ ରାଜ୍ୟ ସରକାର ୭ ତାରିଖରେ ଅନୁମୋଦନ କରିବେ ଓ ସେହିଦିନ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବ। ବଲାଙ୍ଗୀର ଏବଂ ନୂଆପଡ଼ା ଜିଲ୍ଲାରେ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ ସଂରକ୍ଷଣ ତାଲିକାରେ ଅନୁସୂଚିତ ଜନଜାତି ସମ୍ପ୍ରଦାୟକୁ ବାଦଦେବା ନେଇଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ସ୍ଥାନୀୟ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ସଶସ୍ତ୍ର ବିକ୍ଷୋଭ ପ୍ରଦର୍ଶନ କରାଯାଇଛିା।

ଆହୁରି ପଢ଼ନ୍ତୁ: ଖୋର୍ଦ୍ଧା ଜିଲ୍ଲାରେ କାଲିଠୁ ସାଢ଼େ ୬ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସ୍କୁଲ୍‌

ସେହି ସ୍ଥାନରେ ପୂର୍ବରୁ ପ୍ରକାଶ ପାଇଥିବା ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକାରେ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ବଲାଙ୍ଗିର ଜିଲ୍ଲାରେ ପ୍ରକାଶ ପାଇଥିବା ସରପଞ୍ଚ, ବ୍ଲକ ଅଧ୍ୟକ୍ଷ ସଂରକ୍ଷଣ ତାଲିକାରେ ଏସ୍‍ଟିଙ୍କୁ ବାଦ ଦିଆଯାଇଛି। ତେବେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଲୋଇସିଂହା, ଆଗଲପୁର, ପୁଇଁନ୍ତଳାର ଆଦିବାସୀମାନେ ସମ୍ବଲପୁର ରାସ୍ତା ଏବଂ ପାଟଣାଗଡ଼଼଼, ବେଲପଡ଼ା, ଖପ୍ରାଖୋଲ, ତୁରେକେଲା, କଞ୍ଚାବାଞ୍ଜି ଅଞ୍ଚଳର ଆଦିବାସୀମାନେ ପାଟଣାଗଡ଼଼଼ ରାସ୍ତା ଓ ଦେଓଗାଁ, ଗୁôଡ଼ଭେଲା, ସଇଁତଳା, ଟିଟିଲାଗଡ଼଼, ବଙ୍ଗୋମୁଣ୍ଡାର ଅଞ୍ଚଳର ଆଦିବାସୀଙ୍କ ଦ୍ୱାରା ଏହି ଅଭିଯୋଗ କରାଯାଇଛି।

ଆହୁରି ପଢ଼ନ୍ତୁ: ମହାନଦୀ ଜଳ ବିବାଦ: ଟ୍ରିବ୍ୟୁନାଲଙ୍କ କଡ଼ା ଆଭିମୁଖ୍ୟ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସସ୍ମିତ ପାତ୍ରଙ୍କ ଚିଠି

ପୂର୍ବ ସଂରକ୍ଷଣ ତାଲିକା ଅନୁସାରେ ବ୍ଲକ ଅଧ୍ୟକ୍ଷ ପଦବୀରେ ୧୪ଟି ବ୍ଲକ ବ୍ଲକରୁ ୩ଟି ଅନୁସୂଚିତ ଜନଜାତି ଓ ସରପଞ୍ଚ ଆସନ ପାଇଁ ୭୨ଟି ଅନସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରଖାଯାଇଥିଲା। ଯାହାକି ବର୍ତ୍ତମାନ ଉଚ୍ଛେଦ କରାଯାଇଛି। ଆସନ୍ତା ୭ ତାରିଖରେ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ଏହି ତାଲିକାକୁ ପରିବର୍ତ୍ତନ କରି ପୂର୍ବଭଳି ସଂରକ୍ଷଣ ଅନୁସୂଚିତ ଜନଜାତିଙ୍କୁ ଦେବାପାଇଁ ଦାବି ଉଠିଛି। ଅନୁରୂପ ଭାବେ ନୂଆପଡ଼ା ଜିଲ୍ଲାରେ ମଧ୍ୟ ସମାନ ଅଭିଯୋଗ ଆସିଛି। ସ୍ଥାନୀୟ ଅଧିବାସୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଆପତ୍ତି ଅଭିଯୋଗ ରଖିଛନ୍ତି।

04 Jan 2022 By The Sakala

ପଞ୍ଚାୟତ ନିର୍ବାଚନ ୨୦୨୨: ଆସନ୍ତା ୭ ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ତାଲିକା

ଭୁବନେଶ୍ୱର: ଚଳିତ ବର୍ଷ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସଂରକ୍ଷଣ ସଂକ୍ରାନ୍ତରେ ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଦେଶକୁ ଆଧାର କରି ହାଇକୋର୍ଟ ରଖିଥିବା ଟିପ୍ପଣୀକୁ ଭିତ୍ତିକରି ପୂର୍ବ ସଂରକ୍ଷଣ ତାଲିକାକୁ ରାଜ୍ୟ ସରକାର ପ୍ରତ୍ୟାହାର କରିସାରିଛନ୍ତି। ଏହାପରେ ପୁନର୍ବାର ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇବା ସହ ଆପତ୍ତି ଓ ଅଭିଯୋଗ ଗ୍ରହଣ ହୋଇସାରିଛି। ସୋମବାର ଆପତ୍ତି ଓ ଅଭିଯୋଗ ଗ୍ରହଣର ଶେଷ ଦିନ ରହିଥିଲା। ପୂର୍ବରୁ ଥରେ ଆପତ୍ତି ଓ ଅଭିଯୋଗ ଶୁଣାଣି ହୋଇସାରିଥିଲା। ତେଣୁ ଚଳିତ ଥର ଏତେଟା ଅଭିଯୋଗ ଆସିନାହିଁ। ହେଲେ ବଲାଙ୍ଗୀର ଜିଲ୍ଲା ଏବଂ ନୂଆପଡ଼ା ଜିଲ୍ଲାରେ ଅନୁସୂଚିତ ଜନଜାତି ବର୍ଗ(ଏସଟି) ସଂରକ୍ଷଣ ନେଇ କିଛିଟା ଆପତ୍ତି ଉଠିଛି। ଏସମ୍ପର୍କରେ ସ୍ଥାନୀୟ ଜନସାଧାରଣ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ମଙ୍ଗଳବାର ଏବଂ ବୁଧବାର ଆପତ୍ତି ଓ ଅଭିଯୋଗ ସମ୍ପର୍କରେ ଶୁଣାଣି କରାଯିବ। ଏହାର ଦୁଇଦିନ ପରେ ଅର୍ଥାତ୍‍ ୭ ତାରିଖରେ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବ। ତେଣୁ ସଂରକ୍ଷଣକୁ ନେଇ ଉଠିଥିବା ଆପତ୍ତିର ଆଶୁ ସମାଧାନ ହେବା ନେଇ ଯଥେଷ୍ଟ ସମ୍ଭାବନା ରହିଛି।

ଅନୁରୂପ ଭାବରେ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଗତ ୨୪ ତାରିଖରେ ଚିଠା ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆଜି (୩ ତାରିଖ) ସୁଦ୍ଧା ସମସ୍ତ ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇଛି। ୫ ତାରିଖ ସୁଦ୍ଧା ସେ ସବୁର ସମାଧାନ କରାଯିବାକୁ ଥିବାବେଳେ ୬ ତାରିଖରେ ସମସ୍ତ ଜିଲ୍ଲାର ସଂରକ୍ଷଣ ତାଲିକାର ଯାଞ୍ଚ କରାଯିବ। ଏହି ତାଲିକାକୁ ରାଜ୍ୟ ସରକାର ୭ ତାରିଖରେ ଅନୁମୋଦନ କରିବେ ଓ ସେହିଦିନ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବ। ବଲାଙ୍ଗୀର ଏବଂ ନୂଆପଡ଼ା ଜିଲ୍ଲାରେ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ ସଂରକ୍ଷଣ ତାଲିକାରେ ଅନୁସୂଚିତ ଜନଜାତି ସମ୍ପ୍ରଦାୟକୁ ବାଦଦେବା ନେଇଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ସ୍ଥାନୀୟ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ସଶସ୍ତ୍ର ବିକ୍ଷୋଭ ପ୍ରଦର୍ଶନ କରାଯାଇଛିା।

ସେହି ସ୍ଥାନରେ ପୂର୍ବରୁ ପ୍ରକାଶ ପାଇଥିବା ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକାରେ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ବଲାଙ୍ଗିର ଜିଲ୍ଲାରେ ପ୍ରକାଶ ପାଇଥିବା ସରପଞ୍ଚ, ବ୍ଲକ ଅଧ୍ୟକ୍ଷ ସଂରକ୍ଷଣ ତାଲିକାରେ ଏସ୍‍ଟିଙ୍କୁ ବାଦ ଦିଆଯାଇଛି। ତେବେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଲୋଇସିଂହା, ଆଗଲପୁର, ପୁଇଁନ୍ତଳାର ଆଦିବାସୀମାନେ ସମ୍ବଲପୁର ରାସ୍ତା ଏବଂ ପାଟଣାଗଡ଼଼଼, ବେଲପଡ଼ା, ଖପ୍ରାଖୋଲ, ତୁରେକେଲା, କଞ୍ଚାବାଞ୍ଜି ଅଞ୍ଚଳର ଆଦିବାସୀମାନେ ପାଟଣାଗଡ଼଼଼ ରାସ୍ତା ଓ ଦେଓଗାଁ, ଗୁôଡ଼ଭେଲା, ସଇଁତଳା, ଟିଟିଲାଗଡ଼଼, ବଙ୍ଗୋମୁଣ୍ଡାର ଅଞ୍ଚଳର ଆଦିବାସୀଙ୍କ ଦ୍ୱାରା ଏହି ଅଭିଯୋଗ କରାଯାଇଛି।

ପୂର୍ବ ସଂରକ୍ଷଣ ତାଲିକା ଅନୁସାରେ ବ୍ଲକ ଅଧ୍ୟକ୍ଷ ପଦବୀରେ ୧୪ଟି ବ୍ଲକ ବ୍ଲକରୁ ୩ଟି ଅନୁସୂଚିତ ଜନଜାତି ଓ ସରପଞ୍ଚ ଆସନ ପାଇଁ ୭୨ଟି ଅନସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରଖାଯାଇଥିଲା। ଯାହାକି ବର୍ତ୍ତମାନ ଉଚ୍ଛେଦ କରାଯାଇଛି। ଆସନ୍ତା ୭ ତାରିଖରେ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ଏହି ତାଲିକାକୁ ପରିବର୍ତ୍ତନ କରି ପୂର୍ବଭଳି ସଂରକ୍ଷଣ ଅନୁସୂଚିତ ଜନଜାତିଙ୍କୁ ଦେବାପାଇଁ ଦାବି ଉଠିଛି। ଅନୁରୂପ ଭାବେ ନୂଆପଡ଼ା ଜିଲ୍ଲାରେ ମଧ୍ୟ ସମାନ ଅଭିଯୋଗ ଆସିଛି। ସ୍ଥାନୀୟ ଅଧିବାସୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଆପତ୍ତି ଅଭିଯୋଗ ରଖିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର