କାମ ଦେଲାନି ଚାଇନା ଟିକା, ଟିକାନେବାର ଦୁଇଦିନ ପରେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କରୋନା

The Sakala Picture
Published On

ଇସଲାମାବାଦ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରୋନା ଆକ୍ରାନ୍ତ ହୋଇଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସ୍ଵାସ୍ଥ୍ୟ ମାମଲାର ସ୍ଵତନ୍ତ୍ର ସହାୟକ ଫୈସଲ ସୁଲତାନ ଏ ନେଇ ସୂଚନା ଦେିଛନ୍ତି। କରୋନା ସଂକ୍ରମିତ ହେବାପରେ ସେ  ନିଜକୁ କ୍ଵାରେଣ୍ଟାଇନରେ ରଖିଛନ୍ତି। ଇମ୍ରାନ ଖାନ ଗୁରୁବାର ଚୀନର କରୋନା ଭାଇରସ୍ ଭ୍ୟାକସିନ ନେଇଥିଲେ। ହେଲେ ଭ୍ୟାକସିନ ନେବାର ୪୮ ଘଣ୍ଟା ପରେ ଇମ୍ରାନ ଖାନ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି। ଇମ୍ରାନ ସଂପ୍ରତି ନିଜ ଘରେ କ୍ଵାରେଣ୍ଟାଇନ୍‌ରେ ଅଛନ୍ତି ଏବଂ […]

ଇସଲାମାବାଦ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରୋନା ଆକ୍ରାନ୍ତ ହୋଇଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସ୍ଵାସ୍ଥ୍ୟ ମାମଲାର ସ୍ଵତନ୍ତ୍ର ସହାୟକ ଫୈସଲ ସୁଲତାନ ଏ ନେଇ ସୂଚନା ଦେିଛନ୍ତି। କରୋନା ସଂକ୍ରମିତ ହେବାପରେ ସେ  ନିଜକୁ କ୍ଵାରେଣ୍ଟାଇନରେ ରଖିଛନ୍ତି। ଇମ୍ରାନ ଖାନ ଗୁରୁବାର ଚୀନର କରୋନା ଭାଇରସ୍ ଭ୍ୟାକସିନ ନେଇଥିଲେ। ହେଲେ ଭ୍ୟାକସିନ ନେବାର ୪୮ ଘଣ୍ଟା ପରେ ଇମ୍ରାନ ଖାନ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ଇମ୍ରାନ ସଂପ୍ରତି ନିଜ ଘରେ କ୍ଵାରେଣ୍ଟାଇନ୍‌ରେ ଅଛନ୍ତି ଏବଂ ଡାକ୍ତର ତାଙ୍କ ସ୍ଵାସ୍ଥ୍ୟ ଉପରେ ନଜର ରଖିଛନ୍ତି। ପାକିସ୍ତାନରେ କରୋନା ଭାଇରସ୍ ସଂକ୍ରମଣ ବଢୁଥିବା ଦେଖି ଇମ୍ରାନ ଖାନ ଭୟରେ ଗୁରୁବାର କରୋନା ଭ୍ୟାକସିନର ପ୍ରଥମ ଡୋଜ୍ ନେଇଥିଲେ। ୬୭ ବର୍ଷୀୟ ଇମ୍ରାନ ଖାନ ଦେଶରେ ଜାରି ଟିକାକରଣ ଅଭିଯାନ ସମୟରେ ପ୍ରଥମ ଡୋଜ୍ ନେଇଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର