‘ପଖାଳ’ରେ ରହିଛି ରୋଗ ପ୍ରତିରୋଧକ ଶକ୍ତି, ଭୁବନେଶ୍ୱର ଏମ୍ସ ଡାକ୍ତରଙ୍କ ଗବେଷଣାରୁ ଆସିଲା ତଥ୍ଯ

The Sakala Picture
Published On

ଭୁବନେଶ୍ବର: ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ‘ପଖାଳ’। ମହାପ୍ରଭୁଙ୍କଠାରେ ପଖାଳ ଭୋଗ ଲାଗି ହୁଏ । ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱ ପଖାଳ ଦିବସ’ ରୂପେ ପାଳନ କରାଯାଉଛି । ପଖାଳକୁ ନେଇ ଏକ ଭଲ ଖବର ସାମ୍ନାକୁ ଆସିଛି।  ବାସି ପଖାଳରେ ରହିଛି ରୋଗ ପ୍ରତିରୋଧକ ଶକ୍ତି । ଭୁବନେଶ୍ୱର ଏମ୍ସର ଡାକ୍ତରଙ୍କ ଗବେଷଣାରୁ ଏଭଳି ତଥ୍ୟ ଏବେ ସାମ୍ନାକୁ ଆସିଛି । ‘ପଖାଳ’ର ତୋରାଣୀରେ ଥିବାଫ୍ୟାଟି ଏସିଡ୍‌ ଅନେକ ଉପକାରୀ ବୋଲି ଗବେଷଣାରୁ ଜଣାପଡିଛି। […]

ଭୁବନେଶ୍ବର: ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ‘ପଖାଳ’। ମହାପ୍ରଭୁଙ୍କଠାରେ ପଖାଳ ଭୋଗ ଲାଗି ହୁଏ । ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱ ପଖାଳ ଦିବସ’ ରୂପେ ପାଳନ କରାଯାଉଛି । ପଖାଳକୁ ନେଇ ଏକ ଭଲ ଖବର ସାମ୍ନାକୁ ଆସିଛି।  ବାସି ପଖାଳରେ ରହିଛି ରୋଗ ପ୍ରତିରୋଧକ ଶକ୍ତି । ଭୁବନେଶ୍ୱର ଏମ୍ସର ଡାକ୍ତରଙ୍କ ଗବେଷଣାରୁ ଏଭଳି ତଥ୍ୟ ଏବେ ସାମ୍ନାକୁ ଆସିଛି । ‘ପଖାଳ’ର ତୋରାଣୀରେ ଥିବାଫ୍ୟାଟି ଏସିଡ୍‌ ଅନେକ ଉପକାରୀ ବୋଲି ଗବେଷଣାରୁ ଜଣାପଡିଛି। ଏମ୍‌ସ ଭୁବନେଶ୍ୱର ମାଇକ୍ରୋ ବାୟୋଲଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ବି. ରାମାଦାସ ‘ପଖାଳ’ ଉପରେ ଗବେଷଣା କରି ଏହି ଭଳି ତଥ୍ଯ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମୃତ ବୃଦ୍ଧାଙ୍କୁ ଜୀବିତ ଦର୍ଶାଇ ଭତ୍ତା ଲୁଟ୍: ସାତପଡ଼ାରେ ସାମ୍ନାକୁ ଆସିଲା ସାଂଘାତିକ ଦୁର୍ନୀତି

ତାଙ୍କ କହିବା ଅନୁଯାୟୀ, ବାସି ପଖାଳରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଶରୀରରେ ରୋଗ ସହ ଲଢେଇ କରିବାରେ ସହାୟତା କରିଥାଏ ।ରାତିରେ ଭାତକୁ ପଖାଳିବା ଦ୍ୱାରା କିଛି ସମୟ ପରେ ଲାକ୍ଟୋ-ବାସିଲସ ନାମକ ସକାରାତ୍ମକ ଜୀବାଣୁ ତିଆରି ହୋଇଥାଏ । ଏହା ଖାଇଲା ପରେ ପାଚନ ପ୍ରକ୍ରିୟାରେ ସହାୟକ ହୋଇଥାଏ । ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ପଖାଳ ନମୁନା ସଂଗ୍ରହ କରାଯାଇ ଗବେଷଣା କରାଯିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି ।

ଆହୁରି ପଢ଼ନ୍ତୁ: ସରକାରୀ ଅଫିସରଙ୍କୁ ତାଗିଦ୍‌: ରାଜ୍ୟ ବାହାରକୁ ଗସ୍ତ କରୁଥିବା ଅଧିକାରୀଙ୍କ ପାଇଁ ୨୧ ଦିନ ପୂର୍ବରୁ ନୋଟିସ୍ ବାଧ୍ୟତାମୂଳକ

ହୋଟେଲରେ ପଖାଳ ନୁହେଁ ବରଂ ଘରେ ପ୍ରସ୍ତୁତ ପଖାଳ ଶରୀର ପାଇଁ ଅଧିକ ହିତକର ବୋଲି ଗବେଷଣାରୁ ଜଣାପଡିଛି । ସାଧାରଣ ଲୋକଙ୍କ ପାଇଁ ପଖାଳ ସହଜରେ ଉପଲବ୍ଧ ହେଉଥିବାବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିବା ଆଶ୍ୱସ୍ତି ଆଣିଛି । ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଏହି ‘ପଖାଳ’ ଅନେକ ଉପାଦେୟ ବୋଲି ଗବେଷଣାରେ ଜଣାଇଛନ୍ତି। ଏହି ତୋରାଣୀ ପିଇବା ଦ୍ୱାରା ଶରୀରରେ ଅପପୁଷ୍ଟିର ଅଭାବ ଦୂର ହୋଇପାରିବ ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ: ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

08 Jul 2021 By The Sakala

‘ପଖାଳ’ରେ ରହିଛି ରୋଗ ପ୍ରତିରୋଧକ ଶକ୍ତି, ଭୁବନେଶ୍ୱର ଏମ୍ସ ଡାକ୍ତରଙ୍କ ଗବେଷଣାରୁ ଆସିଲା ତଥ୍ଯ

ଭୁବନେଶ୍ବର: ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ‘ପଖାଳ’। ମହାପ୍ରଭୁଙ୍କଠାରେ ପଖାଳ ଭୋଗ ଲାଗି ହୁଏ । ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱ ପଖାଳ ଦିବସ’ ରୂପେ ପାଳନ କରାଯାଉଛି । ପଖାଳକୁ ନେଇ ଏକ ଭଲ ଖବର ସାମ୍ନାକୁ ଆସିଛି।  ବାସି ପଖାଳରେ ରହିଛି ରୋଗ ପ୍ରତିରୋଧକ ଶକ୍ତି । ଭୁବନେଶ୍ୱର ଏମ୍ସର ଡାକ୍ତରଙ୍କ ଗବେଷଣାରୁ ଏଭଳି ତଥ୍ୟ ଏବେ ସାମ୍ନାକୁ ଆସିଛି । ‘ପଖାଳ’ର ତୋରାଣୀରେ ଥିବାଫ୍ୟାଟି ଏସିଡ୍‌ ଅନେକ ଉପକାରୀ ବୋଲି ଗବେଷଣାରୁ ଜଣାପଡିଛି। ଏମ୍‌ସ ଭୁବନେଶ୍ୱର ମାଇକ୍ରୋ ବାୟୋଲଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ବି. ରାମାଦାସ ‘ପଖାଳ’ ଉପରେ ଗବେଷଣା କରି ଏହି ଭଳି ତଥ୍ଯ ଦେଇଛନ୍ତି।

ତାଙ୍କ କହିବା ଅନୁଯାୟୀ, ବାସି ପଖାଳରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଶରୀରରେ ରୋଗ ସହ ଲଢେଇ କରିବାରେ ସହାୟତା କରିଥାଏ ।ରାତିରେ ଭାତକୁ ପଖାଳିବା ଦ୍ୱାରା କିଛି ସମୟ ପରେ ଲାକ୍ଟୋ-ବାସିଲସ ନାମକ ସକାରାତ୍ମକ ଜୀବାଣୁ ତିଆରି ହୋଇଥାଏ । ଏହା ଖାଇଲା ପରେ ପାଚନ ପ୍ରକ୍ରିୟାରେ ସହାୟକ ହୋଇଥାଏ । ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ପଖାଳ ନମୁନା ସଂଗ୍ରହ କରାଯାଇ ଗବେଷଣା କରାଯିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି ।

ହୋଟେଲରେ ପଖାଳ ନୁହେଁ ବରଂ ଘରେ ପ୍ରସ୍ତୁତ ପଖାଳ ଶରୀର ପାଇଁ ଅଧିକ ହିତକର ବୋଲି ଗବେଷଣାରୁ ଜଣାପଡିଛି । ସାଧାରଣ ଲୋକଙ୍କ ପାଇଁ ପଖାଳ ସହଜରେ ଉପଲବ୍ଧ ହେଉଥିବାବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିବା ଆଶ୍ୱସ୍ତି ଆଣିଛି । ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଏହି ‘ପଖାଳ’ ଅନେକ ଉପାଦେୟ ବୋଲି ଗବେଷଣାରେ ଜଣାଇଛନ୍ତି। ଏହି ତୋରାଣୀ ପିଇବା ଦ୍ୱାରା ଶରୀରରେ ଅପପୁଷ୍ଟିର ଅଭାବ ଦୂର ହୋଇପାରିବ ବୋଲି ଜଣାପଡିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର